ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବାଲି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ବକ୍ତବ୍ୟ

Posted On: 14 NOV 2022 9:14AM by PIB Bhubaneshwar

ଇଣ୍ଡୋନେସିଆ ଅଧ୍ୟକ୍ଷତାରେ ଆୟୋଜିତ ୧୭ତମ ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ମୁଁ ନଭେମ୍ବର ୧୪-୧୬,୨୦୨୨ ପର୍ଯ୍ୟନ୍ତ ବାଲି ଗସ୍ତ କରିବି ।

ବାଲି ଶିଖର ସମ୍ମିଳନୀ ଅବସରରେ ବୈଶିକ ବିକାଶ କାର୍ଯ୍ୟ ପୁଣି ଆରମ୍ଭ କରିବା, ଖାଦ୍ୟ ଓ ଶକ୍ତି ସୁରକ୍ଷା, ପରିବେଶ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ପରିବର୍ତ୍ତନ ଭଳି ବୈଶିକ ଆହ୍ୱାନ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗଗୁଡିକ ସମ୍ପର୍କରେ ଜି୨୦ର ଅନ୍ୟ ନେତାମାନଙ୍କ ସହ ବ୍ୟାପକ ବିଚାର ଆଲୋଚନା କରିବି । ଜି-୨୦ ଶିଖର ସମ୍ମିଳନୀ ଅବସରରେ ମୁଁ ଏଥିରେ ଭାଗ ନେଇଥିବା ଅନ୍ୟ ଦେଶର ନେତାମାନଙ୍କୁ ଭେଟି ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିବି । ନଭେମ୍ବର ୧୫, ୨୦୨୨ରେ ବାଲି ଠାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଭାରତୀୟ ସମ୍ପ୍ରଦାୟଗୁଡିକୁ ସମ୍ବୋଧିତ ପାଇଁ ଆଗ୍ରହୀ ।

ଦେଶ ଓ ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଦୋଦୋ ବାଲି ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଜି ୨୦ ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିବେ । ଡିସେମ୍ବର ୧, ୨୦୨୨ରୁ ଭାରତ ଔପଚାରିକ ଭାବେ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବ । ଆଗାମୀ ବର୍ଷ ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜି ୨୦ ସଦସ୍ୟ ଓ ଅନ୍ୟ ଆମନ୍ତ୍ରିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ ଜଣାଉଛି ।

ଜି ୨୦ ଶିଖର ସମ୍ମିଳନୀରେ ମୋର ଆଲୋଚନା ବେଳେ ଭାରତର ସଫଳତା ଓ ବୈଶିକ ଆହ୍ୱାନର ମୁକାବିଲା ପାଇଁ ସାମୂହିକ ମୁକାବିଲା ପାଇଁ ଆମର ନିଷ୍ଠାପର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବି । ଭାରତର ଜି ୨୦ ଥିମ ବସୁଧୈବ କୁଟୁମ୍ବକମ ବା ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ଉପରେ ଆଧାରିତ । ଯାହା ସମସ୍ତଙ୍କ ପାଇଁ ସମ ବିକାଶ ଓ ମିଳିତ ଭବିଷ୍ୟତର ବାର୍ତ୍ତାକୁ ରେଖାଙ୍କିତ କରୁଛି ।    

 

 

SR



(Release ID: 1875998) Visitor Counter : 148