ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସାଟେଲାଇଟ୍ ଟିଭି ଚ୍ୟାନେଲ୍‌ର ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କ୍ୟାବିନେଟ୍ ଅନୁମୋଦନ


“ଭାରତରେ ସାଟେଲାଇଟ୍ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି

Posted On: 09 NOV 2022 3:36PM by PIB Bhubaneshwar

କେନ୍ଦ୍ର କ୍ୟାବିନେଟ “ଭାରତରେ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨” କୁ ଅନୁମୋଦନ ଦେଇଛି । ଏହି ସୁସଙ୍ଗଠିତ ନିର୍ଦ୍ଦେଶାବଳୀ ଟିଭି ଚ୍ୟାନେଲ୍ ଗୁଡ଼ିକର ଅପ୍ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ, ଟେଲିପୋର୍ଟ / ଟେଲିପୋର୍ଟ କେନ୍ଦ୍ର ଗୁଡିକର ପ୍ରତିଷ୍ଠା, ଡିଜିଟାଲ ସାଟେଲାଇଟ୍ ନ୍ୟୁଜ୍ ଗ୍ୟାଦରିଂ (ଡିଏସ୍‌ଏନ୍‌ଜି) / ସାଟେଲାଇଟ୍ ନ୍ୟୁଜ୍ ଗ୍ୟାଦରିଂ (ଏସ୍‌ଏନ୍‌ଜି) ,  ଇଲେକ୍ଟ୍ରୋନିକ୍ ନ୍ୟୁଜ୍ ଗ୍ୟାଦରିଂ ସିଷ୍ଟମ୍ (ଇଏନ୍‌ଜି) , ଇଣ୍ଡିଆନ୍ ନ୍ୟୁଜ୍‌ ଏଜେନ୍ସି ଦ୍ୱାରା ଅପ ଲିଙ୍କିଂ ଏବଂ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମର ଅସ୍ଥାୟୀ ଅପ୍ ଲିଙ୍କିଂ ନିମନ୍ତେ ଭାରତରେ ପଞ୍ଜୀକୃତ କମ୍ପାନୀ / ଏଲ୍‌ଏଲ୍‌ପି ଗୁଡ଼ିକୁ ଅନୁମତି ପ୍ରଦାନକୁ ସହଜ କରିବ ।

-              ନୂତନ ନିର୍ଦ୍ଦେଶାବଳୀ ସମୂହ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକ ପାଇଁ ଅନୁପାଳନକୁ ସହଜ କରିବ ।

-              କାର୍ଯ୍ୟକ୍ରମ ଗୁଡିକର ସିଧା ପ୍ରସାରଣ ପାଇଁ କୌଣସି ପୂର୍ବ ଅନୁମତି ଆବଶ୍ୟକ ନାହିଁ ।

-            ଭାରତୀୟ ଟେଲିପୋର୍ଟ ଗୁଡିକ ବିଦେଶୀ ଚ୍ୟାନେଲ ଗୁଡିକୁ ଅପଲିଙ୍କ୍ କରି ପାରନ୍ତି ।

-              ଜାତୀୟ / ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ବିଷୟବସ୍ତୁ ପ୍ରସାରଣ କରିବା ବାଧ୍ୟତାମୂଳକ ।

 

ସଂଶୋଧିତ ନିର୍ଦ୍ଦେଶାବଳୀ ଗୁଡିକ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାରର ସୁବିଧା ଗୁଡ଼ିକ ହେଉଛି: -

 (୧) ଅନୁମତି  ଧାରକ ମାନଙ୍କ ପାଇଁ ଅନୁପାଳନରେ ସହଜତା ।

(କ)  କାର୍ଯ୍ୟକ୍ରମ ଗୁଡିକର ସିଧା ପ୍ରସାରଣ ପାଇଁ ଅନୁମତି ମାଗିବାର ଆବଶ୍ୟକତା ଦୂର ହୋଇ ଯାଇଛି ; କେବଳ ସିଧା ପ୍ରସାରଣ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକର ପୂର୍ବ ପଞ୍ଜୀକରଣ ଆବଶ୍ୟକ ହେବ ;

(ଖ) ଭାଷା ପରିବର୍ତ୍ତନ କିମ୍ବା କିମ୍ବା ଟ୍ରାନ୍ସମିସନ୍ ମୋଡ୍‌ର ରୂପାନ୍ତର ପାଇଁ ଷ୍ଟାଣ୍ଡାର୍ଡ ଡେଫିନେସନ୍ (ଏସ୍‌ଡି)ରୁ ହାଇ ଡେଫିନେସନ୍ (ଏଚ୍‌ଡି)କୁ ପରିବର୍ତ୍ତନ କିମ୍ବା ଏହାର ବିପରୀତ କାର୍ଯ୍ୟ ନିମନ୍ତେ ପୂର୍ବ ଅନୁମତିର କୌଣସି ଆବଶ୍ୟକତା ନାହିଁ ; କେବଳ ପୂର୍ବରୁ ସୂଚନା ପ୍ରଦାନ ଆବଶ୍ୟକ ।

(ଗ) ଜରୁରୀକାଳୀନ ପରିସ୍ଥିତିରେ, କେବଳ ଦୁଇ ଜଣ ନିର୍ଦ୍ଦେଶକ / ସହଭାଗୀ ଥିବା ଏକ କମ୍ପାନୀ / ଏଲ୍‌ଏଲ୍‌ପି ପାଇଁ, ଜଣେ ନିର୍ଦ୍ଦେଶକ / ସହଭାଗୀ ପରିବର୍ତ୍ତନ କରା ଯାଇପାରିବ, ଏହି ପ୍ରକାରର ନିଯୁକ୍ତି ପରେ ସୁରକ୍ଷା ମଞ୍ଜୁରୀ ଅନୁଯାୟୀ, ବ୍ୟବସାୟିକ ନିଷ୍ପତ୍ତି ନେବା ନିମନ୍ତେ ସକ୍ଷମ କରିବା ପାଇଁ;

(ଘ) ଏକ କମ୍ପାନୀ / ଏଲ୍‌ଏଲ୍‌ପି ଡିଏସ୍‌ଏନ୍‌ଜି ବ୍ୟତୀତ ଅନ୍ୟାନ୍ୟ ଖବର ସଂଗ୍ରହ ଉପକରଣ ବ୍ୟବହାର କରି ପାରିବ, ଯେପରିକି ଅପ୍ଟିକ୍ ଫାଇବର, ବ୍ୟାଗ୍ ବ୍ୟାକ୍‌, ମୋବାଇଲ୍ ଇତ୍ୟାଦି , ଯାହା ପାଇଁ କୌଣସି ପୃଥକ ଅନୁମତି ଆବଶ୍ୟକ ହେବ ନାହିଁ ।

(୨) ବ୍ୟବସାୟ କରିବାରେ ସହଜତା

(କ) ଅନୁମତି ନିମନ୍ତେ ଅନୁଦାନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ପ୍ରସ୍ତାବିତ କରା ଯାଇଛି ;

(ଖ) ସୀମିତ ଦାୟିତ୍ୱ ଭାଗିଦାରୀ (ଏଲ୍‌ଏଲ୍‌ପି) ସଂସ୍ଥା ଗୁଡ଼ିକ ମଧ୍ୟ ଅନୁମତି ମାଗି ପାରିବେ ;

(ଗ) ଏଲ୍‌ଏଲ୍‌ପି / କମ୍ପାନୀ ଗୁଡିକୁ ଭାରତୀୟ ଟେଲିପୋର୍ଟରୁ ବିଦେଶୀ ଚ୍ୟାନେଲ ଗୁଡିକୁ ଲିଙ୍କ୍ କରିବାକୁ ଅନୁମତି ଦିଆଯିବ ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତକୁ ଅନ୍ୟ ଦେଶ ମାନଙ୍କ ପାଇଁ ଏକ ଟେଲିପୋର୍ଟ କେନ୍ଦ୍ର କରିବ ।

(ଘ) ଏକ ନ୍ୟୁଜ୍ ଏଜେନ୍ସି ବର୍ତ୍ତମାନ ରହିଥିବା ଏକ ବର୍ଷ ଅନୁମତି ତୁଳନାରେ ୫ ବର୍ଷ ଅବଧି ପାଇଁ ଅନୁମତି ପାଇପାରେ ;

 (ଙ) ବର୍ତ୍ତମାନର ନିୟମ ଅନୁସାରେ କେବଳ ଗୋଟିଏ ଟେଲିପୋର୍ଟ / ସାଟେଲାଇଟ୍ ବଦଳରେ ଏକରୁ ଅଧିକ ଟେଲିପୋର୍ଟ୍ / ସାଟେଲାଇଟ୍ ସୁବିଧା ବ୍ୟବହାର କରି ଏକ ଚ୍ୟାନେଲ୍ ଅପ୍ ଲିଙ୍କ୍ ହୋଇ ପାରିବ;

(ଚ) କମ୍ପାନୀ ନିୟମ / ସୀମିତ ଦାୟିତ୍ୱ ଅଧିନିୟମ ଅନୁଯାୟୀ ଟିଭି ଚ୍ୟାନେଲ / ଟେଲିପୋର୍ଟକୁ ଏକ କମ୍ପାନୀ / ଏଲ୍‌ଏଲ୍‌ପିକୁ ଅନୁମତି ଦେବା ସମ୍ଭାବନାକୁ ଏହା ବ୍ୟାପକ କରିଛି ।

(୩) ସରଳୀକରଣ ଏବଂ ଯୁକ୍ତିଯୁକ୍ତକରଣ

(କ) ନିର୍ଦ୍ଦେଶାବଳୀ ଗୁଡିକର ଏକ ମିଶ୍ରିତ ସେଟ୍ ଦୁଇଟି ଅଲଗା ଅଲଗା ନିର୍ଦ୍ଦେଶାବଳୀକୁ ବଦଳାଇ ଦେଇଛି ;

(ଖ) ନକଲ ଏବଂ ସାଧାରଣ ମାନକ ଗୁଡିକୁ ଏଡାଇବା ପାଇଁ ନିର୍ଦ୍ଦେଶାବଳୀ ଗୁଡିକର ସଂରଚନାକୁ ବ୍ୟବସ୍ଥିତ କରାଯାଇଛି ।

(ଗ) ଜରିମାନା ଧାରାକୁ ଯୁକ୍ତିସଙ୍ଗତ କରା ଯାଇଛି ଏବଂ ବର୍ତ୍ତମାନର ଏକସମାନ ଜରିମାନା ତୁଳନାରେ ବିଭିନ୍ନ ପ୍ରକାରର ଉଲ୍ଲଂଘନ ପାଇଁ ଦଣ୍ଡର ପୃଥକ ପ୍ରକୃତିର ପ୍ରସ୍ତାବ ଦିଆ ଯାଇଛି ।

(୪) ଅନ୍ୟାନ୍ୟ ମୁଖ୍ୟ ବିଶେଷତା ଗୁଡିକ

(କ) କୌଣସି ଚ୍ୟାନେଲକୁ ଅପ୍ ଲିଙ୍କ୍ ଏବଂ ଡାଉନ୍ ଲିଙ୍କ୍ କରିବାକୁ ଅନୁମତି ପାଇଥିବା କମ୍ପାନୀ ଗୁଡିକ / ଏଲ୍‌ଏଲ୍‌ପି ଗୁଡିକ ଜାତୀୟ ମହତ୍ୱ ତଥା ସାମାଜିକ ପ୍ରାସଙ୍ଗିକତାର ବିଷୟ ଉପରେ ଦିନକୁ ସର୍ବନିମ୍ନ ୩୦ ମିନିଟ୍ ପାଇଁ ସାର୍ବଜନିନ ସେବା ପ୍ରସାରଣ (ଯେଉଁଠାରେ ଏହା ସମ୍ଭବ ନୁହେଁ ତାହା ବ୍ୟତୀତ) କରି ପାରନ୍ତି ।

(ଖ) ସି ବ୍ୟାଣ୍ଡ ବ୍ୟତୀତ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ଅପ୍ ଲିଙ୍କ କରୁଥିବା ଟିଭି ଚ୍ୟାନେଲ ଗୁଡ଼ିକୁ ବାଧ୍ୟତାମୂଳକ ଭାବେ ସେମାନଙ୍କ ସଙ୍କେତକୁ ଏନକ୍ରିପ୍ଟ (କୋର୍ଡରେ ପରିବର୍ତ୍ତନ) କରିବା ଆବଶ୍ୟକ ଅଟେ ।

 (ଗ) ନବୀକରଣ ସମୟରେ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁମତି ପାଇଥିବା  କମ୍ପାନୀ ଗୁଡିକ / ଏଲ୍‌ଏଲ୍‌ପି ଗୁଡିକ ପାଇଁ ନେଟ୍ ମୂଲ୍ୟର ଆବଶ୍ୟକତା ।

(ଘ) ଦେୟ ଅର୍ଥ ପ୍ରଦାନ ନିଶ୍ଚିତ କରିବାକୁ ସୁରକ୍ଷା ଜମାର ପ୍ରାବଧାନ ।

ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

Click here for Detailed Guidelines

 

*****

 

SSP



 

 



(Release ID: 1874816) Visitor Counter : 238