ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ଅହମ୍ମଦାବାଦ ସହରସ୍ଥିତ ଅହମ୍ମଦାବାଦ ଏଜୁକେସନ ସୋସାଇଟି ଠାରେ ଉଦଘାଟିତ ହେଲା ପ୍ରକଳ୍ପ

ଗାନ୍ଧୀନଗର ଠାରେ ଗାନ୍ଧୀନଗର ଏବଂ ମୁମ୍ବାଇ ମଧ୍ୟରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

‘‘ଏକବିଂଶ ଶତାବ୍ଦୀର ଭାରତ, ସହରାଞ୍ଚଳ ଯୋଗାଯୋଗ ଏବଂ ଆତ୍ମନିର୍ଭର ଭାରତ ପାଇଁ ଆଜି ଏକ ବଡ଼ ଦିନ’’

‘‘ଦେଶର ସହରଗୁଡ଼ିକ ଠାରୁ ଏକ ବିଂଶ ଶତାବ୍ଦୀର ଭାରତ ଏକ ନୂଆ ପ୍ରଗତି ଧାରା ହାସଲ କରିବ’’

‘‘ଦେଶର ମେଟ୍ରୋ ଇତିହାସରେ ପ୍ରଥମ ଥର ପାଇଁ ଏକାଥରକେ ୩୨ କିଲୋମିଟର ଲମ୍ବ ମେଟ୍ରୋ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି’’

‘‘ଏକବିଂଶ ଶତାବ୍ଦୀର ଭାରତ ଗତିକୁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଭାବେ ବିବେଚନା କରିଥାଏ ଏବଂ ଏହା ତ୍ବରିତ ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଥାଏ’’

‘‘ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନ ଏବଂ ଜାତୀୟ ଲଜିଷ୍ଟିକ୍ସ ପଲିସୀରେ ଗତି ପ୍ରତି ଆଗ୍ରହ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି’’

‘‘ଗତ ଆଠ ବର୍ଷ ମଧ୍ୟରେ, ଆମେ ଜନଗଣଙ୍କ ଆକାଂକ୍ଷା ସହିତ ଭିତ୍ତିଭୂମିକୁ ଯୋଡ଼ି ପାରିଛୁ’’

Posted On: 30 SEP 2022 1:47PM by PIB Bhubaneshwar

ଗୁଜରାଟ ଅହମ୍ମଦାବାଦ ସହରସ୍ଥିତ ଅହମ୍ମଦାବାଦ ଏଜୁକେସନ ସୋସାଇଟି ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ପତାକା ଦେଖାଇ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଏବଂ କାଲୁପୁର ଷ୍ଟେସନ ଠାରୁ ଦୂରଦର୍ଶନ କେନ୍ଦ୍ର ମେଟ୍ରୋ ରେଳ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଗାନ୍ଧୀ ନଗର ଠାରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଟ୍ରେନରେ କାଲୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ଭାରତ, ସହରାଞ୍ଚଳ ଯୋଗାଯୋଗ ଏବଂ ଆତ୍ମନିର୍ଭର ଭାରତ ପାଇଁ ଆଜି ଏକ ବଡ଼ ଦିନ ବନ୍ଦେ ଭାରତ ଟ୍ରେନ ଏବଂ ଅହମ୍ମଦାବାଦ ମେଟ୍ରୋରେ ଯାତ୍ରା କରିଥିବା କାରଣରୁ ସେ ଖୁସି ବ୍ୟକ୍ତ କରିଥିଲେ

ବନ୍ଦେ ଭାରତ ଏକ୍ସପ୍ରେସରେ ରହିଥିବା ଶବ୍ଦ ନିରୋଧୀ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ସେ କହିଥିଲେ ଯେ ଏକ ବିମାନ ଭିତରେ ଶୁଭୁଥିବା ଶବ୍ଦ ତୁଳନାରେ ବନ୍ଦେ ଭାରତ ଏକ୍ସପ୍ରେସରେ ୧୦୦ ଗୁଣା କମ ଶବ୍ଦ ଶୁଭୁଛି ଅହମ୍ମଦାବାଦର ଜନସାଧାରଣ ବହୁ ସଂଖ୍ୟାରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପ୍ରଶଂସା କରିଥିଲେ ଅହମ୍ମଦାବାଦ ସହରର ଯାତ୍ରୀମାନଙ୍କ  ବୁଦ୍ଧିମତା ହିସାବ କ୍ଷମତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ‘‘ମୁଁ ଆଜି ଅହମ୍ମଦାବାଦକୁ ଯଥେଷ୍ଟ ମାତ୍ରାରେ ଅଭିବାଦନ ଜଣାଇପାରିବି ନାହିଁ, ଆଜି ଅହମ୍ମଦାବାଦ ମୋ ହୃଦୟ ଜିଣି ନେଇଛି’’, ଭାବପ୍ରବଣ ହୋଇ ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସହରଗୁଡ଼ିକ ଠାରୁ ଏକ ବିଂଶ ଶତାବ୍ଦୀର ଭାରତ ଏକ ନୂଆ ପ୍ରଗତି ଧାରା ହାସଲ କରିବ ‘‘ସମୟ ବଦଳୁଛି, ଏହା ସହ ତାଳ ଦେଇ ଆମ ସହରଗୁଡ଼ିକୁ ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ନିରନ୍ତର ଭାବେ ଆଧୁନିକ କରିବା ଜରୁରି’’, ଶ୍ରୀ ମୋଦୀ କହିଥିଲେ ସେ ବିଶେଷ ଭାବେ କହିଥିଲେ ଯେ, ସହରରେ ପରିବହନ ପ୍ରଣାଳୀ ଆଧୁନିକ ଏବଂ ବାଧାମୁକ୍ତ ହେବା ଉଚିତ୍‌ ଯେଉଁଠି ଗୋଟିଏ ପରିବହନ ମାଧ୍ୟମ ଅନ୍ୟଟିକୁ ସମର୍ଥନ କରୁଥିବ ଏହି ଲକ୍ଷ୍ୟ ନେଇ ସହରାଞ୍ଚଳ ଭିତ୍ତିଭୂମିରେ ବିପୁଳ ପରିମାଣର ପୁଞ୍ଜି ନିବେଶ କରାଯାଉଛି ଗତ ଆଠ ବର୍ଷ ମଧ୍ୟରେ ୨୪ରୁ ଅଧିକ ସହରରେ ମେଟ୍ରୋ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇସାରିଛି ଏବଂ ସମ୍ପୂର୍ଣ୍ଣ ହେବା ସ୍ତରରେ ରହିଛି ବହୁ ସଂଖ୍ୟାରେ ଛୋଟ ସହର ବିମାନ ଯୋଗାଯୋଗ ଏବଂ ଉଡ଼ାନ ଯୋଜନାରେ ଯୋଡ଼ି ହୋଇଛନ୍ତି ଅନୁରୂପ ଭାବେ, ରେଳ ଷ୍ଟେସନଗୁଡ଼ିକର ମଧ୍ୟ ଆଧୁନିକୀକରଣ ହେଉଛି ‘‘ଆଜି, ଗାନ୍ଧୀ ନଗର ରେଳ ଷ୍ଟେସନ ବିଶ୍ବର କୌଣସି ବିମାନ ବନ୍ଦର ଠାରୁ ମଧ୍ୟ କମ୍‌ ନୁହେଁ’’, ସେ କହିଥିଲେ ଅହମ୍ମଦାବାଦ ରେଳ ଷ୍ଟେସନର ଆଧୁନିକୀକରଣ କରିବା ଲାଗି ସରକାର ନେଇଥିବା ନିଷ୍ପତ୍ତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ

ଅହମ୍ମଦାବାଦ-ଗାନ୍ଧୀନଗର ସହରର ସଫଳତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଟୁଇନ-ସିଟି ବା ଦ୍ବୈତ ନଗରୀ ବିକାଶ ଅବଧାରଣାର ସଫଳତା ବିଷୟରେ କହିଥିଲେ ସେ କହିଥିଲେ ଯେ, ଆନନ୍ଦ- ନାଦିଆଡ଼, ଭରୁଚ – ଅଙ୍କଲେଶ୍ବର, ଭାଲସାଡ଼- ୱାପି, ସୁରଟ – ନବସାରୀ, ଭଦୋଦରା – ହଲୋଲ କଲୋଳ, ମୋର୍ବି - ୱାଙ୍କନେର ଏବଂ ମହେସାନା – କାଡି ଆଦି ଦ୍ବୈତ ନଗରୀ ଆଗାମୀ ଦିନରେ ଗୁଜରାଟର ପରିଚୟକୁ ଆହୁରି ସୁଦୃଢ଼ କରିବେ

ଆସନ୍ତା ୨୫ ବର୍ଷ ମଧ୍ୟରେ ଅହମ୍ମଦାବାଦ, ସୁରଟ, ଭଦୋଦରା, ଭୋପାଳ, ଇନ୍ଦୋର, ଜୟପୁର ଭଳି ସହର ବିକଶିତ ମାନ୍ୟତା ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁରୁଣା ସହରର ଉନ୍ନତିକରଣ ଏବଂ ସମ୍ପ୍ରସାରଣ ଉପରେ ଧ୍ୟାନ ଦିଆଯିବା ସହିତ ନୂଆ ସହରଗୁଡ଼ିକୁ ବିଶ୍ବ ବ୍ୟବସାୟର ଚାହିଦା ଅନୁଯାୟୀ ବିକଶିତ କରାଯାଉଛି । ‘‘ ଜିଆଇଏଫଟି ସହରଗୁଡ଼ିକ ଏଭଳି ପ୍ଲଗ୍‌ ଏଣ୍ଡ ପ୍ଲେ ସୁବିଧାର ଏକ ପ୍ରକୃଷ୍ଟ ଉଦାହରଣ’’, ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ମେଟ୍ରୋ ଇତିହାସରେ ପ୍ରଥମ ଥର ପାଇଁ ଏକାଥରରେ ୩୨ କିଲୋମିଟର ଲମ୍ବ ମେଟ୍ରୋ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ରେଳ ଲାଇନ ଉପରେ ମେଟ୍ରୋ ଲାଇନ ନିର୍ମାଣ ହେବା କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଦ୍ରୁତ ଗତିରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ନେଇ ସେ ସୂଚନା ଦେଇଥିଲେ

ବନ୍ଦେ ଭାରତ ଏକ୍ସପ୍ରେସ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଅହମ୍ମଦାବାଦ ଏବଂ ମୁମ୍ବାଇ ଭଳି ଦୁଇଟି ବଡ଼ ସହରକୁ ଯାତ୍ରା କରିବା ଲାଗି ଯାତ୍ରୀମାନଙ୍କୁ ଆରାମଦାୟକ ଅନୁଭୂତି ମିଳିପାରିବ ଏବଂ ଏହାଦ୍ବାରା ଦୁଇ ସହର ମଧ୍ୟରେ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଗୋଟିଏ ଏକ୍ସପ୍ରେସ ଟ୍ରେନରେ ଅହମ୍ମଦାବାଦରୁ ମୁମ୍ବାଇ ଯାତ୍ରା କଲେ ପ୍ରାୟ ସାତରୁ ଆଠ ଘଣ୍ଟା ସମୟ ଲାଗିଥାଏ ସେହିପରି ଶତାବ୍ଦୀ ଟ୍ରେନରେ ଯାତ୍ରା କରିବା ପାଇଁ ସାଢ଼େ ଛଅ ଘଣ୍ଟାରୁ ସାତ ଘଣ୍ଟା ଲାଗେ ଅନ୍ୟପଟେ, ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କଲେ ଗାନ୍ଧୀ ନଗରରୁ ମୁମ୍ବାଇରେ ପହଞ୍ଚିବା ଲାଗି ଅତିବେଶୀରେ ସାଢ଼େ ପାଞ୍ଚ ଘଣ୍ଟା ସମୟ ଲାଗି ବୋଲି ସେ କହିଥିଲେ ଅନ୍ୟ ଟ୍ରେନଗୁଡ଼ିକ ତୁଳନାରେ ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ ସଂଖ୍ୟାରେ ଲୋକ ଯାତ୍ରା କରିପାରିବେ ପ୍ରଧାନମନ୍ତ୍ରୀ ଏହି ଅବସରରେ, ବନ୍ଦେ ଭାରତ କୋଚ ନିର୍ମାଣ କରିଥିବା ବୈଷୟିକବିତ୍‌ ଏବଂ ଇଞ୍ଜିନିୟରମାନଙ୍କ ସହିତ ତାଙ୍କର ଆଲୋଚନା ବିଷୟରେ କହିଥିଲେ ସେମାନଙ୍କର ଏହି ପ୍ରୟାସ ଏବଂ ଆତ୍ମବିଶ୍ବାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ କାଶୀ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ପ୍ରଧାନମନ୍ତ୍ରୀ କରିଥିବା ଆଲୋଚନାକୁ ମନେ ପକାଇ କହିଥିଲେ ଯେ, ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି ଶ୍ରମିକ ଏବଂ ଗରିବ ଲୋକମାନଙ୍କ ପାଇଁ ଏହି ଟ୍ରେନ ବିଶେଷ ସହାୟକ ହୋଇପାରିବ କାରଣ ଏଥିରେ ଲଗେଜ୍‌ ରଖିବା ପାଇଁ ଅଧିକ ସ୍ଥାନ ଅଛି ଏବଂ ଏଥିରେ ଗନ୍ତବ୍ୟ ସ୍ଥଳୀରେ ପହଞ୍ଚିବା ଲାଗି ମଧ୍ୟ କମ୍‌ ସମୟ ଲାଗିଥାଏ ‘‘ଏହା ହେଉଛି ବନ୍ଦେ ଭାରତର ଶକ୍ତି’’, ପ୍ରଧାନମନ୍ତ୍ରୀ କହିଥିଲେ ‘ଡବଲ ଇଞ୍ଜିନ ସରକାର’ଙ୍କ କାରଣରୁ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମଞ୍ଜୁରି ଏବଂ ଅନ୍ୟାନ୍ୟ ଅନୁମତି ଖୁବଶୀଘ୍ର ନିଆଯାଇ ପାରିଛି ଏବଂ ପ୍ରକଳ୍ପ କାମ ଅତିଶୀଘ୍ର ସମ୍ପୂର୍ଣ୍ଣ କରାଯାଇ ପାରିଛି ଗରିବ ବଞ୍ଚିତଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମେଟ୍ରୋ ମାର୍ଗ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା କାଲୁପୁର ଏକ ବହୁମୁଖି କେନ୍ଦ୍ରରେ ପରିଣତ ହେଉଛି ବୋଲି ସେ କହିଥିଲେ

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ସରକାର ବିଦ୍ୟୁତଚାଳିତ ବସ ନିର୍ମାଣ ଏବଂ ଚଳାଚଳ ପାଇଁ ଫେମ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ଫଳରେ ସହରରେ ରହୁଥିବା ଗରିବ, ମଧ୍ୟବିତ୍ତ ବନ୍ଧୁମାନେ ବସରୁ ବାହାରୁଥିବା ଧୂଆଁ ପ୍ରଦୂଷଣରୁ ମୁକ୍ତି ପାଇ ପାରିବେ ‘‘ଏବେ ସୁଦ୍ଧା, ସାରା ଦେଶରେ ଏହି ଯୋଜନା ଅଧୀନରେ ହଜାରରୁ ଅଧିକ ବସକୁ ଅନୁମତି ଦିଆଯାଇ ସାରିଛି’’, ଶ୍ରୀ ମୋଦୀ କହିଥିଲେ ‘‘କେନ୍ଦ୍ର ସରକାର ଏସବୁ ବିଦ୍ୟୁତଚାଳିତ ବସ ପାଇଁ ପ୍ରାୟ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏହି ଯୋଜନା ଅଧୀନରେ କେବଳ ଗୁଜରାଟ ରାଜ୍ୟରେ ୮୫୦ରୁ ଅଧିକ ବସକୁ ମଞ୍ଜୁରି ମିଳିସାରିଛି ଏଥିମଧ୍ୟରୁ ପ୍ରାୟ ୧୦୦ଟି ବସ ଗୁଜରାଟର ସଡ଼କରେ ଚାଲିବା ଆରମ୍ଭ କରି ସାରିଲେଣି

ପୂର୍ବର କେନ୍ଦ୍ର ସରକାରଙ୍କ ଅବହେଳା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସହରଗୁଡ଼ିକରେ ହେଉଥିବା ଟ୍ରାଫିକ ଜାମକୁ ଦୂର କରିବା ଲାଗି କୌଣସି ପଦକ୍ଷେପ ନିଆଯାଉ ନଥିଲା । ଶ୍ରୀ ମୋଦୀ ବିଶେଷ ଜୋର ଦେଇ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ଭାରତ ଗତିକୁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଭାବେ ବିବେଚନା କରିଥାଏ ଏବଂ ଏହା ତ୍ବରିତ ବିକାଶ ପାଇଁ ଗ୍ୟାରେଣ୍ଟି ଦେଇଥାଏ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଗତି ପ୍ରତି ଏହି ଆଗ୍ରହ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନ ଏବଂ ଜାତୀୟ ଲଜିଷ୍ଟିକ୍ସ ପଲିସୀରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି ଆମ ରେଳବାଇର ଗତିକୁ ବଢ଼ାଇବା ପାଇଁ ଏହି ଅଭିଯାନ ମଧ୍ୟ ସଫଳ ହୋଇଛି ବୋଲି ସେ କହିଥିଲେ ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ସାରା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଆମେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ ସ୍ବଦେଶୀ ବନ୍ଦେ ଭାରତ ଟ୍ରେନର ସବୁଠୁ ସୁନ୍ଦର ବୈଶିଷ୍ଟ୍ୟ ହେଉଛି ଏହା ମାତ୍ର ୫୨ ସେକେଣ୍ଡ ମଧ୍ୟରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାତ୍ରା କରିବା ଆରମ୍ଭ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ

ରେଳ ନେଟୱର୍କରେ ହୋଇଥିବା ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ରେଳ ନେଟୱର୍କରେ ଅଧିକାଂଶ ସ୍ଥାନକୁ ମାନବବିହୀନ ଫାଟକ ମୁକ୍ତ କରାଯାଇଛି ‘‘ଥରେ ପୂର୍ବ ଏବଂ ପଶ୍ଚିମ ସମର୍ପିତ ମାଲ କରିଡର ପ୍ରସ୍ତୁତ ହୋଇଗଲେ, ମାଲବାହୀ ଟ୍ରେନଗୁଡ଼ିକର ଗତି ବୃଦ୍ଧି ପାଇବ ଏବଂ ଯାତ୍ରୀବାହୀ ଟ୍ରେନ ଚଳାଚଳରେ ହେଉଥିବା ବିଳମ୍ବ ହ୍ରାସ ପାଇବ’’, ପ୍ରଧାନମନ୍ତ୍ରୀ କହିଥିଲେ

ଦେଶରେ ଭିତ୍ତିଭୂମି ବିକାଶ ପ୍ରକ୍ରିୟାକୁ ନେଇ ରହିଥିବା ମାନସିକତାରେ ଆସିଥିବା ମୌଳିକ ପରିବର୍ତ୍ତନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ସେ କହିଥିଲେ, ବର୍ତ୍ତମାନ ଦ୍ରୁତ ଗତିରେ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଉଛି ‘‘ ଅଗତ ଆଠ ବର୍ଷ ମଧ୍ୟରେ ଆମେ, ଜନଗଣଙ୍କ ଆକାଂକ୍ଷା ସହ ଭିତ୍ତିଭୂମିକୁ ଯୋଡ଼ି ପାରିଛୁ’’ ଶ୍ରୀ ମୋଦୀ କହିଥିଲେ ସେ ଆହୁରି କହିଥିଲେ ଯେ, ‘‘ଦେଶରେ ଏମିତି ଏକ ସମୟ ଥିଲା ଯେତେବେଳେ କେବଳ ନିର୍ବାଚନୀ ଲାଭ ଏବଂ କ୍ଷତିକୁ ଆଖି ଆଗରେ ରଖି ଭିତ୍ତିଭୂମି ସମ୍ପର୍କରେ ଘୋଷଣା କରାଯାଉଥିଲା ଟିକସଦାତାଙ୍କ ଆୟ କେବଳ ରାଜନୈତିକ ହିତ ପାଇଁ ବ୍ୟବହାର କରାଯାଉଥିଲା ଡବଲ ଇଞ୍ଜିନ ସରକାର ଏଭଳି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି’’ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୀର୍ଘସ୍ଥାୟୀ ପ୍ରଗତିର ଆଧାର ହେଉଛି ଦୃଢ଼ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ଲକ୍ଷ୍ୟ ନେଇ ଏକ ଭିତ୍ତିଭୂମି ବିକାଶ ବର୍ତ୍ତମାନ ଏହି ମନୋଭାବର ସହିତ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ହେଉଛି

ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଆଶା ବ୍ୟକ୍ତ କରି କହିଥିଲେ ଯେ, ଭୂତଳ ଭୂପୃଷ୍ଠ ମେଟ୍ରୋ ପ୍ରକଳ୍ପ ନିର୍ମାଣ ପାଇଁ କରାଯାଉଥିବା ବ୍ୟାପକ କାର୍ଯ୍ୟ ଏବଂ ଏହି କ୍ଷେତ୍ରରେ ହେଉଥିବା ନିବେଶ ସମ୍ପର୍କରେ ବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ଉଚିତ୍‌ ଏହା ଦେଶର ପ୍ରଗତିରେ ସେମାନଙ୍କ ବିଶ୍ବାସ ବୃଦ୍ଧି କରିବ ଏବଂ ସେମାନଙ୍କ ମଧ୍ୟରେ ଏକ ମାଲିକାନା ମନୋଭାବ ଜାଗ୍ରତ କରିବ ଏହା ଦ୍ବାରା ଏପରି ଏକ ଭବିଷ୍ୟତ ପିଢ଼ି ସୃଷ୍ଟି ହେବେ ଯେଉଁମାନେ ସର୍ବସାଧାରଣ ସମ୍ପତ୍ତିକୁ କେବେ ହେଲେ କ୍ଷତି ପହଞ୍ଚାଇବେ ନାହିଁ ସେମାନେ ଏସବୁ ସମ୍ପତ୍ତି ପାଇଁ ହୋଇଥିବା ଉଦ୍ୟମ ଏବଂ ଏଥିରେ ହୋଇଥିବା ନିବେଶକୁ ବୁଝିପାରିବେ

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତାର ଅମୃତ କାଳରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଅଧିକ ଗତି ଏବଂ ଶକ୍ତି ସହିତ ପ୍ରୟାସ କରିବାର ଆବଶ୍ୟକତା ରହିଛି ‘‘ ଏ କ୍ଷେତ୍ରରେ ଗୁଜରାଟର ଡବଲ ଇଞ୍ଜିନ ସରକାର ଗମ୍ଭୀର ପ୍ରୟାସ କରୁଛନ୍ତି ମୋର ବିଶ୍ବାସ ଅଛି ଯେ ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ), ବଳରେ ଏହି କାର୍ଯ୍ୟ ସାକାର ରୂପ ନେଇପାରିବ’’, ପ୍ରଧାନମନ୍ତ୍ରୀ କହିଥିଲେ

ଏହି କାର୍ଯ୍ୟକ୍ରମରେ ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଆବାସ, ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ସାଂସଦ ଶ୍ରୀ ସି. ଆର ପାଟିଲ, କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ବିକ୍ରମ ଜର୍ଦ୍ଦୋଶ ଏବଂ ଅହମ୍ମଦାବାଦର ମେୟର ଶ୍ରୀ କିରିଟ ପରମାର ପ୍ରମୁଖ ଉପସ୍ଥିତ ଥିଲେ

ପୃଷ୍ଠଭୂମି

ବନ୍ଦେ ଭାରତ ଏକ୍ସପ୍ରେସ ଶ୍ରେଷ୍ଠତମ ତଥା ବିମାନ ଭଳି ଯାତ୍ରା ଅନୁଭୂତି ପ୍ରଦାନ କରିଥାଏ । ଏଥିରେ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ ସହିତ ସ୍ବଦେଶୀ ଭାବେ ବିକଶିତ ଟ୍ରେନ ଦୁର୍ଘଟଣା ନିରୋଧୀ ପ୍ରଣାଳୀ – କବଚ ସଂଯୋଗ ହୋଇଛି ।  ସବୁ ଶ୍ରେଣୀରେ ପଛକୁ ଶୋଇବା ଭଳି ସିଟ୍‌ ରହିଥିବା ବେଳେ ଏକଜିକ୍ୟୁଟିଭ୍‌ କୋଚ୍‌ ଗୁଡ଼ିକରେ ୧୮୦ ଡିଗ୍ରୀ ଘୂରିବା ସୁବିଧା ରହିଛି । ଯାତ୍ରୀଙ୍କ ସୂଚନା ଏବଂ ମନୋରଞ୍ଜନ ପାଇଁ ପ୍ରତ୍ୟେକ କୋଚ୍‌ ବା ବଗିରେ ୩୨ ଇଞ୍ଚ ସ୍କ୍ରିନ ସଂଯୋଗ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପରେ ପ୍ରାୟ ୩୨ କିଲୋମିଟର ପୂର୍ବ-ପଶ୍ଚିମ କରିଡର ନିର୍ମାଣ କରାଯାଇଛି । ଏହି ମେଟ୍ରୋ ଟ୍ରାକ୍‌ ଆପାରେଲ୍‌ ପାର୍କ ଠାରୁ ଥାଲତେଜକୁ ସଂଯୋଗ କରୁଛି । ସେହିପରି ଉତ୍ତର-ପଶ୍ଚିମ କରିଡର ମୋଟେରା ଠାରୁ ଗ୍ୟାସପୁରକୁ ସଂଯୋଗ କରୁଛି । ପୂର୍ବ-ପଶ୍ଚିମ କରିଡରର ଥାଲତେଜ- ଭସ୍ତ୍ରଲ ମାର୍ଗରେ ୧୭ଟି ଷ୍ଟେସନ ରହିଛି । ଏହି କରିଡରରେ ଚାରିଟି ଷ୍ଟେସନ ସହିତ ୬.୬ କିଲୋମିଟର ଲମ୍ବ ଏକ ଭୂତଳ ମେଟ୍ରୋ ରେଳ ଟ୍ରାକ୍‌ ରହିଛି । ୧୯ କିଲୋମିଟର ଲମ୍ବ ଉତ୍ତର-ଦକ୍ଷିଣ କରିଡର ଗ୍ୟାସପୁର ଠାରୁ ମୋଟେରା ଷ୍ଟାଡିୟମକୁ ସଂଯୋଗ କରୁଥିବା ବେଳେ ଏହି ଟ୍ରାକରେ ୧୫ଟି ଷ୍ଟେସନ ରହିଛି । ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ ପ୍ରକଳ୍ପ ୧୨ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ଅର୍ଥରେ ନିର୍ମାଣ କରାଯାଇଛି । ସମ୍ପୂର୍ଣ୍ଣ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଏକ ବିଶାଳ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରକଳ୍ପ ହୋଇଥିବା ବେଳେ ଏଥିରେ ଭୂତଳ ସୁଡ଼ଙ୍ଗ, ସେତୁ, ଖାଲ ସେତୁ, ଭୂପୃଷ୍ଠ ଠାରୁ ଉଚ୍ଚ ଏବଂ ଭୂତଳ ଷ୍ଟେସନ ଅଟ୍ଟାଳିକା, ଗେଟିମୁକ୍ତ ରେଳ ଟ୍ରାକ ଏବଂ ଡ୍ରାଇଭର ବିହୀନ ରେଳ ପରିଚାଳନା ବ୍ୟବସ୍ଥା ଆଦି ରହିଛି ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ଟ୍ରେନଗୁଡ଼ିକରେ ଇନ୍ଧନ ଦକ୍ଷତା ପ୍ରପଲ୍ସନ ବ୍ୟବସ୍ଥା ରହିଛି ଯାହାକି ୩୦-୩୫% ଇନ୍ଧନ ସଞ୍ଚୟ କରିପାରିବ । ଯାତ୍ରୀମାନଙ୍କୁ ଅତି ସୁଗମ ଯାତ୍ରା ସୁବିଧା ଯୋଗାଇ ଦେବା ଲାଗି ଏହି ଟ୍ରେନରେ ଅତ୍ୟାଧୁନିକ ସସପେନସନ ବ୍ୟବସ୍ଥା ରହିଛି । ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟିତ ହେବା ପରେ ସହରବାସୀଙ୍କୁ ବହୁମୁଖି ପରିବହନ ସୁବିଧା ମିଳିପାରିବ । ଭାରତୀୟ ରେଳବାଇ ଏବଂ ବସ ପ୍ରଣାଳୀ (ବିଆରଟିଏସ, ଜିଏସଆରଟିସି ଏବଂ ସିଟି ବସ ସେବା) ସହିତ ବିଶ୍ବସ୍ତରୀୟ ବହୁମୁଖି ପରିବହନ ସେବା ଯୋଗାଇ ଦିଆଯାଇଛି । ଏହି ବ୍ୟବସ୍ଥାରେ ରାଣିପ, ଭଡ଼ଜ, ଏଇସି ଷ୍ଟେସନ ଆଦିରେ ବିଆରଟିଏସ ସହ ସଂଯୋଗ ବ୍ୟବସ୍ଥା ରହିଛି । ସେହିପରି ଗାନ୍ଧୀ ଧାମ, କାଲୁପୁର ଏବଂ ସାବରମତୀ ଷ୍ଟେସନରେ ଭାରତୀୟ ରେଳବାଇ ସହ ବହୁମୁଖି ପରିବହନ ବ୍ୟବସ୍ଥା କରାଯାଇଛି । କାଲୁପୁର ଠାରେ, ମେଟ୍ରୋ ଲାଇନ ମୁମ୍ବାଇ ଏବଂ ଅହମ୍ମଦାଦାଦ ହାଇସ୍ପିଡ୍‌ ରେଳ ପ୍ରଣାଳୀ ସହ ଯୋଡ଼ି ହୋଇଛି ।

ବିଶ୍ବସ୍ତରୀୟ ଭିତ୍ତିଭୂମି ବିକଶିତ କରିବା, ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ସମ୍ପ୍ରସାରଣ କରିବା ଏବଂ ବହୁମୁଖି ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସାକାର କରିବା ଲାଗି ଏହିସବୁ ବ୍ୟାପକ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଆଉ କେତେକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସକୁ ମଧ୍ୟ ଏହା ପ୍ରତିଫଳିତ କରୁଛି ।

 

******

P.S.



(Release ID: 1873677) Visitor Counter : 69