ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରାଏଲ ସାଧାରଣ ନିର୍ବାଚନରେ ସଫଳତା ପାଇଁ ବେଞ୍ଜାମିନ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ



ଭାରତ- ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ଗୁରୁତ୍ୱ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ୟେର ଲାପିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 04 NOV 2022 2:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ସାଧାରଣ ନିର୍ବାଚନରେ ସଫଳତା ପାଇଁ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତ- ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ଗୁରୁତ୍ୱ ପ୍ରଦାନ କରିଥିବାରୁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ୟେର ଲାପିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆପଣଙ୍କ ନିର୍ବାଚନୀ ସଫଳତା ପାଇଁ ମାଜେଲ ଟୋଭ ମୋର ବନ୍ଧୁ @netanyahu । ଭାରତ- ଇସ୍ରାଏଲ ରଣନୈତିକ ଭାଗିଦାରୀ ସୁଦୃଢ କରିବା ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ଉତ୍ସୁକ ।

ଭାରତ-ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ @yairlapid । ଆମ ନାଗରିକମାନଙ୍କ ପାରସ୍ପରିକ ଲାଭ ପାଇଁ ବିଚାରର ସଫଳ ଆଦାନପ୍ରଦାନ ଜାରି ରଖିବାକୁ ଆଶାବାଦୀ ।       

 

SR



(Release ID: 1873675) Visitor Counter : 151