ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭେମ୍ବର ୨ରେ ‘ଇନ୍ - ସିଟୁ ବସ୍ତି ପୁନର୍ବାସ ପ୍ରକଳ୍ପ’ ଅନ୍ତର୍ଗତ ଦିଲ୍ଲୀର କାଲକାଜୀରେ ୩୦୨୪ଟି ନୂତନ ନିର୍ମିତ ଫ୍ଲାଟ୍‌ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ଝୋପଡି ବାସିନ୍ଦାଙ୍କୁ ଫ୍ଲାଟ ଗୁଡିକର ଚାବି ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ

ସମସ୍ତଙ୍କ ପାଇଁ ଗୃହ ଯୋଗାଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁସାରେ ଏହା କରା ଯାଉଛି

ଏହି ପ୍ରକଳ୍ପ ସମସ୍ତ ନାଗରିକ ମାନଙ୍କୁ ସମସ୍ତ ପ୍ରକାରର ସୁବିଧାରେ ସଜ୍ଜିତ ଏକ ଉନ୍ନତ ଏବଂ ସୁସ୍ଥ ବାତାବରଣ ପ୍ରଦାନ କରିବ

ଫ୍ଲାଟ ଗୁଡିକ ମାଲିକାନା ହକ ପ୍ରଦାନ କରିବ ଏବଂ ସୁରକ୍ଷା ଭାବନା ଦେବ

प्रविष्टि तिथि: 01 NOV 2022 9:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୦୨ ନଭେମ୍ବର  ୨୦୨୨ରେ ଅପରାହ୍ନ ୪.୩୦ ଟା ସମୟରେ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏକ କାର୍ଯ୍ୟକ୍ରମରେ ‘ଇନ୍ - ସିଟୁ ବସ୍ତି ପୁନର୍ବାସ ' ପ୍ରକଳ୍ପ ଅଧୀନରେ ବସ୍ତି ବାସିନ୍ଦାଙ୍କ ପୁନଃଥଇଥାନ ପାଇଁ ଦିଲ୍ଲୀର କାଲକାଜୀ ଠାରେ ୩୦୨୪ ଟି ନୂତନ ଭାବେ ନିର୍ମିତ ହୋଇଥିବା ଇଡବ୍ଲ୍ୟୁଏସ୍ ଫ୍ଲାଟର ଉଦ୍‌ଘାଟନ କରିବେ ଏବଂ ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚାବି ହସ୍ତାନ୍ତର କରିବେ ।

ସମସ୍ତଙ୍କ ପାଇଁ ଗୃହ ଯୋଗାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଦ୍ୱାରା ୩୭୬ ଝୁଗି ଝୋପଡି  କ୍ଲଷ୍ଟର ଗୁଡିକରେ ଇନ୍ - ସିଟୁ ବସ୍ତି ପୁନର୍ବାସ କାର୍ଯ୍ୟ ଚାଲିଛି । ପୁନଃଥଇଥାନ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଝୁଗି ଝୋପଡି କ୍ଲଷ୍ଟର ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ଏବଂ ବ୍ୟବସ୍ଥା ସହିତ ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପାଇଁ ପରିବେଶ ଯୋଗାଇବା ।

କାଲ୍‌କାଜୀ ଏକ୍ସଟେନ୍ସନ୍‌, ଜେଲରୱାଲା ବାଗ ଏବଂ କାଠପୁତଲି କଲୋନୀରେ ଡିଡିଏ ଏହିପରି ତିନୋଟି ପ୍ରକଳ୍ପ ହାତକୁ ନେଇଛି । କାଲ୍‌କାଜୀ ସମ୍ପ୍ରସାରଣ ପ୍ରକଳ୍ପ ଅଧୀନରେ ତିନିଟି ବସ୍ତି କ୍ଲଷ୍ଟରର ଭୂମିହୀନ କ୍ୟାମ୍ପ, ନବଜୀବନ ଶିବିର ଏବଂ କାଲ୍‌କାଜୀରେ ଅବସ୍ଥିତ ଜବାହର ଶିବିରର ବସ୍ତି ପୁନର୍ବାସ ପର୍ଯ୍ୟାୟକ୍ରମେ କରା ଯାଉଛି । ପ୍ରଥମ ପର୍ଯ୍ୟାୟ ଅଧୀନରେ, ନିକଟସ୍ଥ ଖାଲି ବାଣିଜ୍ୟିକ କେନ୍ଦ୍ର ସ୍ଥଳରେ ୩୦୨୪ଇଡବ୍ଲ୍ୟୁଏସ୍ ଫ୍ଲାଟ ନିର୍ମାଣ କରା ଯାଇଛି । ଭୂମିହୀନ କ୍ୟାମ୍ପରେ ଥିବା ଝୁଗି ଝୋପଡି  ସ୍ଥଳକୁ ଭୂମିହୀନ କ୍ୟାମ୍ପର ଯୋଗ୍ୟ ପରିବାର ମାନଙ୍କୁ ନୂତନ ଭାବରେ ନିର୍ମିତ ଇଡବ୍ଲ୍ୟୁଏସ୍ ଫ୍ଲାଟ୍ ଗୁଡିକରେ ପୁନଃଥଇଥାନ କରି ଖାଲି କରାଯିବ । ଭୂମିହୀନ କ୍ୟାମ୍ପ ସ୍ଥଳୀର ଛୁଟି ପରେ , ଦ୍ୱିତୀୟ ପର୍ଯ୍ୟାୟରେ , ଏହି ଖାଲି ସ୍ଥାନଟି ନବଜୀବନ ଶିବିର ଏବଂ ଜବାହର କ୍ୟାମ୍ପର ପୁନଃଥଇଥାନ ପାଇଁ ବ୍ୟବହୃତ ହେବ ।

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ୩୦୨୪ ଫ୍ଲାଟ ଗୃହ ପ୍ରବେଶ ନିମନ୍ତେ ପ୍ରସ୍ତୁତ ହୋଇ ଯାଇଛି । ଏହି ଫ୍ଲାଟ ଗୁଡିକ ପ୍ରାୟ ୩୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି  ଏବଂ ସମସ୍ତ ନାଗରିକ ସୁବିଧା ଗୁଡିକ ସହିତ ସଜ୍ଜିତ ହୋଇଛି ଯେଉଁଥିରେ ଭିଟ୍ରିଫାଇଡ୍ ଫ୍ଲୋର୍ ଟାଇଲ୍‌, ସେରାମିକ୍ସ ଟାଇଲ୍‌, ରୋଷେଇ ଘରେ ଉଦୟପୁର ସବୁଜ ମାର୍ବଲ୍ କାଉଂଟର ଇତ୍ୟାଦି ବ୍ୟବହୃତ ହୋଇ କାର୍ଯ୍ୟ ହୋଇଛି । ବିଭିନ୍ନ ସାର୍ବଜନିନ ସୁବିଧା, କମ୍ୟୁନିଟି ପାର୍କ, ଇଲେକ୍ଟ୍ରିକ୍ ସବ୍ ଷ୍ଟେସନ୍‌, ସ୍ୱେରେଜ୍ ଟ୍ରିଟମେଂଟ ପ୍ଲାଂଟ, ଦୋହରା  ଜଳ ପାଇପଲାଇନ୍ , ଲିଫ୍ଟ ,  ସ୍ୱଚ୍ଛ ଜଳ ଯୋଗାଣ  ପାଇଁ ଭୂତଳ ଜଳ ଭଣ୍ଡାର ମଧ୍ୟ ଯୋଗାଇ ଦିଆ ଯାଇଛି । ଫ୍ଲାଟ ଗୁଡିକର ବଂଟନ ଲୋକ ମାନଙ୍କୁ ମାଲିକାନା ହକ ପ୍ରଦାନ କରିବା ସହିତ ସୁରକ୍ଷାର ଭାବନା ମଧ୍ୟ ଦେବ ।

*****

SSP


(रिलीज़ आईडी: 1872872) आगंतुक पटल : 177
इस विज्ञप्ति को इन भाषाओं में पढ़ें: Manipuri , Marathi , Assamese , English , Urdu , हिन्दी , Bengali , Punjabi , Gujarati , Tamil , Telugu , Kannada , Malayalam