ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶବାସୀଙ୍କୁ ଧନତେରାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପାରମ୍ପରିକ ଔଷଧ ଓ ଯୋଗ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପ୍ରୟାସକୁ ପ୍ରଶଂସା କଲେ

ବିଶ୍ୱ ଆୟୁଷ ଶିଖର ସମ୍ମିଳନୀରେ ନିକଟରେ ପ୍ରଦାନ କରିଥିବା ଅଭିଭାଷଣ ଶେୟାର କଲେ

Posted On: 22 OCT 2022 7:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନତେରାସର ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁସ୍ଥତା ଓ ନିରାମୟତା ସହ ଧନତେରାସର ଘନିଷ୍ଠ ସମ୍ପର୍କ ଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ପାରମ୍ପରିକ ଔଷଧ ଓ ଯୋଗ ପ୍ରତି ବିଶ୍ୱର ଆଗ୍ରହ ବଢୁଥିବା ଉଲ୍ଲେଖ କରିଛନ୍ତି । ଏହାସହିତ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ସେ ନିକଟରେ ବିଶ୍ୱ ଆୟୁଷ ଶିଖର ସମ୍ମିଳନୀରେ ପ୍ରଦାନ କରିଥିବା ଅଭିଭାଷଣ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଧନତେରାସର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଉଛି । ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରୁଛି । ଆମ ସମାଜରେ ସମୃଦ୍ଧି ସୃଷ୍ଟିର ଭାବନା ପ୍ରସ୍ଫୁଟିତ ହେଉଥାଉ ବୋଲି କାମନା ।  

ଧନତେରାସ ସହ ସୁସ୍ଥତା ଓ ନିରାମୟତାର ଘନିଷ୍ଠ ସମ୍ପର୍କ ରହିଛି । ବିଗତ କିଛି ବର୍ଷରେ ଭାରତର ପାରମ୍ପରିକ ଔଷଧ ଓ ଯୋଗ ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିଛି । ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ପ୍ରଶଂସା କରୁଛି । ନିକଟରେ ବିଶ୍ୱ ଆୟୁଷ ଶିଖର ସମ୍ମିଳନୀରେ ପ୍ରଦାନ କରିଥିବା ଅଭିଭାଷଣ ଶେୟାର କରୁଛି ।


  

SR



(Release ID: 1871000) Visitor Counter : 96