ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟ ଠାରେ ପିଏମ୍‌ଜେଏୱାଇ – ଏମ୍‌ଏ ଯୋଜନା ଆୟୁଷ୍ମାନ କାର୍ଡର ବଂଟନ ଆରମ୍ଭ କରିଛନ୍ତି


“ବିଶ୍ୱର ଅନେକ ଦେଶରେ ସ୍ୱାସ୍ଥ୍ୟ ବୀମା ବିଷୟରେ ଆଲୋଚନା କରାଯାଏ, କିନ୍ତୁ ଭାରତ ଏହା ଠାରୁ ଆଗେଇ ଯାଇଛି ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି”

“ଆଜି ଆମର ଯୋଜନା ଗୁଡିକ ସାଧାରଣ ନାଗରିକ ମାନଙ୍କର ଆବଶ୍ୟକତାକୁ ସିଧାସଳଖ ସମାଧାନ କରୁଛି ”

“ଯେତେବେଳେ ଦେଶର ନାଗରିକ ମାନେ ସଶକ୍ତ ହୁଅନ୍ତି, ସେତେବେଳେ ଦେଶ ଶକ୍ତିଶାଳୀ ହୁଏ”

“ଏକ ଆୟୁଷ୍ମାନ କାର୍ଡ ହେଉଛି ୫ ଲକ୍ଷ ଟଙ୍କାର ଏକ ଏଟିଏମ୍ କାର୍ଡ । ଏହା ହେଉଛି ଏମିତି ଏକ ଏଟିଏମ୍ କାର୍ଡ ଯାହା ପ୍ରତି ବର୍ଷ ମାଗଣା ଚିକିତ୍ସାର ସୁବିଧା ପ୍ରଦାନ କରିବ ”

“ ଏଥିରେ ୩୦ - ୪୦ ବର୍ଷ ମଧ୍ୟରେ ୧.୫ - ୨ କୋଟି ଟଙ୍କା ମୂଲ୍ୟର ଚିକିତ୍ସାର ଗ୍ୟାରେଂଟି ରହିଛି”

Posted On: 17 OCT 2022 5:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟ ଠାରେ ପିଏମ୍‌ଜେଏୱାଇ – ଏମ୍‌ଏ  ଯୋଜନା  ଆୟୁଷ୍ମାନ କାର୍ଡର ବଂଟନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍‌ଜେଏୱାଇ – ଏମ୍‌ଏ  ଯୋଜନା ଆୟୁଷ୍ମାନ କାର୍ଡର ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା  କରିଥିଲେ ।

ବନସକଣ୍ଠାର  ତୁୱାରର ଶ୍ରୀ ପୀୟୁଷ ଭାଇଙ୍କ ସହ ଯୋଗାଯୋଗ  କରି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଆୟୁଷ୍ମାନ ଭାରତ ଯୋଜନା ତାଙ୍କୁ ଜୀବନରେ ଏକ ନୂତନ ପଟ୍ଟା ଦେଇଛି ବୋଲି ତାଙ୍କଠାରୁ ଶୁଣିବା ପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସରକାର ତାଙ୍କ ଭଳି ଅନ୍ୟ ସମସ୍ତଙ୍କର ମଧ୍ୟ ଯତ୍ନ ନେବେ ।

ପ୍ରଧାନମନ୍ତ୍ରୀ ମହୀସାଗରର ଶ୍ରୀ ଦାମୋର ଲାଲାଭାଇ ସୋମାଭାଇଙ୍କ ସହ କଥାବାର୍ତ୍ତା କରି ତାଙ୍କର କର୍କଟ ରୋଗର ଚିକିତ୍ସା ଭଲରେ ଚାଲିଛି କି ନାହିଁ ସେ ସମ୍ପର୍କରେ ପଚାରି  ବୁଝିଥିଲେ । ଶ୍ରୀ ଦାମୋରଙ୍କ ଚିକିତ୍ସା ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ତାଙ୍କୁ ତାଙ୍କର ଚିକିତ୍ସା ପାଇଁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିଲା ନାହିଁ ବୋଲି ଜାଣିବା ପରେ ସେ ଖୁସି ହୋଇଥିଲେ । ତମାଖୁ ଛାଡିବାକୁ ଶପଥ ନେବାକୁ ସେ ଶ୍ରୀ ଦାମୋରଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିବା ସହ ଏହି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବାକୁ କହିଥିଲେ ।

ଗାନ୍ଧିନଗରର ଦରଜୀର ଶ୍ରୀମତୀ ରାମିଲାବେନ୍ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ, ଯଦି ଆୟୁଷ୍ମାନ କାର୍ଡ ଉପଲବ୍ଧ ହୋଇ ନଥାନ୍ତା, ତେବେ ତାଙ୍କୁ ତାଙ୍କର ଚିକିତ୍ସା ପାଇଁ ଋଣ ନେବାକୁ ପଡିଥାନ୍ତା  ଏବଂ ଅର୍ଥାଭାବରୁ ସେ ଏହି ଅପରେସନ ଠାରୁ ନିଜକୁ ଆବଶ୍ୟକ ପଡିଲେ ଦୂରେଇ ରଖିଥାନ୍ତେ । ମାଆ ଏବଂ  ଭଉଣୀମାନେ ଏହି ଯୋଜନାର ସୁଯୋଗ ନେଉଛନ୍ତି ବୋଲି ଜାଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଖୁସି ବ୍ୟକ୍ତ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରି କହିଥିଲେ ଯେ, ଜନସ୍ୱାସ୍ଥ୍ୟ ବିଷୟରେ ଏଭଳି ଏକ ବୃହତ୍ କାର୍ଯ୍ୟକ୍ରମ ଧନତେରାସ୍ ଏବଂ ଦିପାବଳୀ ପୂବରୁ ଅନୁଷ୍ଠିତ ହୋଇଛି । ସେ ଏହି ସଂଯୋଗକୁ ଲକ୍ଷ୍ୟ କରି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଧନତେରାସ୍ ନିକଟରେ ଅଛି ଏବଂ ଆୟୁର୍ବେଦର ପ୍ରତିଷ୍ଠାତା ଭାବେ ବିବେଚନା କରାଯାଉଥିବା ଭଗବାନ ଧନନ୍ତ୍ୱରୀଙ୍କୁ ଏହି ଅବସରରେ ପୂଜା କରାଯାଏ । ଶାସ୍ତ୍ରରୁ ଏକ ପଂକ୍ତି ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଅରୋଗ୍ୟମ୍ ପରମମ୍ ଭାଗ୍ୟମ୍‌”  ଏବଂ ଏହା ସହିତ ସେ  ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଅରୋଗ୍ୟ ଧନକୁ ଗୁଜରାଟର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଦାନ କରିବା ଭଳି  ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାରୁ ଖୁସି ବ୍ୟକ୍ତ କରିଥିଲେ । 

‘ସର୍ଭେ ସନ୍ତୁ ନିରାମୟା’ର ଉତ୍ସାହକୁ ସୂଚାଇ , ଅର୍ଥାତ୍ ସମସ୍ତେ ରୋଗମୁକ୍ତ ହୋଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆୟୁଷ୍ମାନ ଯୋଜନା ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲକ୍ଷ୍ୟ ରଖିଛି ବୋଲି ସେ ଦର୍ଶାଇଥିଲେ । ରାଜ୍ୟରେ ଲୋକଙ୍କୁ ୫୦ ଲକ୍ଷ କାର୍ଡ ବଂଟନ ଅଭିଯାନର ବ୍ୟାପକତାକୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ । ଏହା ଗୁଜୁରାଟ ରାଜ୍ୟ ସରକାରଙ୍କର ସମ୍ବେଦନଶୀଳତାର ପ୍ରଦର୍ଶନ ଅଟେ ବୋଲି ସେ କହିଥିଲେ । “ଆମେ ବିଶ୍ୱର ଅନେକ ଦେଶରେ ସ୍ୱାସ୍ଥ୍ୟ ବୀମା ବିଷୟରେ ଶୁଣିବାକୁ ପାଉଛୁ,  କିନ୍ତୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରି ଭାରତ ଏହା ଠାରୁ ଆଗେଇ ଯାଉଛି” ।

ପରିବର୍ତ୍ତିତ ରାଜନୈତିକ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତି ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଥିଲେ । ପୂର୍ବ ସରକାର ଗୁଡିକରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଯୋଜନାଗୁଡିକ କେବଳ ଏକ ଔପଚାରିତା ହୋଇ ପାରିଥିଲା । ଏହି ଯୋଜନା ଗୁଡିକରେ ଖର୍ଚ୍ଚ ହୋଇଥିବା ଅର୍ଥ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଏବଂ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରା ଯାଇଥିଲା । “ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା ଏବଂ ଆମେ ଏହି ପରିବର୍ତ୍ତନରେ ନେତୃତ୍ୱ ନେଇଥିଲୁ । ଆଜି ଯେତେବେଳେ ଯୋଜନା ପ୍ରସ୍ତୁତ ହେଉଛି , ଆମେ ପ୍ରଥମେ ସାଧାରଣ ନାଗରିକଙ୍କ ଅବସ୍ଥା ଅଧ୍ୟୟନ କରୁଛୁ ଏବଂ ସେମାନଙ୍କର ଆବଶ୍ୟକତା ଗୁଡିକୁ ଅଧ୍ୟୟନ କରୁଛୁ ବୋଲି ସେ  କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ “ଆମର ଯୋଜନା ଗୁଡିକ ଆଜି ସାଧାରଣ ନାଗରିକ ମାନଙ୍କର ଆବଶ୍ୟକତା ଗୁଡିକୁ ସିଧାସଳଖ ସମାଧାନ କରୁଛି ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, “ଯେତେବେଳେ ଦେଶର ନାଗରିକ ମାନଙ୍କୁ ସଶକ୍ତ କରାଯାଏ, ସେତେବେଳେ ଦେଶ ଶକ୍ତିଶାଳୀ ହୁଏ । ସେଥିପାଇଁ ଆମେ ସାଧାରଣ ନାଗରିକ ମାନଙ୍କୁ , ବିଶେଷ କରି ଦେଶର ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେଇଛୁ । ସେ ଏହି ଦୃଷ୍ଟିକୋଣର ଉଦାହରଣ ଭାବରେ ମାଗଣା ଗ୍ୟାସ୍ ସଂଯୋଗ, ପକ୍କା ଘର ଯୋଗାଣ, ଶୌଚାଳୟ, ମାଗଣା ରାସନ ଯୋଗାଣ ଏବଂ ପାଇପ୍ ଜଳ ଯୋଗାଣ ଇତ୍ୟାଦି ବ୍ୟବସ୍ଥାକୁ ତାଲିକାଭୁକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ ୪ କୋଟି ଗରିବ ରୋଗୀ ଏହି ଆରୋଗ୍ୟ ଯୋଜନା ଅଧୀନରେ ଲାଭ ପାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଏଥିରୁ ପ୍ରାୟ ୫୦ ଲକ୍ଷ ଗରିବ ରୋଗୀ ଗୁଜୁରାଟ ରାଜ୍ୟର ଅଟନ୍ତି । ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ହିତାଧିକାରୀଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯଦି ଏହି ଯୋଜନା ବାହାରେ ଚିକିତ୍ସା କରିବାକୁ ପଡିଥାନ୍ତା ତେବେ ହିତାଧିକାରୀଙ୍କ ପକେଟରୁ ଏହି ଅର୍ଥ ଖର୍ଚ୍ଚ ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।  ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ, ଆୟୁଷ୍ମାନ ଭାରତ ଯୋଜନାର ପ୍ରାୟ ଅଧା ହିତାଧିକାରୀ ହେଉଛନ୍ତି ମୋର ମାଆ ଏବଂ ଭଉଣୀମାନେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଏହି ମାଆ ଏବଂ ଭଉଣୀମାନେ ପରିବାରର ସ୍ୱାର୍ଥ ନିମନ୍ତେ ନିଜର ରୋଗକୁ ଲୁଚାଉଥିଲେ ଏବଂ ଚିକିତ୍ସାର ମୂଲ୍ୟ ଅଧିକ ହେତୁ ଋଣ କରିବାକୁ ପଡିପାରେ ବୋଲି ଭୟ କରୁଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆୟୁଷ୍ମାନ ଭାରତ ଯୋଜନା ଗରିବ ମାଆ ମାନଙ୍କୁ ଏବଂ ଭଉଣୀ ମାନଙ୍କୁ ମଧ୍ୟ ଏହି ସମସ୍ୟାରୁ ମୁକ୍ତ କରିଛି । ଯଦି ସାଧାରଣ ଭାବରେ କୁହାଯାଏ, ତେବେ ଆୟୁଷ୍ମାନ କାର୍ଡ ହେଉଛି ଏମିତି ଏକ ଏଟିଏମ୍ କାର୍ଡ, ଯାହା ପ୍ରତି ବର୍ଷ ଲାଭ ପ୍ରଦାନ କରି ଚାଲିବ । “ସେ ଆହୁରି ମଧ୍ୟ ବ୍ୟାଖ୍ୟା କରିଥିଲେ ଯେ, ଯଦି ଜଣେ ବ୍ୟକ୍ତି ୩୦-୪୦ ବର୍ଷ ବଂଚନ୍ତି, ତେବେ ସେହି ଅବଧି ମଧ୍ୟରେ ତାଙ୍କୁ ୧.୫ - ୨ କୋଟି ମୂଲ୍ୟର ଚିକିତ୍ସାର ଗ୍ୟାରେଂଟି ମିଳିବ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଆୟୁଷ୍ମାନ କାର୍ଡ ଆପଣ ମାନଙ୍କର ପ୍ରକୃତ ବନ୍ଧୁ, ସବୁଠୁ ବଡ ସମସ୍ୟା ଦୂରକାରୀ ହେବ” ।

ପ୍ରଧାନମନ୍ତ୍ରୀ ପୂର୍ବ କଥାକୁ ସ୍ମରଣ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବରେ ସେ ଚିରଞ୍ଜୀବୀ, ବାଳଭୋଗ ଏବଂ ଖିଲଖିଲାଟ ଯୋଜନା ଗୁଡିକୁ ପ୍ରଚଳନ କରିଥିଲେ । ବହୁ ବର୍ଷ ପୂର୍ବେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଅମୃତମ୍ କାର୍ଯ୍ୟକ୍ରମ ପ୍ରଚଳିତ ହୋଇଥିଲା । ପିଏମ୍‌ଜେଏୱାଇ – ଏମ୍‌ଏ  ଯୋଜନା କାର୍ଯ୍ୟକ୍ଷମ ହେବା ପରେ ଗୁଜୁରାଟର ଲୋକ ମାନଙ୍କୁ ଏବେ ଗୁଜୁରାଟ ବାହାରେ ମଧ୍ୟ ମାଗଣା ଚିକିତ୍ସାର ଲାଭ ପାଇବା ନିମନ୍ତେ ସୁବିଧା ପ୍ରଦାନ କରିବ ।

ପୃଷ୍ଠଭୂମି

ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗରିବ ନାଗରିକ ମାନଙ୍କୁ ଚିକିତ୍ସା ନିମନ୍ତେ ଖର୍ଚ୍ଚ ତଥା ଅସୁସ୍ଥତାର ଖର୍ଚ୍ଚରୁ ରକ୍ଷା କରିବା ପାଇଁ ୨୦୧୨ ରେ ‘ମୁଖ୍ୟମନ୍ତ୍ରୀ ଅମୃତମ୍‌’ (ଏମ୍‌ଏ) ଯୋଜନା ଆରମ୍ଭ କରିଥିଲେ । ୨୦୧୪ ମସିହାରେ, ବାର୍ଷିକ ଆୟ ସୀମା ୪ ଲକ୍ଷ ଟଙ୍କା ଥିବା ପରିବାର ମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ‘ଏମ୍‌ଏ’ ଯୋଜନାକୁ ବ୍ୟାପକ କରା ଯାଇଥିଲା । ଏହି ଯୋଜନାକୁ ବ୍ୟାପକ କରି ଏଥିରେ ଅନ୍ୟାନ୍ୟ ଗୋଷ୍ଠୀ ଗୁଡିକୁ ଅନ୍ତର୍ଭୁକ୍ତ କରା ଯାଇଥିଲା ଏବଂ ପରେ ମୁଖ୍ୟମନ୍ତ୍ରୀ ଅମୃତମ୍ ଭାଟସାଲ୍ୟା (ଏମ୍‌ଏଭି) ଯୋଜନା ଭାବରେ ପୁନଃ ନାମିତ କରା ଯାଇଥିଲା ।

ଏହି ଯୋଜନାର ସଫଳତାର ଅନୁଭୂତିକୁ ଆଖିରେ ରଖି ପ୍ରଧାନମନ୍ତ୍ରୀ ୨୦୧୮ ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି - ପିଏମ୍‌ଜେଏୱାଇ) ଆରମ୍ଭ କରିଥିଲେ । ଏହା ହେଉଛି ବିଶ୍ୱର ସର୍ବ ବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହା ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ଶ୍ରେଣୀର ଚିକିତ୍ସା ବ୍ୟବସ୍ଥା ନିମନ୍ତେ ପ୍ରତି ବର୍ଷ  ପରିବାରର ଆକାର ଏବଂ ବ୍ୟକ୍ତିର ବୟସ ଯାହା ହୋଇ ଥାଉ ନା କାହିଁକି, ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍ ପ୍ରଦାନ କରିଥାଏ । ଏବି - ପିଏମଜେଏୱାଇର ଶୁଭାରମ୍ଭ ସହିତ, ଗୁଜୁରାଟ ଏଏମ୍ / ଏମ୍‌ଏଭି  ଯୋଜନାକୁ ୨୦୧୯ ରେ ଏବି - ପିଏମଜେଏୱାଇ ଯୋଜନା ସହିତ ଏକୀକୃତ କରି ପିଏମ୍‌ଜେଏୱାଇ – ଏମ୍‌ଏ ଯୋଜନା ନାମରେ ନାମିତ କରିଥିଲା ଏବଂ ଏଏମ୍ / ଏମ୍‌ଏଭି  ଏବଂ ଏବି - ପିଏମ୍‌ଜେଏୱାଇ ଯୋଜନା ଅଧୀନରେ ହିତାଧିକାରୀମାନେ ସହ-ବ୍ରାଣ୍ଡେଡ୍ ପିଏମ୍‌ଜେଏୱାଇ – ଏମ୍‌ଏ କାର୍ଡ ପାଇଁ ଯୋଗ୍ୟ ହେଲେ ।

ଆଜିର କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଏହି କାର୍ଡ ଗୁଡ଼ିକର ବଂଟନର ଶୁଭାରମ୍ଭ କରିଥିଲେ । ଏହା ପରେ ୫୦ ଲକ୍ଷ ମୁଦ୍ରିତ ରଙ୍ଗୀନ ଆୟୁଷ୍ମାନ କାର୍ଡ ଗୁଜରାଟର ସମସ୍ତ ହିତାଧିକାରୀଙ୍କୁ ଇ- କେୱାଇସିକୁ କାର୍ଯ୍ୟକ୍ଷମ କରିବା ପରେ ସେମାନଙ୍କ ଘରେ ଜାତୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ତାଲିକାଭୁକ୍ତ ଏଜେନ୍ସି ମାନଙ୍କ ଦ୍ୱାରା ବଂଟନ କରା ଯାଇଥିଲା ।

*****

SSP



 

 



(Release ID: 1868652) Visitor Counter : 207