ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର ୧୮ରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 17 OCT 2022 3:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୁଲିସ ମୁଖ୍ୟ, ଜାତୀୟ କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟଗଣ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୧୯୫ ଇଣ୍ଟରପୋଲ ସଦସ୍ୟର ପ୍ରତିନିଧି ମଣ୍ଡଳୀ ସାମିଲ ହେବେ । ଏହି ସାଧାରଣ ସଭା ଇଣ୍ଟରପୋଲର ସର୍ବୋଚ୍ଚ ନିୟାମକ ମଣ୍ଡଳୀ ଓ ନିଜ କାର୍ଯ୍ୟକ୍ରମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ।

ଭାରତରେ ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ ଇଣ୍ଟରପୋଲ ସାଧାରଣ ସଭା ଆୟୋଜିତ ହେବ । ପୂର୍ବରୁ ୧୯୯୭ରେ ଏହା ଭାରତରେ ଆୟୋଜିତ ହୋଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଇଣ୍ଟରପୋଲ ସାଧାରଣ ସଭା ୨୦୨୨ ଆୟୋଜନ ପାଇଁ ଭାରତର ପ୍ରସ୍ତାବ ବହୁମତରେ ସାଧାରଣ ସଭା ଦ୍ୱାରା ସ୍ୱୀକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱ ସମ୍ମୁଖରେ ଭାରତର ଆଇନ ଓ ଶୃଙ୍ଖଳା ସହ ଜଡିତ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ ।

କେନ୍ଦ୍ର ଗୃହ ମନ୍ତ୍ରୀ, ଇଣ୍ଟରପୋଲ ସଭାପତି ଅହମ୍ମଦ ନାସେର ଅଲ ରଇସି, ମହାସଚିବ ଶ୍ରୀ ଜର୍ଗନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ ।

 

SR



(Release ID: 1868640) Visitor Counter : 178