ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାତୃଭାଷାରେ ଡାକ୍ତରୀ ଶିକ୍ଷା ଆରମ୍ଭ ହେବାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 OCT 2022 7:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୋପାଳରେ ହିନ୍ଦୀରେ ଡାକ୍ତରୀ ଶିକ୍ଷା ଆରମ୍ଭ ହେବାକୁ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏହି ଐତିହାସିକ ପଦକ୍ଷେପ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନିଜ ଭାଷାରେ ଡାକ୍ତରୀ ଶିକ୍ଷାଲାଭ କରିବା ସହିତ ଦେଶରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକାଧିକ ସୁଯୋଗର ବାଟ ଫିଟାଇବ

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଏକ ଟୁଇଟ୍କୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ହୋଇଥିବା ଏହି ଅୟାରମ୍ଭ ଦେଶରେ ଏକ ବଡ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛି ଏହା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନିଜ ନିଜ ଭାଷାରେ ଅଧ୍ୟୟନ କରିବାକୁ ସକ୍ଷମ ହେବେ, ସେମାନଙ୍କ ପାଇଁ ଅନେକ ସୁଯୋଗର ବାଟ ମଧ୍ୟ ଫିଟିବ

HS


(ରିଲିଜ ଆଡି: 1868428) ପରିଦର୍ଶକ କାଉଣ୍ଟର : 187