ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟର ଅମ୍ବାଜୀ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା

Posted On: 30 SEP 2022 8:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଗୁଜରାଟର ଅମ୍ବାଜୀ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । 

ଏହା ପୂର୍ବରୁ ଅମ୍ବାଜୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନବରାତ୍ରୀର ପବିତ୍ର ଅବସରରେ ଅମ୍ବାଜୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଥିଲେ । 

ପ୍ରଧାନମନ୍ତ୍ରୀ ଏବେ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । 

SR



(Release ID: 1864283) Visitor Counter : 145