ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଅମ୍ବାଜୀ ଠାରେ ୭୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ସେସବୁକୁ ଦେଶ ନିମନ୍ତେ ଉତ୍ସର୍ଗ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ୪୫,୦୦୦ ରୁ ଅଧିକ ଗୃହ ଗୁଡିକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି

ପ୍ରଧାନମନ୍ତ୍ରୀ ତରଙ୍ଗା ହିଲ୍ - ଅମ୍ବାଜୀ - ଆବୁ ରୋଡ ନୂତନ ବ୍ରୋଡ୍ ଗେଜ୍ ଲାଇନ୍‌ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ପ୍ରଧାନମନ୍ତ୍ରୀ ପ୍ରସାଦ ଯୋଜନା ଅଧୀନରେ ଅମ୍ବାଜୀ ମନ୍ଦିରରେ ତୀର୍ଥଯାତ୍ରା ସୁବିଧା ଗୁଡିକର ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ପ୍ରଧାନମନ୍ତ୍ରୀ ୱେଷ୍ଟର୍ଣ୍ଣ ଫ୍ରେଟ୍ ଡେଡିକେଟେଡ୍ କରିଡର (ପଶ୍ଚିମ ଉତ୍ସର୍ଗୀକୃତମାଲ୍ ପରିବହନ କରିଡର) ର ୬୨ କିଲୋମିଟର ଦୀର୍ଘ ନ୍ୟୁ ପାଳନପୁର - ନ୍ୟୁ – ମହେସାନା ସେକ୍ସନ ଏବଂ ୧୩ କିଲୋମିଟର ଦୀର୍ଘ ନ୍ୟୁ ପାଲନପୁର - ନ୍ୟୁ ଚଟୋଦର ସେକ୍ସନକୁ ସମର୍ପିତ କରିଛନ୍ତି

“ଅମ୍ବା ମାତାଙ୍କର ଆଶୀର୍ବାଦ ଦ୍ୱାରା ଆମକୁ ସମସ୍ତ ସଙ୍କଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଶକ୍ତି ମିଳିବ”

“ଆମେ ନିଜର ଦେଶ ଭାରତକୁ ଆମର ମାଆ ରୂପରେ ଦେଖିଥାଉ ଏବଂ ନିଜକୁ ଭାରତ ମାଆର ସନ୍ତାନ ବୋଲି ବିଚାର କରିଥାଉ”

“ସରକାର ଦେଶରେ ୮୦ କୋଟିରୁ ଲୋକ ମାନଙ୍କୁ ଯୋଗାଉଥିବା ମାଗଣା ରାସନ ଯୋଜନାର ବିସ୍ତାର କରିବା ଉପରେ ପ୍ରାୟ ୪ ଲକ୍ଷ କୋଟି ଖର୍ଚ୍ଚ କରୁଛନ୍ତି”

“ପିଏମ୍‌ଜିକେଏୱାଇକୁ ବ୍ୟାପକ କରା ଯାଇଛି, ଯାହା ଫଳରେ ପାର୍ବଣ ଋତୁ ଚାଲିଥିବା ସମୟରେ ଭଉଣୀ ମାନଙ୍କୁ ଏବଂ

Posted On: 30 SEP 2022 8:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଅମ୍ବାଜୀ ଠାରେ ୭୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ସେସବୁକୁ ଦେଶ ନିମନ୍ତେ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ୪୫,୦୦୦ ରୁ ଅଧିକ ଗୃହ ଗୁଡିକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ତରଙ୍ଗା ହିଲ୍ - ଅମ୍ବାଜୀ - ଆବୁ ରୋଡ ନୂତନ ବ୍ରୋଡ୍ ଗେଜ୍ ଲାଇନ୍‌ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ୱେଷ୍ଟର୍ଣ୍ଣ ଫ୍ରେଟ୍ ଡେଡିକେଟେଡ୍ କରିଡର (ପଶ୍ଚିମ ଉତ୍ସର୍ଗୀକୃତମାଲ୍ ପରିବହନ କରିଡର) ର ୬୨ କିଲୋମିଟର ଦୀର୍ଘ ନ୍ୟୁ ପାଳନପୁର - ନ୍ୟୁ ମହେସାନା ସେକ୍ସନ ଏବଂ ୧୩ କିଲୋମିଟର ଦୀର୍ଘ ନ୍ୟୁ ପାଲନପୁର - ନ୍ୟୁ ଚଟୋଦର ସେକ୍ସନ (ପାଲନପୁର ବାଇପାସ୍ ଲାଇନ୍‌)କୁ ସମର୍ପିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମିଠା ଥାରାଡ - ଦିଶା ରୋଡକୁ ଚଉଡା କରାଯିବାର ପ୍ରକଳ୍ପ ସହିତ ଅନ୍ୟ ସଡକ ପ୍ରକଳ୍ପ ଗୁଡିକୁ ମଧ୍ୟ ସମର୍ପିତ କରିଥିଲେ ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଗୃହ ଯୋଜନା ଗୁଡିକର ସାତ ଜଣ ହିତାଧିକାରୀ ମାନଙ୍କୁ ଚାବି ପ୍ରଦାନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଗୋମାତା ପୋଷଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ ଏବଂ ଗୋଶାଳା ଗୁଡିକୁ ଚେକ୍ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କିଛି ଆବାସ ହିତାଧିକାରୀ ମାନଙ୍କ ସହିତ ଭିଡିଓ ଲିଙ୍କ୍ ମାଧ୍ୟମରେ ମଧ୍ୟ କଥାବାର୍ତ୍ତା କରିଥିଲେ ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ନବ ରାତ୍ରିର ପଂଚମ ଦିବସରେ ମାଆ ଅମ୍ବାଙ୍କର ଦର୍ଶନ କରିବାର ସୁଯୋଗ ମିଳିବା ଉପରେ ନିଜର ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଏଭଳି ସମୟରେ ଅମ୍ବାଜୀ ଆସିଛନ୍ତି, ଯେତେବେଳେ ଦେଶ ଏକ ବିକଶିତ ଭାରତର ମହାନ ସଙ୍କଳ୍ପ ନେଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, “ମାଆ ଅମ୍ବାଙ୍କର ଆଶୀର୍ବାଦରୁ ଆମକୁ ନିଜର ସମସ୍ତ ସଙ୍କଳ୍ପ ଗୁଡିକୁ ପୂରଣ କରିବା ପାଇଁ ଶକ୍ତି ମିଳିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୁଡିକର ୬୧,୦୦୦ ହିତାଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣେଇ ଥିଲେ ଏବଂ କହିଥିଲେ ଯେ ଏକ ଉତ୍ତମ ଦୀପାବଳୀର ସେମାନଙ୍କୁ ଅପେକ୍ଷା ରହିଛି । ପ୍ରଧାନମନ୍ତ୍ରୀ ଭାରତରେ ମହିଳା ମାନଙ୍କୁ ସମ୍ମାନ ଦିଆଯିବାର ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, “ଯେତେବେଳେ ଆମେ ମହିଳା ମାନଙ୍କର ସମ୍ମାନର କଥା କହିଥାଉ, ସେତେବେଳେ ଏହା ସ୍ୱାଭାବିକ ରୂପରେ ଆମ ପାଇଁ ମଧ୍ୟ ଲାଗୁ ହୋଇଥାଏ । କିନ୍ତୁ ଯେତେବେଳେ ଆମେ ଏହା ସମ୍ପର୍କରେ ଗମ୍ଭୀରତାର ସହିତ ଚିନ୍ତା କରିଥାଉ, ସେତେବେଳେ ଆମେ ଏହା ଜାଣିବାକୁ ପାଇଥାଉ ଯେ, ଆମର ସଂସ୍କାର ଗୁଡିକ ଭିତରେ ମହିଳା ମାନଙ୍କ ନିମନ୍ତେ କେତେ ସମ୍ମାନ ନିହିତ ରହିଛି ।ସେ କହିଥିଲେ ଯେ, ଶକ୍ତି କ୍ଷମତା ଆମ ସଂସ୍କୃତିରେ ସ୍ତ୍ରୀ ଲିଙ୍ଗ ସହିତ ଯୋଡି ହୋଇ ରହିଛି ଏବଂ ସାହସୀ ଯୋଦ୍ଧା ମାନଙ୍କ ସହିତ ସେମାନଙ୍କ ମାତା ମାନଙ୍କର ନାମ ଯୋଡିବାର ପରମ୍ପରା ରହିଛି ।  ଏହା ଆମର ସଂସ୍କାରବୋଲି ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେବା ସହିତ ସେ କହିଥିଲେ ଯେ, ଆମେ ନିଜ ଦେଶ ଭାରତକୁ ଆମର ମାତା ରୂପରେ ଦେଖିଥାଉ ଏବଂ ନିଜକୁ ଭାରତ ମାତାର ସନ୍ତାନ ବୋଲି ବିଚାର କରିଥାଉ । ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ମହିଳା ମାନଙ୍କ ନିକଟରେ କେବଳ ସୀମିତ ଅଧିକାର ରହିଛି ଏବଂ ଆର୍ôଥକ ମାମଲା ଗୁଡିକରେ ସେମାନଙ୍କ କଥାକୁ ଗୁରୁତ୍ୱ ଦିଆ ଯାଇନଥାଏ । ବିଭିନ୍ନ ଗୃହ ଯୋଜନା ଅଧୀନରେ ଥିବା ଅଧିକାଂଶ ଗୃହରେ ମହିଳା ମାନଙ୍କର ମାଲିକାନା କିମ୍ବା ସହ ମାଲିକାନା ଥିବା ସୁନିଶ୍ଚିତ କରି ଏହାକୁ ସଂଶୋଧନ କରା ଯାଇଛି ।  ଦେଶରେ ୩ କୋଟିରୁ ଅଧିକ ଗୃହ ଗରିବ ପରିବାର ଗୁଡିକୁ ହସ୍ତାନ୍ତର କରି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପାର୍ବଣ ଋତୁ ସମୟରେ କେନ୍ଦ୍ର ସରକାର ମାଗଣା ରାସନ / ଖାଦ୍ୟଶସ୍ୟ ଯୋଜନାର ବ୍ୟାପକତା ଉପରେ ପ୍ରାୟ ୪ ଲକ୍ଷ କୋଟି ଖର୍ଚ୍ଚ କରୁଛନ୍ତି, ଯାହା ଦେଶରେ ୮୦ କୋଟିରୁ ଅଧିକ ବ୍ୟକ୍ତି ମାନଙ୍କୁ ଆରାମ ପ୍ରଦାନ କରିଥାଏ । ଶ୍ରୀ ମୋଦୀ କହିଥିଲେ, ଏହି ଯୋଜନାର ବିସ୍ତାର ଏଥିପାଇଁ କରା ଯାଇଛି, ଯାହା ଫଳରେ ଗରିବ ପରିବାର ଗୁଡିକରେ ଭଉଣୀ ମାଆ ମାନଙ୍କୁ କଷ୍ଟ ସମୟରେ ରୋଷେଇ କରିବା ନିମନ୍ତେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତାଙ୍କୁ ଗତ ଦୁଇ ଦଶକ ଗୁଡିକରେ ଆମର ମାଆ ମାନଙ୍କର ଏବଂ ଭଉଣୀ ମାନଙ୍କର ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ବନସକଣ୍ଠର ପରିବର୍ତ୍ତିତ ଦୃଶ୍ୟପଟ୍ଟ ଏହାର ସାକ୍ଷୀ ହୋଇ ରହିଛି ବୋଲି ସେ କହିଥିଲେ ।

ଏହି ଅଂଚଳର ମହିଳା ମାନଙ୍କୁ ସେ ନିଜେ କରିଥିବା ଅନୁରୋଧକୁ ମନେ ପକାଇ, ପ୍ରଧାନମନ୍ତ୍ରୀ ତାଙ୍କର ଅନୁରୋଧର ସମ୍ମାନ ସେମାନେ ରକ୍ଷା କରିଥିବା ଯୋଗୁଁ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ଏବଂ କହିଥିଲେ ଯେ, ନର୍ମଦାର ଜଳ ଏହି କ୍ଷେତ୍ରରେ ଖୁସି ଆଣୁଛି ଏବଂ ଝିଅ ମାନେ ବହୁତ ଉତ୍ସାହର ସହିତ ସ୍କୁଲ୍  ଏବଂ କଲେଜରେ ଯାଉଛନ୍ତି । ସେ ପୁଷ୍ଟିହୀନତା ବିରୋଧରେ ମୁକାବିଲାରେ ମହିଳା ମାନଙ୍କର ସହଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ପରେ ଭାରତରେ ମହିଳା ମାନଙ୍କର ଜୀବନର ସବୁ ଦିଗ ଉପରେ ଧ୍ୟାନ ରଖା ଯାଉଛି ଏବଂ ସେମାନେ ଭାରତର ବିକାଶ ଯାତ୍ରାର ଚାଳକ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ସମସ୍ତ ବଡ ଯୋଜନା ଗୁଡିକର ମୂଳରେ ଦେଶର ନାରୀ ଶକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶୌଚାଳୟ, ଗ୍ୟାସ୍ ସଂଯୋଗ, ପ୍ରତି ଘରେ ଜଳ, ଧନଜନ ବ୍ୟାଙ୍କ ଖାତା କିମ୍ବା ବିନା କୌଣସି ଗ୍ୟାରେଂଟିରେ ଋଣ ମୁଦ୍ରା ଯୋଜନା ରୂପରେ କରା ଯାଇଥିବା କାର୍ଯ୍ୟକୁ ଉଲ୍ଲେଖ କରିଥିଲେ ।  ମାଆ ଯେତେବେଳେ ଖୁସି ହୋଇଥାଏ, ତେବେ ସାରା ପରିବାର ମଧ୍ୟ ଖୁସି ହୋଇଥାଏ, ସମାଜ ସୁଖୀ ହୋଇଥାଏ ଏବଂ ଯେତେବେଳେ ସମାଜ ସୁଖୀ ହୋଇଥାଏ , ସେତେବେଳେ ଦେଶ ସୁଖୀ ହୋଇଥାଏ । ଏହା ଠିକ୍ ପ୍ରକାରର ବିକାଶ ଅଟେ, ଯାହା ପାଇଁ ଆମେ ଅଧିକ ପ୍ରୟାସ କରୁଛେବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରକାଶ କରିଥଲେ ଯେ, ତରଙ୍ଗା ହିଲ୍ - ଅମ୍ବାଜୀ - ଆବୁ ରୋଡ ଲାଇନ୍‌ର କଳ୍ପନା ୧୯୩୦ରେ ବ୍ରିଟିଶ୍ ଶାସନ ସମୟରେ କରା ଯାଇଥିଲା । ଏହାର ଆବଶ୍ୟକତା ୧୦୦ ବର୍ଷ ତଳେ ଚିହ୍ନଟ କରା ଯାଇଥିଲା, କିନ୍ତୁ ଦୁର୍ଭାଗ୍ୟ ଯୋଗୁଁ ଏତେ ସମୟର ଅବଧି ମଧ୍ୟରେ ଏହା କରା ଯାଇ ପାରିନାହିଁ । ବୋଧ ହୁଏ, ମାଆ ଅମ୍ବାଜୀଙ୍କର ଏହା ଇଚ୍ଛା ଥିଲା, ଏହା ମୋ ଦ୍ୱାରା ସମ୍ପନ୍ନ ହେଉ । ଏହା ମୋର ସୌଭାଗ୍ୟ ଯେ, ଆଜାଦୀର ଅମୃତ ମହୋତ୍ସବ ବର୍ଷ ଗୁଡିକରେ ଆମେ ଏହାକୁ ଅମ୍ବା ମାତାଙ୍କ ପାଦ ତଳେ ସମର୍ପିତ କରିବାର ସୁଯୋଗ ପାଇଛେ । ସେ ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ ଯୋଡିଥିଲେ ଯେ, ଏହି ରେଳ ଲାଇନ୍ ଏବଂ ବାଇପାସ୍ ଦ୍ୱାରା ଏହି ଅଂଚଳକୁ ଟ୍ରାଫିକ୍ ଜାମ୍‌ରୁ ମୁକ୍ତି ମିଳିବ ଏବଂ ମାର୍ବଲ ଉଦ୍ୟୋଗକୁ ମଧ୍ୟ ସହାୟତା ମିଳିବ । ସେ କହିଥିଲେ ଯେ ଡେଡିକେଟେଡ୍ ଫ୍ରେଟ୍ କରିଡର (ଉତ୍ସର୍ଗୀକୃତ ମାଲ୍ ପରିବହନ  କରିଡର  ) ଯୋଗୁଁ ଲୋକ ମାନଙ୍କୁ ବହୁତ ସହାୟତା ମିଳିବ ।  ସେ ଆହୁରି ମଧ୍ୟ କହିଥିଲେ , କୃଷକ ମାନଙ୍କୁ ମଧ୍ୟ ଏଥିରୁ ଲାଭ ମିଳିବ କାରଣ ଏବେ ଏଠାରୁ କୃଷକ ରେଳ ଆରମ୍ଭ କରା ଯାଇ ପାରିବ । ସେ ଗବର ତୀର୍ଥର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମନ୍ଦିର ଆଖପାଖରେ ବହୁତ ଆକର୍ଷଣ ସୃଷ୍ଟି କରିବା ହେଉଛି ମୋର ଉଦ୍ଦେଶ୍ୟ, ଯେମିତି ଲୋକ ମାନଙ୍କୁ ତାହା ବୁଲି ଦେଖିବା ପାଇଁ ଦୁଇ ତିନି ଦିନର କାର୍ଯ୍ୟକ୍ରମ ରଖିବାକୁ ପଡିବ । ପ୍ରଧାନମନ୍ତ୍ରୀ ଟିପ୍ପଣୀ କରିଥିଲେ ଯେ, ଗୋଟିଏ ପକ୍ଷରେ ଅମ୍ବାଜୀ ଆସ୍ଥା / ବିଶ୍ୱାସ ଏବଂ ପୂଜାର ମନ୍ଦିର , ଯେତେବେଳେ କି ଅନ୍ୟ ପକ୍ଷରେ, ଆମ ନିକଟରେ ଭାରତର ସୀମା ରହିଛି, ଯେଉଁଠାରେ ଆମର ଯବାନ ମାନେ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ନିକଟରେ ସୁଇଗମ୍ ତାଲୁକରେ ଏକ ସୀମା ଦର୍ଶନ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଭାରତର ଲୋକ ମାନଙ୍କୁ ସୀମା ସୁରକ୍ଷା ବଳର ଯବାନ ମାନଙ୍କର ଜୀବନ ଶୈଳୀ ସମ୍ପର୍କରେ ଜଣେଇବା ନିମନ୍ତେ ପ୍ରୟାସ କରିଥାଏ ଏବଂ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ସମାନ ଅନୁଭବ ପ୍ରଦାନ କରିଥାଏ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ପ୍ରକଳ୍ପ ରାଷ୍ଟ୍ରୀୟ ଏକତା (ଜାତୀୟ ଏକତା), ପଂଚ ପ୍ରାଣ (ପାଂଚ ପ୍ରତିଜ୍ଞା) ଗୁଡିକ ମଧ୍ୟରୁ ଗୋଟିଏକୁ ଆହୁରି ଅଧିକ ଶକ୍ତି ପ୍ରଦାନ କରିବ ତଥା ଏହି ଅଂଚଳରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ ।  ଶ୍ରୀ ମୋଦୀ ଏହା ମଧ୍ୟ ସୂଚିତ କରିଥିଲେ ଯେ ଦିଶା ବାୟୁ ସେନା ଷ୍ଟେସନ୍‌ରେ ଆଗକୁ ହେବାକୁ ଥିବା ରନୱେ ଏବଂ ବିକାଶ ଆମର ବାୟୁ ସେନାର ସୁରକ୍ଷାକୁ ସୁଦୃଢ଼ କରିବ । ଏହି ଅଂଚଳରେ ଆର୍ଥିକ କାର୍ଯ୍ୟକଳାପ ଗୁଡିକୁ ବହୁତ ଆବଶ୍ୟକୀୟ ପ୍ରୋତ୍ସାହନ ପ୍ରଦାନ କରିବବୋଲି ସେ କହିଥିଲେ ।

ବକ୍ତବ୍ୟ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରଙ୍କର ପ୍ରୟାସ ଗୁଡିକ କାରଣରୁ ଗତ ଦୁଇ  ଦଶକ ମଧ୍ୟରେ ବନସକଣ୍ଠାର ରୂପ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି । ପ୍ରଧାନମନ୍ତ୍ରୀ ତୃଣମୂଳ ସ୍ତରରେ ପରସ୍ଥିତି ବଦଳିବାର ଶ୍ରେୟ ବନସକଣ୍ଠାର ମହିଳା ମାନଙ୍କୁ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, “ନର୍ମଦାର ଜଳ, , ସୁଜଳା ସୁଫଳା ଏବଂ ବୁନ୍ଦା ଜଳସେଚନ ସ୍ଥିତିକୁ ବଦଳାଇବାରେ ବଡ ଭୂମିକା ନିର୍ବାହ କରିଛି । ଶ୍ରୀ ମୋଦୀ କହିଥିଲେ ଯେ ଆଜି ଆରମ୍ଭ କରା ଯାଇଥିବା ପ୍ରକଳ୍ପ ଗୁଡିକ ଦ୍ୱାରା କୃଷକ ମାନେ, ମହିଳା ମାନେ ଏବଂ ଯୁବକ ମାନେ ସବୁଠାରୁ ଅଧିକ ଲାଭାନ୍ୱିତ ହେବେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନ ବିକ୍ରମ ଜରଦୋଷ, ସାଂସଦ ଶ୍ରୀ ସି. ଆର୍‌. ପାଟିଲ୍‌, ଶ୍ରୀ ପ୍ରଭାତ ଭାଇ ପଟେଲ୍‌, ଶ୍ରୀ ଭୈରୋ ସିଂହ ଧାବି ଏବଂ ଶ୍ରୀ ଦିନେଶ ଭାଇ ଅନବୈଦ୍ୟ ଇତ୍ୟାଦି ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି :

ପ୍ରଧାନମନ୍ତ୍ରୀ ଗୁଜରାଟ ସ୍ଥିତ ଅମ୍ବାଜୀ ଠାରେ ୭୨୦୦ କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ସେସବୁକୁ ଦେଶ ନିମନ୍ତେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ୪୫,୦୦୦ ରୁ ଅଧିକ ଗୃହ ଗୁଡିକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ତରଙ୍ଗା ହିଲ୍ - ଅମ୍ବାଜୀ - ଆବୁ ରୋଡ ନୂତନ ବ୍ରୋଡ୍ ଗେଜ୍ ଲାଇନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରସାଦ ଯୋଜନା ଅଧୀନରେ ଅମ୍ବାଜୀ ମନ୍ଦିରରେ ତୀର୍ଥ ଯାତ୍ରାର ସୁବିଧା ଗୁଡିକର ବିକାଶ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନୂତନ ରେଳ ଲାଇନ୍ ଯୋଗୁଁ ୫୧ଟି ଶକ୍ତିପୀଠ ମଧ୍ୟରୁ ଗୋଟିଏ ଅମ୍ବାଜୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ମାନଙ୍କୁ ଲାଭ ମିଳିବ ଏବଂ ଏହା ସବୁ ତୀର୍ଥ ସ୍ଥଳୀ ଗୁଡିକରେ ଭକ୍ତ ମାନଙ୍କୁ ପୂଜା ଅନୁଭବକୁ ଆହୁରି ସମୃଦ୍ଧ କରିବ । ଅନ୍ୟ ପ୍ରକଳ୍ପ ଗୁଡିକ, ଯାହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ, ସେଗୁଡିକ ମଧ୍ୟରେ ଦିଶା ଏୟାରଫୋର୍ସ ଷ୍ଟେସନ୍‌ରେ ଆଗକୁ ହେବାକୁ ଥିବା ରନ୍‌ୱେ ଏବଂ ସମ୍ବନ୍ଧିତ ଭିତ୍ତିଭୂମି ସଂରଚନାର ନିର୍ମାଣ, ଅମ୍ବାଜୀ ବାଇପାସ୍ ରୋଡ ସମେତ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ଅଟେ । ପ୍ରଧାନମନ୍ତ୍ରୀ ୱେଷ୍ଟର୍ଣ୍ଣ ଫ୍ରେଟ୍ ଡେଡିକେଟେଡ୍ କରିଡୋର (ପଶ୍ଚିମ ଉତ୍ସର୍ଗୀକୃତ ମାଲ୍ ପରିବହନ କରିଡୋର) ୬୨ କିଲୋମିଟର ଦୀର୍ଘ ନ୍ୟୁ ପାଳନପୁର - ନ୍ୟୁ ମହେସାନା ସେକ୍ସନ ଏବଂ ୧୩ କିଲୋମିଟର ଦୀର୍ଘ ନ୍ୟୁ ପାଳନପୁର - ନ୍ୟୁ ଚଟୋଦର ସେକ୍ସନ (ପାଳନପୁର ବାଇପାସ୍ ଲାଇନ୍‌) କୁ ସମର୍ପିତ କରିଥିଲେ । ଏହା ପିପାଭାଓ, ଦୀନଦୟାଲ ବନ୍ଦର ପ୍ରାଧିକରଣ (କାଣ୍ଡଲା), ମୁନ୍ଦ୍ରା ବନ୍ଦର ଏବଂ ଗୁଜରାଟର ଅନ୍ୟାନ୍ୟ ବନ୍ଦର ଗୁଡିକ ସହିତ ସଂଯୋଗକୁ ବୃଦ୍ଧି କରିବ । ଏହି ବିଭାଗ ଖୋଲିବା ଯୋଗୁଁ  ୭୩୪ କିଲୋମିଟରର ପଶ୍ଚିମ ଉତ୍ସର୍ଗୀକୃତ ମାଲ୍ ପରିବହନ  କରିଡର  ଚାଲୁ ହୋଇ ଯିବ । ଏହି ବିଭାଗ ଖୋଲିବା ଯୋଗୁଁ ଗୁଜରାଟର ମେହସାଣା - ପାଲନପୁରରେ ଥିବା ଉଦ୍ୟୋଗ : ରାଜସ୍ଥାନରେ ସ୍ୱରୂପଗଞ୍ଜ, କେଶବଗଞ୍ଜ, କିଷନଗଞ୍ଜ ; ହରିଆନାରେ ରେବାଡି- ମାନେସର ଏବଂ ନରନୋଲାର ଊଦ୍ୟୋଗ ଗୁଡିକୁ ଲାଭ ମିଳିବ । ପ୍ରଧାନମନ୍ତ୍ରୀ ମିଠା ଥାରଡ - ଦିଶା ରୋଡକୁ ଚଉଡା କରିବା ପ୍ରକଳ୍ପ ସହିତ ଅନ୍ୟ ସଡକ ପ୍ରକଳ୍ପ ଗୁଡିକୁ ମଧ୍ୟ ସମର୍ପିତ କରିଥିଲେ ।

ଏହି ବ୍ୟାପକ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ବିଶ୍ୱସ୍ତରୀୟ ଭିତ୍ତିଭୂମି ସଂରଚନାକୁ ବିକଶିତ କରିବା, ସହରୀ ଗତିଶୀଳତାକୁ ବୃଦ୍ଧି କରିବା ଏବଂ ବହୁମୁଖୀ ମୋଡାଲ୍ ସଂଯୋଗରେ ପରିବର୍ତ୍ତନ ନିମନ୍ତେ ପ୍ରଧାନମନ୍ତ୍ରୀ ଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ଏହା ସାଧାରଣ ଜନତାଙ୍କର ଜୀବନକୁ ସହଜ କରିବା ଦିଗରେ ସେମାନଙ୍କର ସରକାରର ନିରନ୍ତର ଧ୍ୟାନକୁ ପ୍ରଦର୍ଶିତ କରିଥାଏ ।

*****

SSP



 



(Release ID: 1863988) Visitor Counter : 223