ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦୨୨ ଏସସିଓ ଶିଖର ସମ୍ମିଳନୀରେ ବାରଣାସୀ ପ୍ରଥମ ଥର ପାଇଁ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ

Posted On: 16 SEP 2022 11:07PM by PIB Bhubaneshwar

୧. ଉଜବେକିସ୍ତାନର ସମରକନ୍ଦ ଠାରେ ସେପ୍ଟେମ୍ବର ୧୬, ୨୦୨୨ରେ ଆୟୋଜିତ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୨ତମ ବୈଠକରେ ୨୦୨୨-୨୦୨୩ ବର୍ଷ ପାଇଁ ବାରଣାସୀ ସହର ପ୍ରଥମ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ।        

୨. ବାରଣାସୀ ପ୍ରଥମ ଥର ପାଇଁ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ନିର୍ବାଚିତ ହେବା ଦ୍ୱାରା ଭାରତ ଓ ଏସସିଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ, ସାଂସ୍କୃତିକ ଓ ମାନବିକ ଆଦାନ ପ୍ରଦାନକୁ ପ୍ରୋତ୍ସାହନ ମିଳିବ । ଏହା ଏସସିଓ ସଦସ୍ୟ ଦେଶଗୁଡିକ ବିଶେଷ କରି ମଧ୍ୟ ଏସୀୟ ଦେଶଗୁଡିକ ସହ ଭାରତର ପ୍ରାଚୀନ ସଭ୍ୟତାଗତ ସମ୍ପର୍କକୁ ରେଖାଙ୍କିତ କରୁଛି ।


୩. ଏହି ପ୍ରମୁଖ ସାଂସ୍କୃତିକ ଆଉଚରିଚ କାର୍ଯ୍ୟକ୍ରମର ରୂପରେଖ ଅନ୍ତର୍ଗତ ୨୦୨୨-୨୩ ବର୍ଷରେ ବାରାଣାସୀରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଭାଗ ନେବା ପାଇଁ ଏସସିଓ ସଦସ୍ୟ ଦେଶଗୁଡିକରୁ ଅତିଥିମାନେ ଆମନ୍ତ୍ରିତ ହେବେ । ଏହି କାର୍ଯ୍ୟକ୍ରମଗୁଡିକରେ ଭାରତବିଦ୍, ବୁଦ୍ଧିଜୀବି, ଲେଖକ, ସଂଗୀତକାର ଓ କଳାକାର, ଫଟୋ ସାମ୍ବାଦିକ, ଟ୍ରାଭେଲ ବ୍ଲଗର ଓ ଅନ୍ୟ ଆମନ୍ତ୍ରିତ ଅତିଥିମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି ।


୪. ଏସସିଓ ସଦସ୍ୟ ଦେଶଗୁଡିକ ମଧ୍ୟରେ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ନିର୍ବାଚନ ନୀତି ୨୦୨୧ ଦୁସାଂବେ ଏସସିଓ ଶିଖର ସମ୍ମିଳନୀରେ ଅଙ୍ଗୀକୃତ ହୋଇଥିଲା ।   


ସମରକନ୍ଦ

ସେପ୍ଟେମ୍ବର ୧୬, ୨୦୨୨

 

SR



(Release ID: 1860572) Visitor Counter : 131