ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଣିକରାଓ ଗାଭିଟଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 17 SEP 2022 7:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଣିକରାଓ ଗାଭିଟଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

“ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଣିକରାଓ ଗାଭିଟ ଜୀଙ୍କର ଦେହାନ୍ତରେ ଦୁଃଖିତ । ସେ ଜଣେ ଅଭିଜ୍ଞ ସାଂସଦ ଥିଲେ ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ସେ ଅନେକ ଉଦ୍ୟମ କରିଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

HS



(Release ID: 1860364) Visitor Counter : 90