ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସେମିକଣ୍ଡକ୍ଟର ଓ ଡିସପ୍ଲେ ଫ୍ୟାବ ଉତ୍ପାଦନ ପାଇଁ ଗୁଜୁରାଟ ସରକାରଙ୍କ ସହ ବେଦାନ୍ତ- ଫକ୍ସକନ ସମୂହ ୧.୫୪ ଲକ୍ଷ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିବା ପରେ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


୧.୫୪ ଲକ୍ଷ କୋଟି ଟଙ୍କାର ନିବେଶ ଅର୍ଥନୀତିକୁ ସମୃଦ୍ଧ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

प्रविष्टि तिथि: 13 SEP 2022 2:32PM by PIB Bhubaneshwar

ସେମିକଣ୍ଡକ୍ଟର ଓ ଡିସପ୍ଲେ ଫ୍ୟାବ ଉତ୍ପାଦନ ପାଇଁ ଗୁଜୁରାଟ ସରକାରଙ୍କ ସହ ବେଦାନ୍ତ- ଫକ୍ସକନ ସମୂହ ୧.୫୪ ଲକ୍ଷ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ବ୍ୟକ୍ତ କରିଛନ୍ତି । 

ଏହି ନିବେଶ ଅର୍ଥନୀତି ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ଆନୁଷଙ୍ଗିକ ଉଦ୍ୟୋଗ ନିର୍ମାଣ ପାଇଁ ବୃହତ ଇକୋସିଷ୍ଟମ ପ୍ରସ୍ତୁତ କରିବ । ଏହା ଆମ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ମଧ୍ୟ ସହାୟତା ପ୍ରଦାନ କରିବ ।   

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଦେଶର ସଂକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ରାଜିନାମା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୧.୫୪ ଲକ୍ଷ କୋଟି ଟଙ୍କାର ନିବେଶ ଅର୍ଥନୀତି ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ । ଏହା ଆମ ଆନୁଷଙ୍ଗିକ ଉଦ୍ୟୋଗ ନିର୍ମାଣ ପାଇଁ ବୃହତ ଇକୋସିଷ୍ଟମ ପ୍ରସ୍ତୁତ କରିବା ସହ ଆମ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ମଧ୍ୟ ସହାୟତା ପ୍ରଦାନ କରିବ ।” 

 

SR


(रिलीज़ आईडी: 1858973) आगंतुक पटल : 166
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam