ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ 
                
                
                
                
                
                    
                    
                        ସ୍ୱାଧୀନତା ଦିବସ, ୨୦୨୨ ଉପଲକ୍ଷେ ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଗଲା
                    
                    
                        
ଓଡ଼ିଶାର ୭ ଜଣ ଅଗ୍ନିଶମ, ଗୃହରକ୍ଷୀ ଓ ନାଗରିକ ସୁରକ୍ଷା କର୍ମୀ ପାଇଲେ ପଦକ
                    
                
                
                    Posted On:
                14 AUG 2022 11:35AM by PIB Bhubaneshwar
                
                
                
                
                
                
                ସାହସିକତା ପାଇଁ ରାଷ୍ଟ୍ରପତି ପଦକ ଏବଂ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ସମେତ ଶୌର୍ଯ୍ୟ ପଦକ ଏବଂ ପ୍ରଶଂସନୀୟ ସେବା ପଦକ ପ୍ରତି ବର୍ଷ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ । ଅଗ୍ନିଶମ ସେବା, ନାଗରିକ ସୁରକ୍ଷା ଏବଂ ଗୃହରକ୍ଷୀ କର୍ମୀମାନଙ୍କୁ ଏହି ପୁରସ୍କାର ଦିଆଯାଏ ।
ସ୍ୱାଧୀନତା ଦିବସ ୨୦୨୨ ଉପଲକ୍ଷେ ୫୫ ଜଣ ପୁଲିସ କର୍ମୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧ ଜଣ କର୍ମୀଙ୍କୁ ସେମାନଙ୍କର ସାହସିକତା ଏବଂ ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ଓଡ଼ିଶାରୁ ୨ ଜଣ ଅଗ୍ନିଶମ ସେବା କର୍ମୀ ଶ୍ରୀ ବିଜୟ ଚନ୍ଦ୍ର ପାତ୍ର ଏବଂ ଶ୍ରୀ ସର୍ବେଶ୍ବର ମିଶ୍ରଙ୍କ ନାମ ଏହି ପଦକ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ଅଗ୍ନିଶମ ସେବା ପଦକ ଛଅଜଣ କର୍ମୀଙ୍କୁ ପ୍ରଦାନ କରିବା ଲାଗି ଘୋଷଣା କରାଯାଇଛି । ୩୮ ଜଣ କର୍ମୀଙ୍କୁ ବିଶିଷ୍ଟ ଏବଂ ପ୍ରଶଂସନୀୟ ସେବା ପାଇଁ ଉତ୍କୃଷ୍ଟ ରେକର୍ଡ ଲାଗି ପ୍ରଶଂସନୀୟ ସେବାର ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଶ୍ରୀ ରୋହିତ ସାହୁ ଏବଂ ଶ୍ରୀ ବିନୋଦ କୁମାର ପାଢ଼ୀ ରହିଛନ୍ତି ।
ଏହା ବ୍ୟତୀତ, ସ୍ୱାଧୀନତା ଦିବସ ୨୦୨୨ ଅବସରରେ ୪୬ ଜଣ କର୍ମୀଙ୍କୁ ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକରେ ସମ୍ମାନିତ କରାଯିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ କର୍ମୀଙ୍କୁ ସାହସିକତା ଏବଂ ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ ସାହସିକତା ନିମନ୍ତେ ଗୃହରକ୍ଷୀ ଓ ନାଗରିକ ସୁରକ୍ଷା ପଦକରେ ସମ୍ମାନିତ କରାଯାଇଛି ।
ଓଡ଼ିଶାରୁ ତିନି ଜଣ ଶ୍ରୀ ଜ୍ଞାନେନ୍ଦ୍ର ମଲ୍ଲିଆ, ଶ୍ରୀ ଏସ. ପର୍ଶୁରାମ ରେଡ୍ଡୀ ଏବଂ ଶ୍ରୀ ପ୍ରଦୀପ କୁମାର ଶତପଥୀ ଗୃହ ରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ସମ୍ମାନ ପାଇଛନ୍ତି ।
ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ତଥା ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ଯଥାକ୍ରମେ ୭ ଜଣ କର୍ମୀ ଏବଂ ୩୭ ଜଣ କର୍ମୀଙ୍କୁ ପ୍ରଦାନ କରାଯାଇଛି ।
ଅଗ୍ନିଶମ ସେବା ପଦକ ତାଲିକା ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ
ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ପଦକ ତାଲିକା ଦେଖିବା ଲାଗି ଏଠାରେ କ୍ଲିକ୍ କରନ୍ତୁ 
*********
P.S.
                
                
                
                
                
                (Release ID: 1851922)
                Visitor Counter : 277
                
                
                
                    
                
                
                    
                
                Read this release in: 
                
                        
                        
                            Marathi 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Kannada