ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୁରଟ ତ୍ରିରଙ୍ଗା ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 11 AUG 2022 4:42PM by PIB Bhubaneshwar

ଆପଣ ସମସ୍ତଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ହାର୍ଦ୍ଦିକ ଶୁଭକାମନା

ଏବେଠାରୁ କିଛି ଦିନ ପରେ ଆମ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବାକୁ ଯାଉଛି, ଆଉ ଆମେ ସମସ୍ତେ ଏହି ଐତିହାସିକ ସ୍ୱାଧୀନତା ଦିବସର ମଧ୍ୟ ଜୋରଦାର ପ୍ରସ୍ତୁତି କରୁଛୁ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣରେ ତ୍ରିରଙ୍ଗା ହିଁ ତ୍ରିରଙ୍ଗା ଛାଇ ହୋଇଛି ଗୁଜରାଟର ମଧ୍ୟ ଏପରି କୌଣସି କୋଣ ଅନୁକୋଣ ନାହିଁ, ଯାହା କି ଉତ୍ସାହରେ ଭରି ହୋଇ ଥିବ ଆଉ ସୁରଟ ଏଥିରେ ଚାରୋଟି ଚନ୍ଦ୍ରମାର ସୌନ୍ଦର୍ଯ୍ୟ ଭରି ଦେଇଛି ଆଜି ସମଗ୍ର ଦେଶର ଧ୍ୟାନ ସୁରଟ ଉପରେ ରହିଛି ସୁରଟର ତ୍ରିରଙ୍ଗା ଯାତ୍ରାରେ ଏକ ପ୍ରକାରରେ ଲଘୁ ଭାରତର ଦର୍ଶନ ହେଉଛି, ବୋଧହୁଏ ହିନ୍ଦୁସ୍ତାନର କୌଣସି କୋଣ ଅନୁକୋଣ ଏପରି ଥିବ, ଯେଉଁଠାର ଲୋକ ଆସି ସୁରଟରେ ବସବାସ କରୁ ଥିବେ, ଆଉ ଆଜି ଏକ ପ୍ରକାରରେ ସମଗ୍ର ହିନ୍ଦୁସ୍ତାନ ସୁରଟ ମାଟିରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି ଆଉ ଏହା ମଧ୍ୟ ହେଉଛି ବହୁତ ଖୁସିର କଥା ଯେ, ସମାଜର ପ୍ରତ୍ୟେକ ବର୍ଗ ଏଥିରେ ସାମିଲ ହୋଇଛନ୍ତି ତ୍ରିରଙ୍ଗାରେ ଯୋଡ଼ିବାର ଶକ୍ତି କେତେ ରହିଛି, ଏହାକୁ ଆଜି ଆମେ ସୁରଟରେ ଦେଖୁଛେ ସୁରଟ ନିଜର ବାଣିଜ୍ୟ- ବ୍ୟବସାୟ, ନିଜର ଶିଳ୍ପ ଉଦ୍ୟୋଗ କାରଣରୁ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି ଆଜି ସୁରଟରେ ହେଉଥିବା ତ୍ରିରଙ୍ଗା ଯାତ୍ରା, ସମଗ୍ର ବିଶ୍ବରେ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ

ସାଥୀଗଣ,

ଆପଣ ତ୍ରିରଙ୍ଗା ଯାତ୍ରାରେ ଭାରତ ମାତାଙ୍କ ପ୍ରଜ୍ଞାପନ ମେଢ ସହିତ ଦେଶର ସଂସ୍କୃତି ଏବଂ ପରମ୍ପରା ସହିତ ଜଡ଼ିତ ପ୍ରଜ୍ଞାପନ ମେଢଗୁଡ଼ିକୁ ମଧ୍ୟ ସାମିଲ କରିଛନ୍ତି ବିଶେଷ ରୂପେ, ଝିଅମାନଙ୍କ ଦ୍ୱାରା ଶୌର୍ଯ୍ୟ ପ୍ରଦର୍ଶନ ଏବଂ ଯୁବକମାନଙ୍କର ଯେଉଁ ଭାଗିଦାରୀ ରହିଛି, ତାହା ହେଉଛି ପ୍ରକୃତରେ- ପ୍ରକୃତରେ ଅଦ୍ଭୁତ ସୁରଟର ଲୋକମାନେ ଆମର ସ୍ୱାଧୀନତା ସଂଗ୍ରାମର ଭାବନାକୁ ତ୍ରିରଙ୍ଗା ଯାତ୍ରାରେ ଜୀବନ୍ତ କରି ଦେଇଛନ୍ତି କେହି ବସ୍ତ୍ର ବିକ୍ରେତା ଅଛନ୍ତି, ଦୋକାନୀ ଅଛନ୍ତି, କେହି ତନ୍ତ କାରିଗର ଅଛନ୍ତି, କେହି ସିଲେଇ କିମ୍ବା ଏମ୍ରୋଡୋରୀର କାରିଗର ଅଛନ୍ତି, କେହି ପରିବହନ ସହିତ ଜଡ଼ିତ ଅଛନ୍ତି, କେହି ହୀରା- ମୂଲ୍ୟବାନ ଧାତୁ ସହିତ ଜଡ଼ିତ ଅଛନ୍ତି ସୁରଟର ସମଗ୍ର ଟେକ୍ସଟାଇଲ ଶିଳ୍ପ, ସୁରଟର ଲୋକମାନେ ଏହି ଆୟୋଜନକୁ ବହୁତ ହିଁ ଭବ୍ୟ କରି ଦେଇଛନ୍ତି ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଏହି ଜନ ଭାଗିଦାରୀ ପାଇଁ, ଆଉ ଏହି ବିଶେଷ ତିରଙ୍ଗା ଯାତ୍ରା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ମୁଁ ବିଶେଷ ଭାବେ ସାଁୱର ପ୍ରସାଦ ବୁଧୀଆ ମହାଶୟ, ଆଉସାକେତସେବା ହିଁ ଲକ୍ଷ୍ୟଗ୍ରୁପ ସହିତ ଜଡ଼ିତ ସମସ୍ତ ସମାଜସେବୀ ମାନଙ୍କୁ ପ୍ରଶଂସା କରିବାକୁ ଚାହୁଁଛି, ଯେଉଁମାନେ ଏହାର ଶୁଭାରମ୍ଭ କରିଛନ୍ତି ସଂସଦରେ ଥିବା ମୋର ସାଥୀ ସି. ଆର ପାଟିଲ ମହାଶୟଙ୍କ ସହଯୋଗ, ଏହି କାର୍ଯ୍ୟକୁ ଆହୁରି ସଶକ୍ତ କରୁଛି

ସାଥୀଗଣ,

ଆମର ରାଷ୍ଟ୍ରୀୟ ଧ୍ୱଜା ହେଉଛି ନିଜକୁ ନିଜ ମଧ୍ୟରେ ଦେଶର ବସ୍ତ୍ର ଉଦ୍ୟୋଗ, ଦେଶର ଖଦୀ ଏବଂ ଆମର ଆତ୍ମନିର୍ଭରତାର ଏକ ପ୍ରତୀକ ଏହି କ୍ଷେତ୍ରରେ ସୁରଟ ସବୁବେଳେ ଆତ୍ମନିର୍ଭର ଭାରତ ପାଇଁ ଆଧାର ପ୍ରସ୍ତୁତ କରିଛି ସୁରଟର ବସ୍ତ୍ର ଉଦ୍ୟୋଗ ଭାରତର ଉଦ୍ୟୋଗ ଭାବନାର, ଭାରତର କୌଶଳ ଏବଂ ଭାରତର ସମୃଦ୍ଧିର ପ୍ରତିନିଧିତ୍ୱ କରିଛି ତେଣୁ, ଏହି ତ୍ରିରଙ୍ଗା ଯାତ୍ରା ନିଜକୁ ନିଜ ମଧ୍ୟରେ ସେହି ଗୌରବ ଏବଂ ପ୍ରେରଣାକୁ ମଧ୍ୟ ବାନ୍ଧି ରଖିଛି

ସାଥୀଗଣ,

ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଗୁଜରାଟ ଗୌରବଶାଳୀ ଯୋଗଦାନର ନିଜର ଏକ ଭିନ୍ନ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଛି ଗୁଜରାଟ ବାପୁଙ୍କ ରୂପରେ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଲା ଗୁଜରାଟ ଲୌହ ପୁରୁଷ ସର୍ଦ୍ଦାର ପଟେଲ ମହାଶୟଙ୍କ ଭଳି ନେତୃତ୍ୱ ମଧ୍ୟ ଦେଇଛି, ଯିଏ ସ୍ୱାଧୀନତା ପରେ ଏକ ଭାରତ- ଶ୍ରେଷ୍ଠ ଭାରତ ମୂଳଦୁଆ ରଚନା କଲେ ବରଦୋଳୀ ଆନ୍ଦୋଳନ ଏବଂ ଦାଣ୍ଡି ଯାତ୍ରାରୁ ବାହାରିଥିବା ସନ୍ଦେଶ, ସମଗ୍ର ଦେଶକୁ ଏକଜୁଟ କରି ଦେଇଥିଲା ଗୁଜରାଟର ଏହି ଗୌରବଶାଳୀ ଅତୀତର ଏକ ଅଭିନ୍ନ ଅଂଶ ହେଉଛି ଆମର ସୁରଟ, ଆଉ ହେଉଛି ଏହାର ପରମ୍ପରାର ବାହକ

ସାଥୀଗଣ,

ଭାରତର ତ୍ରିରଙ୍ଗା କେବଳ ତିନୋଟି ରଙ୍ଗକୁ ନିଜ ମଧ୍ୟରେ ସମାହିତ କରି ନାହିଁ ଆମର ତ୍ରିରଙ୍ଗା, ଆମର ଅତୀତର ଗୌରବକୁ, ଆମର ବର୍ତ୍ତମାନର କର୍ତ୍ତବ୍ୟନିଷ୍ଠାକୁ, ଆଉ ଭବିଷ୍ୟତର ସ୍ୱପ୍ନ ଗୁଡ଼ିକର ମଧ୍ୟ ହେଉଛି ପ୍ରତିବିମ୍ବ ଆମର ତ୍ରିରଙ୍ଗା ଭାରତର ଏକତା, ଭାରତର ଅଖଣ୍ଡତାର ଆଉ ଭାରତର ବିବିଧତାର ମଧ୍ୟ ହେଉଛି ପ୍ରତୀକ ଆମର ସ୍ବାଧୀନତା ସଂଗ୍ରାମୀମାନେ ତ୍ରିରଙ୍ଗାରେ ଦେଶର ଭବିଷ୍ୟତକୁ ଦେଖିଲେ, ଦେଶର ସ୍ୱପ୍ନକୁ ଦେଖିଲେ, ଆଉ ଏହାକୁ କେବେ ହେଲେ ନଇଁବାକୁ ଦେଇ ଥିଲେ ଆଜି ସ୍ୱାଧୀନତାର 75 ବର୍ଷ ପରେ ଯେତେବେଳେ ଆମେ ନୂତନ ଭାରତର ଯାତ୍ରାର ଶୁଭାରମ୍ଭ କରୁଛେ, ସେତେବେଳେ ତ୍ରିରଙ୍ଗା ଆଉ ଥରେ ପୁଣି ଭାରତର ଏକତା ଆଉ ଚେତନାର ପ୍ରତିନିଧିତ୍ୱ କରୁଛି ମୁଁ ଖୁସି ଯେ, ସମଗ୍ର ଦେଶରେ ହିଁ ହେଉଥିବା ତ୍ରିରଙ୍ଗା ଯାତ୍ରା ଗୁଡ଼ିକରେ, ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶର ସେହି ଶକ୍ତି ଆଉ ଭକ୍ତି ଏକା ସହିତ ଉଦଭାସିତ ହେଉଛି 13 ଅଗଷ୍ଟରୁ 15 ଅଗଷ୍ଟ ମଧ୍ୟରେ ଭାରତର ପ୍ରତ୍ୟେକ ଘରେ ତିରଙ୍ଗା ରହିବ, ଭାରତର ପ୍ରତ୍ୟେକ ଘରେ ତିରଙ୍ଗା ଲହରାଇବ ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ଜାତି- ମତ- ପନ୍ଥ ବା ସମ୍ପ୍ରଦାୟର ଲୋକ ସ୍ୱତଃସ୍ପୁର୍ତ ଏଭଳି ଏକ ଭାବନାର ସହିତ ଏକତାର ଚିହ୍ନ ସହିତ, ନୂତନ ସ୍ୱପ୍ନ ଏବଂ ସଂକଳ୍ପ ସହିତ ସମଗ୍ର ଦେଶ ଯୋଡ଼ି ହେଉଛି ଏହି ପରିଚୟ ହେଉଛିଭାରତର କର୍ତ୍ତବ୍ୟନିଷ୍ଠ ନାଗରିକଙ୍କର ଏହି ପରିଚୟ ହେଉଛି- ମା ଭାରତୀଙ୍କ ସନ୍ତାନ ମାନଙ୍କର ମହିଳା- ପୁରୁଷ, ଯୁବକ, ବୟସ୍କ, ଯିଏ ଯେଉଁ ଭୂମିକାରେ ଅଛନ୍ତି, ଏହି ଅଭିଯାନରେ ନିଜର ସହଯୋଗ ଦେଉଛନ୍ତି, ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ମୋତେ ଆତ୍ମସନ୍ତୋଷ ମିଳିଛି ଯେ ହର୍ ଘର୍ ତିରଙ୍ଗା ଅଭିଯାନ କାରଣରୁ କେତେ ହିଁ ଗରିବଙ୍କର, ବୁଣାକାରଙ୍କର, ହସ୍ତତନ୍ତରେ କାର୍ଯ୍ୟ କରୁଥିବା ଲୋକମାନଙ୍କର ଅତିରିକ୍ତ ଆୟ ମଧ୍ୟ ହେଉଛି ଆଜାଦୀ କା ଅମୃତ ମହୋତ୍ସବରେ ଏହି ପ୍ରକାରର ଆୟୋଜନ ଆମର ସଂକଳ୍ପଗୁଡ଼ିକୁ ଏକ ନୂତନ ଉର୍ଜ୍ଜା ପ୍ରଦାନ କରିବ ଜନଭାଗିଦାରୀର ଏହି ଅଭିଯାନ ନୂତନ ଭାରତର ମୂଳଦୁଆକୁ ସୁଦୃଢ଼ କରିବ ଏହି ବିଶ୍ୱାସର ସହିତ, ଆପଣ ସମସ୍ତଙ୍କୁ, ଗୁଜରାଟକୁ, ସମଗ୍ର ଦେଶକୁ ଆଉ ବିଶେଷ କରି ମୋର ସୁରଟର ଲୋକମାନଙ୍କୁ ବହୁତ- ବହୁତ ଶୁଭକାମନା

ଧନ୍ୟବାଦ !

*****

AH



(Release ID: 1850929) Visitor Counter : 157