ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ହର ଘର ତ୍ରିରଙ୍ଗା

ପୋଷ୍ଟ କରାଯିବା ଦିନାଙ୍କ: 10 AUG 2022 2:07PM by PIB Bhubaneswar

ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି । ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି ।

ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍‌ଲାଇନରେ କିଣିପାରିବେ ।

ଠିକ୍ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନ୍‌ଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଦେଶର ଗର୍ବିତ ନାଗରିକମାନଙ୍କ ନିକଟରେ  ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷର ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ବିପୁଳ   ଜନସାଧାରଣ ମଧ୍ୟ ଇ-ଡାକଘର ପୋର୍ଟାଲ (https://www. epostoffice.gov.in/Product Details/Guest_productDetailsProdid=ca6wTEVyMuWlqlgDBTtyTw== ) ଜରିଆରେ ଏଥିପାଇଁ ଅନ୍‌ଲାଇନରେ ଅର୍ଡର କରୁଛନ୍ତି ।

 ଡାକବିଭାଗ ପହଞ୍ଚାଇବା ବାବଦ  ଦେୟ ନ ନେଇ ଦେଶର ଯେ କୌଣସି ସ୍ଥାନରେ ଜାତୀୟ ପତାକା ପହଞ୍ଚାଇବାରେ ବ୍ୟବସ୍ଥା ମଧ୍ୟ କରିଛି । ସମୟୋଚିତ ପତାକା ପାଇବା ସୁନିଶ୍ଚିତ କରିବା ପାଇଁ ନାଗରିକଗଣ ଅଗଷ୍ଟ ୧୨, ୨୦୨୨ ମଧ୍ୟରାତ୍ରୀ ପୂର୍ବରୁ ଅନଲାଇନରେ ଅର୍ଡର କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

https://static.pib.gov.in/WriteReadData/userfiles/image/image001F5H7.jpg

****

SM/SLP


(ରିଲିଜ ଆଡି: 1850546) ପରିଦର୍ଶକ କାଉଣ୍ଟର : 418