ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଶ୍ଚିମବଙ୍ଗର ସିତଲକୁଚିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଭ୍ୟାନ ଜଳିଯିବା ଘଟଣାରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୀଡିତଙ୍କୁ ପିଏମଏନଆରଏଫରୁ ଅନୁକମ୍ପାମୂଳକ ସହାୟତା ଘୋଷଣା
ପୋଷ୍ଟ କରାଯିବା ଦିନାଙ୍କ:
02 AUG 2022 5:34PM by PIB Bhubaneshwar
ପଶ୍ଚିମବଙ୍ଗର ସିତଲକୁଚିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଭ୍ୟାନ ଜଳିଯିବାରୁ ହୋଇଥିବା ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପୀଡିତଙ୍କ ପାଇଁ ଶ୍ରୀ ମୋଦୀ ପିଏମଏନଆରଏଫରୁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ପଶ୍ଚିମବଙ୍ଗର ସିତଲକୁଚିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଭ୍ୟାନ ଜଳିଯିବାରୁ ମୃତ୍ୟୁ ଘଟଣା ମର୍ମାହତ କରିଛି । ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା ଜଣାଉଛି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି: ପ୍ରଧାନମନ୍ତ୍ରୀ” ।
“ମୃତକଙ୍କ ନିକଟ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ”
SR
(ରିଲିଜ ଆଡି: 1847611)
ପରିଦର୍ଶକ କାଉଣ୍ଟର : 172
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada