ଅର୍ଥ ମନ୍ତ୍ରଣାଳୟ

୨୦୨୨ ଜୁଲାଇ ମାସରେ ସକଳ ଜିଏସଟି ରାଜସ୍ବ ସଂଗ୍ରହ ୧,୪୮,୯୯୫ କୋଟି ଟଙ୍କାରେ ପହଞ୍ଚିଲା


ଜୁଲାଇ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ଦ୍ବିତୀୟ ସର୍ବାଧିକ, ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ

ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ (ବସ୍ତୁ ଆମଦାନୀ ଉପରେ ଲାଗୁଥିବା ଜିଏସଟିକୁ ଛାଡ଼ି)

Posted On: 01 AUG 2022 11:26AM by PIB Bhubaneshwar

୨୦୨୨ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ

ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ

ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬,୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮,୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯,୫୮୧ କୋଟି ଟଙ୍କା ରହିଛି

ଗତବର୍ଷ ଜୁଲାଇ ମାସରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍‌ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି

ଲଗାତାର ପାଞ୍ଚ ମାସ ଧରି, ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି, ଯାହାକି ପ୍ରତିମାସରେ ଜିଏସଟି ସଂଗ୍ରହରେ ସ୍ଥିର ଅଭିବୃଦ୍ଧିକୁ ସୂଚାଉଛି ଜୁଲାଇ ୨୦୨୨ରେ ଜିଏସଟି ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୩୫% ଅଧିକ ରହିଛି ଏବଂ ଏହା ଅତ୍ୟୁଚ୍ଚ ଅଭିବୃଦ୍ଧିର ସଙ୍କେତ ଦେଉଛି ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅତୀତରେ ଜିଏସଟି ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହରେ ଦେଖିବାକୁ ମିଳିଛି ଉନ୍ନତ ରିପୋର୍ଟିଂ କାରଣରୁ ଆର୍ଥିକ ସୁଧାର ଗତିଶୀଳ ହୋଇଛି ଏବଂ ନିୟମିତ ହାରରେ ଜିଏସଟି ରାଜସ୍ବ ସଂଗ୍ରହ ବୃଦ୍ଧି ପାଉଛି ଜୁନ ୨୦୨୨ରେ ୭.୪୫ କୋଟି ଇ-ୱେବିଲ୍‌ ପ୍ରସ୍ତୁତ ହୋଇଥିଲା ଯାହାକି ମେ ୨୦୨୨ରେ ପ୍ରସ୍ତୁତ ୭.୩୬ କୋଟି ଇ-ୱେବିଲ୍‌ ତୁଳନାରେ ଅଧିକ

ନିମ୍ନରେ ଦିଆଯାଇଥିବା ତାଲିକାରେ ମାସିକ ଜିଏସଟି ରାଜସ୍ବ ସଂଗ୍ରହରେ ବର୍ଦ୍ଧିତ ଧାରା ପ୍ରଦର୍ଶିତ ହୋଇଛି ଜୁଲାଇ ୨୦୨୧ ତୁଳନାରେ ଜୁଲାଇ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ସଂଗ୍ରହର ତୁଳନାତ୍ମକ ବିବରଣୀ ନିମ୍ନରେ ଦିଆଯାଇଥିବା ସାରଣୀରେ ଉଲ୍ଲେଖ କରାଯାଇଛି

https://static.pib.gov.in/WriteReadData/userfiles/image/image001ZVUW.png

 

ଜୁଲାଇ ୨୦୨୨ରେ ରାଜ୍ୟୱାରୀ ଜିଏସଟି ସଂଗ୍ରହର ତାଲିକା

State

Jul-21

Jul-22

Growth

Jammu and Kashmir

432

431

0%

Himachal Pradesh

667

746

12%

Punjab

1,533

1,733

13%

Chandigarh

169

176

4%

Uttarakhand

1,106

1,390

26%

Haryana

5,330

6,791

27%

Delhi

3,815

4,327

13%

Rajasthan

3,129

3,671

17%

Uttar Pradesh

6,011

7,074

18%

Bihar

1,281

1,264

-1%

Sikkim

197

249

26%

Arunachal Pradesh

55

65

18%

Nagaland

28

42

48%

Manipur

37

45

20%

Mizoram

21

27

27%

Tripura

65

63

-3%

Meghalaya

121

138

14%

Assam

882

1,040

18%

West Bengal

3,463

4,441

28%

Jharkhand

2,056

2,514

22%

Odisha

3,615

3,652

1%

Chattisgarh

2,432

2,695

11%

Madhya Pradesh

2,657

2,966

12%

Gujarat

7,629

9,183

20%

Daman and Diu

0

0

-66%

Dadra and Nagar Haveli

227

313

38%

Maharashtra

18,899

22,129

17%

Karnataka

6,737

9,795

45%

Goa

303

433

43%

Lakshadweep

1

2

69%

Kerala

1,675

2,161

29%

Tamil Nadu

6,302

8,449

34%

Puducherry

129

198

54%

Andaman and Nicobar Islands

19

23

26%

Telangana

3,610

4,547

26%

Andhra Pradesh

2,730

3,409

25%

Ladakh

13

20

54%

Other Territory

141

216

54%

Center Jurisdiction

161

162

0%

Grand Total

87,678

1,06,580

22%

 

*******

P.S.



(Release ID: 1846908) Visitor Counter : 191