ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁଏତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବା ମହାମହିମ ଶେଖ ଅହମ୍ମଦ ନୱାଫ ଅଲ ଅହମ୍ମଦ ଅଲ-ସାବହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 JUL 2022 10:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁଏତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ମହାମହିମ ଶେଖ ଅହମ୍ମଦ ନୱାଫ ଅଲ ଅହମ୍ମଦ ଅଲ-ସବାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‍ କରିଛନ୍ତି:

“କୁଏତର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବାରୁ ମହାମହିମ ଶେଖ ଅହମ୍ମଦ ନୱାଫ ଅଲ ଅହମ୍ମଦ ଅଲ-ସବାହଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଆମର ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ବିସ୍ତାର କରିବା ପାଇଁ ମୁଁ ତାଙ୍କ ସହ କାମ କରିବାକୁ ଅପେକ୍ଷା କରିଛି ।”

HS


(ରିଲିଜ ଆଡି: 1845581) ପରିଦର୍ଶକ କାଉଣ୍ଟର : 153