ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 21 JUL 2022 9:12PM by PIB Bhubaneshwar

ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ଇତିହାସ ରଚିଛି । ୧.୩ ବିଲିୟନ ଭାରତୀୟ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପୂର୍ବ ଭାରତର ଦୁର୍ଗମ ଅଞ୍ଚଳରେ ଜନ୍ମିତ ଆଦିବାସୀ ସମ୍ପ୍ରଦାୟର ଝିଅ ଆମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । 

ଏହି ସଫଳତା ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ।”

“ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ, ତାଙ୍କ ପ୍ରାଥମିକ ସଂଘର୍ଷ, ସମୃଦ୍ଧ ସେବା ଓ ଅନୁକରଣୀୟ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ସେ ଆମ ଦେଶର ନାଗରିକ ବିଶେଷ କରି ଦରିଦ୍ର, ଅବହେଳିତ ଓ ନିଷ୍ପେଷିତଙ୍କ ପାଇଁ ଆଶାର କିରଣ ହୋଇ ଉଭା ହୋଇଛନ୍ତି ।” 

“ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଜଣେ ଉତ୍ତମ ବିଧାୟକ ଓ ମନ୍ତ୍ରୀ ଥିଲେ । ଝାଡଖଣ୍ଡ ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟକାଳ ଖୁବ ସଫଳ ଥିଲା । ମୁଁ ନିଶ୍ଚିତ ଯେ, ଜଣେ ଅସାଧାରଣ ରାଷ୍ଟ୍ରପତି ଭାବେ ସେ ଭାରତର ବିକାଶ ଯାତ୍ରାକୁ ନେତୃତ୍ୱ ପ୍ରଦାନ କରି ଆଗେଇ ନେବେ ।” 

“ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବିଭିନ୍ନ ଦଳର ସାଂସଦ ଓ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କର ରେକର୍ଡ ବିଜୟ ଆମ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ।”    




 

SR



(Release ID: 1843648) Visitor Counter : 144