ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାମୀ ଆତ୍ମସ୍ଥାନନ୍ଦଙ୍କ ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ
Posted On:
10 JUL 2022 11:33AM by PIB Bhubaneshwar
ସାତ୍ତ୍ୱିକ ଚେତନାରେ ସମୃଦ୍ଧ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ପୂଜ୍ୟ ସନ୍ଥଗଣ, ଶାରଦା ମଠର ସମସ୍ତ ସାଧ୍ୱୀ ମାତାମାନେ, ବିଶିଷ୍ଟ ଅତିଥିଗଣ ଏବଂ ସମସ୍ତ ଶ୍ରଦ୍ଧାଳୁ ସାଥୀମାନେ! ଆପଣ ସମସ୍ତଙ୍କୁ ନମସ୍କାର ।
ଆଜି ପୂଜ୍ୟ ସନ୍ଥମାନଙ୍କର ମାର୍ଗଦର୍ଶନରେ ସ୍ୱାମୀ ଆତ୍ମସ୍ଥାନନନ୍ଦ ଜୀଙ୍କ ଜନ୍ମ ଶତାବ୍ଦୀ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ଏହି ଆୟୋଜନ ମୋ ପାଇଁ ବ୍ୟକ୍ତିଗତ ଭାବରେ ମଧ୍ୟ ଅନେକ ଭାବନା ଏବଂ ସ୍ମୃତିଗୁଡ଼ିକରେ ପୂର୍ଣ୍ଣ ହୋଇଛି, କେତେକ କଥାଗୁଡ଼ିକୁ ନିଜେ ନିଜ ଭିତରେ ସମାହିତ କରୁଛି । ସ୍ୱାମୀଜୀ ଶତାୟୁ ଭବନର ପାଖାପାଖି ନିଜର ଦେହ ତ୍ୟାଗ କରିଥିଲେ । ମୋତେ ସର୍ବଦା ତାଙ୍କର ଆଶୀର୍ବାଦ ମିଳିଛି, ତାଙ୍କର ସାନ୍ନିଧ୍ୟର ସୁଯୋଗ ମଧ୍ୟ ମିଳିଛି । ଏହା ମୋର ସୌଭାଗ୍ୟ ଯେ ଶେଷ ସମୟ ପର୍ଯ୍ୟନ୍ତ ମୋର ତାଙ୍କ ସହିତ ସମ୍ପର୍କ ରହିଥିଲା । ଗୋଟିଏ ବାଳକ ଉପରେ ଯେପରି ସ୍ନେହ ଢ଼ାଳି ଦିଆଯାଇଥାଏ ସେ ସେହିଭଳି ଭାବରେ ମୋତେ ସ୍ନେହ ଢାଳି ଦେଇଥିଲେ । ଶେଷ ସମୟ ପର୍ଯ୍ୟନ୍ତ ତାଙ୍କର ମୋ ଉପରେ ଆଶୀର୍ବାଦ ରହିଥିଲା ଏବଂ ମୁଁ ଏହା ଅନୁଭବ କରୁଛି ଯେ ସ୍ୱାମୀଜୀ ମହାରାଜ ନିଜର ଚେତନା ସ୍ୱରୂପରେ ଆଜି ମଧ୍ୟ ଆମକୁ ଆଶୀର୍ବାଦ ଦେଉଛନ୍ତି । ମୋତେ ଖୁସି ଲାଗୁଛି ଯେ ତାଙ୍କର ଜୀବନ ଏବଂ ମିଶନକୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଜି ଦୁଇଟି ସ୍ମୃତି ସଂସ୍କରଣ, ଚିତ୍ର ଜୀବନୀ ଏବଂ ଡକୁମେଣ୍ଟାରୀ ମଧ୍ୟ ପ୍ରକାଶିତ ହେଉଛି । ମୁଁ ଏହି କାର୍ଯ୍ୟ ପାଇଁ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସ୍ମରଣାନନ୍ଦ ଜୀ ମହାରାଜ ଜୀଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଉଛି ।
ସାଥୀମାନେ,
ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କୁ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ, ପୂଜ୍ୟ ସ୍ୱାମୀ ବିଦନାନନ୍ଦ ଜୀଙ୍କ ଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ । ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଭଳି ସନ୍ଥଙ୍କର ସେହି ଜାଗ୍ରତବୋଧ, ସେହି ଆଧ୍ୟାତ୍ମିକ ଶକ୍ତି ତାଙ୍କଠାରେ ସ୍ପଷ୍ଟ ଦେଖିବାକୁ ମିଳୁଥିଲା । ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଆମର ଦେଶରେ ସନ୍ନ୍ୟାସର କେତେ ମହାନ ପରମ୍ପରା ରହିଛି । ସନ୍ନ୍ୟାସଙ୍କର ମଧ୍ୟ ଅନେକ ରୂପ ରହିଛି । ବାନପ୍ରାସ୍ଥ ଆଶ୍ରମ ମଧ୍ୟ ସନ୍ନ୍ୟାସର ଦିଗରେ ଏକ ପଦକ୍ଷେପ ମନାଯାଇଥାଏ ।
ସନ୍ନ୍ୟାସର ଅର୍ଥ ହେଉଛି- ନିଜ ଠାରୁ ଉଦ୍ଧ୍ୱର୍କୁ ଯାଇ ସମଷ୍ଟି ପାଇଁ କାର୍ଯ୍ୟ କରିବା, ସମଷ୍ଠି ପାଇଁ ବଂଚିବା । ସ୍ୱର ବିସୃତ ସମଷ୍ଟି ପର୍ଯ୍ୟନ୍ତ । ସନ୍ନ୍ୟାସୀ ପାଇଁ ଜୀବ ସେବାରେ ପ୍ରଭୁ ସେବାକୁ ଦେଖିବା, ଜୀବନରେ ଶିବଙ୍କୁ ଦେଖିବା ଏହା ହିଁ ସର୍ବୋପରି ଅଟେ । ଏହି ମହାନ ସନ୍ଥ ପରମ୍ପରାକୁ, ସନ୍ୟସ୍ଥ ପରମ୍ପରାକୁ ସ୍ୱାମୀ ବିବେକାନନ୍ଦ ଜୀ ଆଧୁନିକ ରୂପରେ ପକାଇଲେ । ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ସନ୍ନ୍ୟାସର ଏହି ସ୍ୱରୂପକୁ ଜୀବନରେ ବଞ୍ଚଲେ ଏବଂ ଚରିତାର୍ଥ କଲେ । ତାଙ୍କ ନିଦର୍ଶନରେ ବେଲୁର ମଠ ଏବଂ ଶ୍ରୀ ରାମକୃଷ୍ଣ ମିଶନରେ ଭାରତ କେବ ନୁହେଁ ବରଂ ନେପାଳ, ବଙ୍ଗଳା ଦେଶ ଭଳି ଦେଶଗୁଡ଼ିକରେ ମଧ୍ୟ ସୁବିଧା ଏବଂ ସୁରକ୍ଷାର ଅଦ୍ଭୁତ ଅଭିଯାନ ଚଳାଇଲେ । ସେ ନିରନ୍ତର ଗ୍ରାମୀଣ କ୍ଷେତ୍ରରେ ଜନକଲ୍ୟାଣ ପାଇଁ କାମ କରୁଥିଲେ, ଏଥିପାଇଁ ସଂସ୍ଥାନ ପ୍ରସ୍ତୁତ କଲେ । ଆଜି ଏ ସଂସ୍ଥାନ ଗରୀବଙ୍କୁ ରୋଜଗାର ଏବଂ ଜୀବନଯାପନରେ ଲୋକମାନଙ୍କର ସାହାଯ୍ୟ କରୁଛନ୍ତି । ସ୍ୱାମୀ ଜୀ ଗରିବମାନଙ୍କ ସେବାକୁ, ଜ୍ଞାନର ପ୍ରଚାର ପ୍ରସାରକୁ, ଏହା ସହିତ ଜଡ଼ିତ କାର୍ଯ୍ୟକୁ ପୂଜା ମାନୁଥିଲେ । ଏଥିପାଇଁ ମିଶନ ମୋଡରେ କାର୍ଯ୍ୟ କରିବା, ନୂଆ ସଂସ୍ଥାମାନଙ୍କର ନିର୍ମାଣ କରିବା, ସଂସ୍ଥାନଗୁଡ଼ିକୁ ସଶକ୍ତ କରିବା, ସେମାନଙ୍କ ପାଇଁ ଏହି ରାମକୃଷ୍ଣ ମିଶନର ଆଦର୍ଶ ଥିଲେ । ଯେପରି ଆମର ଏଠାରେ କୁହାଯାଇଥାଏ ଯେ ଯେଉଁଠି ଈଶ୍ୱରୀୟ ଭାବ ଅଛି ସେଠାରେ ତୀର୍ଥ ଅଛି । ଏହିଭଳି, ଯେଉଁଠାରେ ମଧ୍ୟ ଏଭଳି ସନ୍ଥ ଅଛନ୍ତି, ସେଠାରେ ମାନବତା, ସେବା ସେହି ସମସ୍ତ କଥା କେନ୍ଦ୍ରରେ ରହିଥାଏ। ସ୍ୱାମୀ ଜୀ ନିଜ ସନ୍ନ୍ୟାସ ଜୀବନରେ ଏହା ସିଦ୍ଧି କରି ଦେଖାଇଥିଲେ ।
ସାଥୀମାନେ,
ବହୁବର୍ଷ ପୂର୍ବରୁ ଆଦି ଶଙ୍କରାଚାର୍ଯ୍ୟ ହୁଅନ୍ତୁ ବାହ ଆଧୁନିକ କାଳରେ ସ୍ୱାମୀ ବିବେକାନନ୍ଦ, ଆମର ସନ୍ଥ ପରମ୍ପରା ସବୁବେଳେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଉଦେଶ୍ୟ କରିଆସୁଛି ରାମକୃଷ୍ଣ ମିଶନର ସ୍ଥାପନା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ବିଚାର ସହିତ ଯୋଡ଼ି ହୋଇଛି । ସ୍ୱାମୀ ବିବେକାନନ୍ଦ ଏହି ସଂକଳ୍ପକୁ ମିଶନ ଭାବରେ ବଂଚୁଥିଲେ । ତାଙ୍କର ଜନ୍ମ ବଙ୍ଗଳାରେ ହୋଇଥିଲା । କିନ୍ତୁ ଆପଣ ଦେଶର କୌଣସି ମଧ୍ୟ ସ୍ଥାନକୁ ଯାଆନ୍ତୁ, ଆପଣଙ୍କୁ ଏଭଳି ପ୍ରାୟ ଏମିତି କୌଣସି କ୍ଷେତ୍ର ମିଳିବ ଯେଉଁଠି ବିବେକାନନ୍ଦ ଜୀ ଯାଇନାହାନ୍ତି, କିମ୍ବା ତାଙ୍କର ପ୍ରଭାବ ନାହିଁ । ତାଙ୍କର ଯାତ୍ରାଗୁଡ଼ିକ ଦାସତ୍ୱର ସେହି ସମୟରେ ଦେଶକୁ ତାହାର ପୁରାତନ ରାଷ୍ଟ୍ରୀୟ ଚେତନାର ଅନୁଭବ କରାଇଥିଲା, ସେଥିରେ ନୂତନ ଆତ୍ମବିଶ୍ୱାସ ଭରିଲା । ରାମକୃଷ୍ଣ ମିଶନର ଏହି ପରମ୍ପରାକୁ ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ନିଜର ପୁରା ଜୀବନକୁ ଆଗେଇ ନେଇଥିଲେ । ସେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ନିଜର ଜୀବନ ଅତିବାହିତ କରିଥିଲେ । ଅନେକ କାର୍ଯ୍ୟ କରିଥିଲେ ଏବଂ ଯେଉଁଠାରେ ମଧ୍ୟ ସେ ରହିଛନ୍ତି, ସେଠାରେ ମୁକ୍ତ ଭାବରେ ବସିଗଲେ । ଗୁଜରାଟରେ ରହି ସେ ଏତେ ଭଲ ଗୁଜରାଟୀ କହୁଥିଲେ ଏବଂ ମୋର ସୌଭାଗ୍ୟ ରହିଛି ଯେ ଜୀବନର ଅନ୍ତ ସମୟରେ ମଧ୍ୟ ଯେତେବେଳେ ତାଙ୍କ ସହିତ କଥା ହେଉଥିଲା ସେତେବେଳେ ଗୁଜରାଟୀରେ ହେଉଥିଲା । ମୋତେ ମଧ୍ୟ ତାଙ୍କର ଗୁଜରାଟୀ ଶୁଣିବାକୁ ବହୁତ ଭଲ ଲାଗୁଥିଲା । ଏବଂ ମୁଁ ଆଜି ସ୍ମରଣ କରିବାକୁ ଚାହୁଁଛି ଯେ ଯେତେବେଳେ କଚ୍ଛରେ ଭୂକମ୍ପ ଆସିଥିଲା ସେତେବେଳେ ଟିକିଏ ସମୟ ମଧ୍ୟ ସେ ଲଗାଇଲେ ନାହିଁ ଏବଂ ସେହି ସମୟରେ, ସେତେବେଳେ ମୁଁ ରାଜନୀତିରେ କୌଣସି ପଦପଦବୀରେ ନ ଥିଲି, ଜଣେ କାର୍ଯ୍ୟକର୍ତ୍ତା ଭାବରେ କାମ କରୁଥିଲି । ସେହି ସମୟରେ ସେ ମୋ ସହିତ ସମସ୍ତ ପରିସ୍ଥିତିର ଚିନ୍ତା, କଥା କରୁଥିଲେ, ଯେ ରାମକୃଷ୍ଣ ମିଶନ କଚ୍ଛରେ କ’ଣ କାମ କରିପାରିବ । ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ଏବଂ ପୁରା ସମୟ ତାଙ୍କ ମାର୍ଗଦର୍ଶନରେ ସେହି ସମୟ କଚ୍ଛରେ ଭୂକମ୍ପ ପୀଡ଼ିତମାନଙ୍କୁ ସୁରକ୍ଷା ଦେବା ପାଇଁ ବହୁତଗୁଡ଼ିଏ କାମ ଜାଗ୍ରତ ହେଲା । ଏଥିପାଇଁ ରାମକୃଷ୍ଣ ମିଶନକୁ ସନ୍ଥଙ୍କୁ ଦେଶରେ ରାଷ୍ଟ୍ରୀୟ ଏକତାର ସଂବାହକ, ଏହି ରୂପରେ ସମସ୍ତେ ଜାଣନ୍ତି । ଏବଂ ଯେତେବେଳେ ସେ ବିଦେଶ ଯାଇଥାନ୍ତି, ସେଠାରେ ସେହି ଭାରତୀୟତାର ପ୍ରତିନିଧିତ୍ୱ କରିଥାନ୍ତି ।
ସାଥୀମାନେ,
ରାମକୃଷ୍ଣ ମିଶନର ଏହି ଜାଗୃତ ପରମ୍ପରା ରାମକୃଷ୍ଣ ପରମହଂସ ଭଳି ଦିବ୍ୟ ବିଭୂତିର ସାଧନାରୁ ପ୍ରକଟ ହୋଇଛି । ସ୍ୱାମୀ ରାମକୃଷ୍ଣ ପରମହଂସ, ଏକ ଏଭଳି ସନ୍ଥ ଥିଲେ ଯିଏ ମା’ କାଳୀଙ୍କୁ ସ୍ପଷ୍ଟ ସାକ୍ଷାତକାର କରିଥିଲେ, ଯିଏ ମା’ କାଳୀଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପିତ କରି ଦେଇଥିଲେ ।
ସେ କହୁଥିଲେ- ଏହି ସମ୍ପୂର୍ଣ୍ଣ ଜଗତ, ଏହି ସଚରାଚର ସବୁକିଛି ମା’ଙ୍କର ଚେତନାରୁ ପ୍ରାପ୍ତ ଅଟେ । ଏହି ଚେତନା ବଙ୍ଗଳାର କାଳୀ ପୂଜାରେ ଦେଖାଯାଇଥାଏ । ଏହି ଚେତନା ବଙ୍ଗଳା ଏବଂ ପୁରା ଭାରତର ଆସ୍ଥାରେ ଦେଖାଯାଉଛି । ଏହି ଚେତନା ଏବଂ ଶକ୍ତିର ଏକ ପୁଞ୍ଜକୁ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଯୁଗ ପୁରୁଷମାନଙ୍କ ରୂପରେ ସ୍ୱାମୀ ରାମକୃଷ୍ଣ ପରମହଂସ ପ୍ରଜ୍ୱଳିତ କରିଥିଲେ । ସ୍ୱାମୀ ବିବେକାନନ୍ଦ ମା’କାଳୀଙ୍କର ଯେଉଁ ଅନୁଭୂତ ହୋଇଥିଲା, ତାଙ୍କର ଯେଉଁ ଆଧ୍ୟାତ୍ମିକ ଦର୍ଶନ ହୋଇଥିଲା, ସେ ତାଙ୍କ ଭିତରେ ଅସାଧାରଣ ଶକ୍ତି ଏବଂ ସାମର୍ଥ୍ୟର ସଂଚାର କରିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଭଳି ତେଜସ୍ୱୀ ବ୍ୟକ୍ତିତ୍ୱ, ଏତେ ବଡ଼ ବିରାଟ ଚରିତ୍ର, କିନ୍ତୁ ଜଗମ୍ନାତା କାଳୀଙ୍କ ସ୍ମୃତିରେ, ତାଙ୍କ ଉକ୍ତିରେ ସେହି ଛୋଟ ଶିଶୁଟିଏ ଭଳି ଭାବବିହ୍ୱଳ ହୋଇ ଯାଉଥିଲେ । ଭକ୍ତିର ଏଭଳି ନିଶ୍ଚଳତା ଏବଂ ଶକ୍ତିର ସାଧନାର ଏଭଳି ସାମର୍ଥ୍ୟରେ ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ଭିତରେ ମଧ୍ୟ ଦେଖା ଯାଉଥିଲା ଏବଂ ତାଙ୍କ କଥାରେ ମଧ୍ୟ ମା’କାଳୀଙ୍କର ଚର୍ଚ୍ଚା ହେଉଥିଲା ଏବଂ ମୋତେ ମନେ ଅଛି, ଯେତେବେଳେ ବେଲୁର ମଠ ଯିବାକୁ ହେବ, ଗଙ୍ଗା ତଟରେ ବସିଥିବି ଏବଂ ଦୂରରୁ ମା’କାଳୀଙ୍କ ମନ୍ଦିର ଦେଖାଯାଉଥିବ, ତାହା ସ୍ୱାଭାବିକ ଅଟେ, ଏକ ଆକର୍ଷଣ ଲାଗିଯାଇଥାଏ । ଯେତେବେଳେ ଆସ୍ଥା ଏତେ ପବିତ୍ର ହୋଇଥାଏ, ସେତେବେଳେ ଶକ୍ତି ସାକ୍ଷାତ ଆମର ପଥ ପ୍ରଦର୍ଶନ କରିଥାଏ । ଏଥିପାଇଁ ମା’କାଳୀଙ୍କର ଯେଉଁ ଅସୀମିତ ଅସୀମ ଆଶୀର୍ବାଦ ସବୁବେଳେ ଭାରତ ସହିତ ଅଛି, ଭାରତ ଏହି ଆଧ୍ୟାତ୍ମିକ ଶକ୍ତିକୁ ନେଇ ଆଜି ବିଶ୍ୱ କଲ୍ୟାଣର ଭାବନା ସହିତ ଆଗକୁ ବଢୁଛି ।
ସାଥୀମାନେ,
ଆମର ସନ୍ଥମାନେ ଆମକୁ ଦେଖାଇଛନ୍ତି ଯେ ଯେତେବେଳେ ଆମର ବିଚାରରେ ବ୍ୟାପକତା ହୋଇଥାଏ, ଯେତେବେଳେ ନିଜର ପ୍ରୟାସରେ ଆମେ କେବେ ଏକୁଟିଆ ପଡ଼ିନଥାନ୍ତୁ! ଆପଣ ଭାରତବର୍ଷର ପୃଥିବୀ ପୃଷ୍ଠରେ ଏଭଳି ଅନେକ ସନ୍ଥଙ୍କର ଜୀବନଯାତ୍ରା ଦେଖିବା ଯେଉଁମାନେ ଶୂନ୍ୟ ସଂସାଧନ ସହିତ ବହୁ ଉଦ୍ଧ୍ୱର୍କୁ ଯିବା ଭଳି ସଂକଳ୍ପକୁ ପୂରଣ କରିଛନ୍ତି । ଏହି ବିଶ୍ୱାସ, ଏହି ସମର୍ପଣ ମୁଁ ପୂଜ୍ୟ ଆତ୍ମସ୍ଥାନନ୍ଦ ଜୀଙ୍କ ଜୀବନରେ ମଧ୍ୟ ଦେଖିଥିଲେ । ତାଙ୍କ ଠାରୁ ମୋର ଗୁରୁ ଭାବରେ ମଧ୍ୟ ସମ୍ବନ୍ଧ ରହିଆସିଛି । ମୁଁ ସେହିଭଳି ସନ୍ଥମାନଙ୍କ ଠାରୁ ନିଷ୍କାମ ହୋଇ ଶତ ପ୍ରତିଶତ ସମର୍ପଣର ସହିତ ନିଜକୁ ଉପଯୋଗ କରିବାର ଶିକ୍ଷା ପାଇଛି । ଏଥିପାଇଁ, ମୁଁ ଏହା କହୁଛି ଯେ ଯେତେବେଳେ ଭାରତର ଏକ ବ୍ୟକ୍ତି, ଏକ ଋଷି ଏତେ କିଛି କରିପାରୁଛି, ସେତେବେଳେ ଆମେ ୧୩ଠ କୋଟି ଦେଶବାସୀଙ୍କର ସାମୁହିକ ସଂକଳ୍ପରୁ କ’ଣ ବା ଲକ୍ଷ୍ୟ ପୁରା ହୋଇପାରିବ ନାହିଁ? ସଂକଳ୍ପର ଏହି ଶକ୍ତିକୁ ଆମେ ସ୍ୱଚ୍ଛ ଭାରତ ମିଶନରେ ମଧ୍ୟ ଦେଖିପାରୁଛୁ । ଲୋକମାନଙ୍କୁ ବିଶ୍ୱାସ ହେଉ ନ ଥିଲା ଯେ ଭାରତରେ ଏଭଳି ମିଶନ ସଫଳ ହୋଇପାରିବ । କିନ୍ତୁ, ଦେଶବାସୀମାନେ ଏହି ସଂକଳ୍ପକୁ ନେଲେ ଏବଂ ଫଳାଫଳ ବିଶ୍ୱ ଦେଖୁଛି । ଡିଜିଟାଲ ଇଣ୍ଡିଆର ଉଦାହରଣ ମଧ୍ୟ ଆମ ସମ୍ମୁଖରେ ଅଛି । ଡିଜିଟାଲ ଦେୟ ଆରମ୍ଭ ହେବା ସମୟରେ କୁହାଯାଉଥିଲା ଯେ ଏହି ଟେକ୍ନୋଲୋଜୀ ଭାରତ ଭଳି ଦେଶ ପାଇଁ ନୁହେଁ । କିନ୍ତୁ ଆଜି ସେହି ଭାରତ ଡିଜିଟାଲ ଦେୟ କ୍ଷେତ୍ରରେ ବିଶ୍ୱରେ ପ୍ରମୁଖ ସ୍ଥାନରେ ଠିଆ ହୋଇଛି । ଏହିଭଳି ଭାବରେ କରୋନା ମହାମାରୀ ବିରୋଧରେ ଟିକାକରଣର ସବୁଠାରୁ ଜ୍ୱଳନ୍ତ ଉଦାହରଣ ଆମ ସମ୍ମୁଖରେ ଅଛି । ଦୁଇବର୍ଷ ପୂର୍ବରୁ କେତେକ ଲୋକ ଆକଳନ କରୁଥିଲେ ଯେ ଭାରତରେ ସମସ୍ତଙ୍କୁ ଟିକା ମିଳିବାରେ କେତେ ସମୟ ଲାଗିବ । କେହି କେହି କହୁଥିଲେ ୫ ବର୍ଷ, କେହି କେହି କହୁଥିଲେ ୧ଠ ବର୍ଷ, କେହି କେହି କହୁଥିଲେ ୧୫ ବର୍ଷ! ଆଜି ଆମେ ଦେଢ଼ ବର୍ଷ ମଧ୍ୟରେ ୨ଠଠ କୋଟି ଟିକା ଡୋଜର ପାଖାପାଖି ପହଞ୍ଚପାରିଛୁ । ଏହି ଉଦାହରଣ ଏହି କଥାର ପ୍ରତୀକ ଅଟେ ଯେ ଯେତେବେଳେ ସଂକଳ୍ପ ସ୍ୱଚ୍ଛ ଥିବ ସେତେବେଳେ ପ୍ରୟାସଗୁଡ଼ିକୁ ପୂରଣ କରିବାରେ କୌଣସି ବିଳମ୍ବ ହୁଏ ନାହିଁ, ସମସ୍ୟାରୁ ମଧ୍ୟ ରାସ୍ତା ବାହାରିଥାଏ ।
ମୋତେ ବିଶ୍ୱାସ ଅଛି ଯେ, ଆମର ସନ୍ଥମାନଙ୍କର ଆଶୀର୍ବାଦ ଏବଂ ସେମାନଙ୍କର ପ୍ରେରଣା ଦେଶକୁ ଏହିଭଳି ଭାବରେ ମିଳୁଥିବ । ଆଗାମୀ ସମୟରେ ଆମେ ସେହିଭଳି ସୁନ୍ଦର ଭାରତ ତିଆରି କରିବା ଯାହାର ଆତ୍ମବିଶ୍ୱାସ ଆମକୁ ସ୍ୱାମୀ ବିବେକାନନ୍ଦ ଜୀ ଦେଇଥିଲେ ଏବଂ ଯେଉଁଥିପାଇଁ ସ୍ୱାମୀ ଆତ୍ମସ୍ଥାନନ୍ଦଙ୍କ ଭଳି ସନ୍ଥମାନେ ପ୍ରୟାସ କରିଥିଲେ ଏବଂ ମୁଁ ଆଜି ଆପଣ ସମସ୍ତ ପୂଜ୍ୟ ସନ୍ଥ ଜନମାନଙ୍କ ସମ୍ମୁଖକୁ ଆସିଛି, ଯେମିତି ମୁଁ ମୋ ପରିବାରକୁ ଆସିଛି, ଏହି ଭାବନା ସହିତ କଥା କହୁଛି । ଆପଣମାନେ ମୋତେ ସବୁବେଳେ ନିଜର ପରିବାରର ସଦସ୍ୟ ମାନିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଛି । ଏହି ଅମୃତ ମହୋତ୍ସବରେ ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ କରିବାର ସଂକଳ୍ପ ଅଛି । ଆପଣ ଯେଉଁଠି ମଧ୍ୟ କାମ କରୁଛନ୍ତି, ଆପଣ ମଧ୍ୟ ଲୋକମାନଙ୍କୁ ପ୍ରେରିତ କରନ୍ତୁ, ଆପଣ ମଧ୍ୟ ଏହା ସହିତ ଯୋଡ଼ି ହୁଅନ୍ତୁ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବରେ ମାନବ ସେବା ଏକ ଉତ୍ତମ କାର୍ଯ୍ୟରେ ଆପଣଙ୍କ ସକ୍ରିୟତା ବହୁତ ବଡ଼ ପରିବର୍ତ୍ତନ ଆଣିପାରିବ । ଆପଣ ସବୁବେଳେ ସମାଜର ସୁଖ ଦୁଃଖରେ ସାଥୀ ରହିଛନ୍ତି । ଶତାବ୍ଦୀ ବର୍ଷ ନୂତନ ଶକ୍ତି, ନୂତନ ପ୍ରେରଣାର ବର୍ଷ ହୋଇଥାଉ । ସ୍ୱାଧୀନତାର ଅମୃତ ମହୋତ୍ସବ ଦେଶରେ କର୍ତ୍ତବ୍ୟ ଭାବ ଜାଗ୍ରତ କରିବାରେ ସଫଳ ହୁଅନ୍ତୁ ଏହି ସବୁଥିରେ ଆମ ସମସ୍ତଙ୍କର ସାମୁହିକ ଯୋଗଦାନ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବ । ଏହି ଭାବନା ସହିତ, ଆପଣ ସମସ୍ତ ସନ୍ଥମାନଙ୍କୁ ପୁଣିଥରେ ମୋର ପ୍ରଣାମ ।
ବହୁତ ବହୁତ ଧନ୍ୟବାଦ ।
NS/MB
(Release ID: 1841050)
Visitor Counter : 159
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam