ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଋଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 01 JUL 2022 3:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା ରାଷ୍ଟ୍ରପତି ପୁଟିନଙ୍କ ଡିସେମ୍ବର, ୨୦୨୧ରେ ଭାରତ ଗସ୍ତ ବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଶେଷତଃ କୃଷି ସାମଗ୍ରୀ, ସାର ଓ ଔଷଧୀୟ ସାମଗ୍ରୀ କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ମତ ବିନିମୟ କରିଥିଲେ ।

ଦୁଇ ନେତା ଆନ୍ତର୍ଜାତିକ ଶକ୍ତି ଓ ଖାଦ୍ୟ ବଜାରର ସ୍ଥିତି ସମେତ ବିଭିନ୍ନ ବୈଶିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ୟୁକ୍ରେନରେ ଜାରି ରହିଥିବା ସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ଦୀର୍ଘସ୍ଥାୟୀ ଦୃଷ୍ଟିକୋଣକୁ ଦୋହରାଇ ଥିଲେ ।

ଉଭୟ ନେତା ବିଶ୍ୱ ଓ ଦ୍ୱିପାକ୍ଷିକ ପ୍ରସଙ୍ଗରେ ନିୟମିତ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ ।

SR


(रिलीज़ आईडी: 1838714) आगंतुक पटल : 235
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam