ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇସ୍ରାଏଲର ପ୍ରିମିୟରସିପ୍ ଗ୍ରହଣ କରିଥିବାରୁ ମାନ୍ୟବର ୟାୟର ଲାପିଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
01 JUL 2022 1:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରିମିୟରସିପ୍ ଦାୟିତ୍ୱ ଗ୍ରହଣ କରିଥିବାରୁ ମାନ୍ୟବର ୟାୟର ଲାପିଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତର ପ୍ରକୃତ ବନ୍ଧୁ ହୋଇଥିବାରୁ ଶ୍ରୀ ମୋଦୀ ମଧ୍ୟ ମାନ୍ୟବର ନାଫତାଲି ବେନେଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଇସ୍ରାଏଲର ପ୍ରିମିୟରସିପ୍ ଗ୍ରହଣ କରିଥିବାରୁ ମାନ୍ୟବର ୟାୟର ଲାପିଡଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଆମେ କୂଟନୈତିକ ସମ୍ପର୍କର ୩୦ବର୍ଷ ପୂରଣ ପାଳନ କରୁଥିବାରୁ ମୁଁ ଆମର ରଣନୀତିକ ଭାଗିଦାରୀକୁ ଆଗକୁ ବଢାଇବାକୁ ଅପେକ୍ଷା କରିଛି ।
ଭାରତର ପ୍ରକୃତ ବନ୍ଧୁ ହୋଇଥିବାରୁ ମାନ୍ୟବର ନାଫତାଲି ବେନେଟଙ୍କୁ ଧନ୍ୟବାଦ । ମୁଁ ଆମର ଫଳପ୍ରଦ ପାରସ୍ପରିକ ସମ୍ପର୍କକୁ ଭଲପାଏ ଏବଂ ନୂତନ ଭୂମିକାରେ ଆପଣଙ୍କ ସଫଳତା କାମନା କରୁଛି ।”
HS
(Release ID: 1838652)
Visitor Counter : 169
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam