ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନର ‘ଆଚିଭର୍ସ’ ଶ୍ରେଣୀରେ ଓଡିଶା
୨୦୨୦ ବର୍ଷ ନିମନ୍ତେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ ଆଧାରରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ
ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ଟପ୍ ଆଚିଭର୍ସ (ଶୀର୍ଷ ଉପଲବ୍ଧି ହାସଲ କରିଥିବା) ରାଜ୍ୟ
ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଉତରାଖଣ୍ଡ ଏବଂ ଉତର ପ୍ରଦେଶ ଆଚିଭର୍ସ (ଉପଲବ୍ଧି ହାସଲକାରୀ)ଶ୍ରେଣୀରେ ସ୍ଥାନ ପାଇଛନ୍ତି
ଆମେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଦ୍ୱାରା ପ୍ରତିକ୍ରିୟାତ୍ମକ ସଂସ୍କାର ଲାଗୁ କରୁଛୁ : ଶ୍ରୀମତୀ ନିର୍ମଳା ସୀତାରମଣ
ଏବେ ସମଗ୍ର ଦେଶରେ ଇଜ୍ ଅଫ୍ ଡୁଇଂ ବିଜନେସ୍ (ବ୍ୟବସାୟରେ ସୁଗମତା) କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ଭାବନା ଦେଖା ଦେଇଛି: ଶ୍ରୀ ପିୟୁଷ ଗୋଏଲ
Posted On:
30 JUN 2022 1:27PM by PIB Bhubaneshwar
ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ (ବିଆର୍ଏପି)ର ‘ଆଚିଭର୍ସ’ ଶ୍ରେଣୀରେ ଓଡିଶା ସ୍ଥାନ ପାଇଛି । ଏଥିପାଇଁ ଟପ୍ ଆଚିଭର୍ସ, ଆଚିଭର୍ସ, ଅସ୍ପାୟାର୍ସ ଏବଂ ଇମର୍ଜିଙ୍ଗ ବିଜନେସ୍ ଇକୋସିଷ୍ଟମ୍ ଭଳି ଚାରୋଟି ଶ୍ରେଣୀ ରଖା ଯାଇଥିବା ବେଳେ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି ।
ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ ଆଧାରରେ ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ଶୀର୍ଷ ଉପଲବ୍ଧି ହାସଲ କରିଥିବା (ଟପ୍ ଆଚିଭର୍ସ) ରାଜ୍ୟ ଅଟନ୍ତି । ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ଉତରାଖଣ୍ଡ ଏବଂ ଉତର ପ୍ରଦେଶ ଉପଲବ୍ଧି ହାସଲକାରୀ (ଆଚିଭର୍ସ) ଶ୍ରେଣୀରେ ଆସିଛନ୍ତି । ଯେତେବେଳେ କି ଆସାମ, ଛତିଶଗଡ, ଗୋଆ, ଝାଡଖଣ୍ଡ, କେରଳ, ରାଜସ୍ଥାନ ଏବଂ ପଶ୍ଚିମ ବଙ୍ଗକୁ ମହତ୍ୱାକାଂକ୍ଷୀ (ଆସ୍ପିରର୍ସ) ଶ୍ରେଣୀରେ ରଖା ଯାଇଛି । ଆଣ୍ଡାମାନ ଏବଂ ନିକୋବର, ବିହାର, ଚଣ୍ଡୀଗଡ, ଡାମନ ଏବଂ ଡିୟୁ, ଦାଦରା ଏବଂ ନଗର ହବେଲି, ଦିଲ୍ଲୀ, ଜାମ୍ମୁ ଏବଂ କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ ଏବଂ ତ୍ରିପୁରାକୁ ଉଦୀୟମାନ ବ୍ୟବସାୟ ପାରିବେଶିକ ବ୍ୟବସ୍ଥା (ଇମର୍ଜିଂ ବିଜନେସ୍ ଇକୋସିଷ୍ଟମ୍) ଶ୍ରେଣୀରେ ରଖା ଯାଇଛି ।
ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ (ବିଆର୍ଏପି), ୨୦୨୦ ଅନୁସାରେ ଏହାର ୫ମ ସଂସ୍କରଣରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣା ଗୁଡିକ ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ୍, ଡିପିଆଇଆଇଟି ସଚିବ ଶ୍ରୀ ଅନୁରାଗ ଜୈନ ଏବଂ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କର ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତିରେ ହୋଇଥିଲା ।
ମୂଲ୍ୟାଙ୍କନ ରିପୋର୍ଟ ପ୍ରକାଶ କରିବା ପରେ , ଶ୍ରୀମତୀ ସୀତାରମଣ କହିଥଲେ ଯେ, ୧୯୯୧ ପର ଠାରୁ ସଂସ୍କାରର ପ୍ରକୃତିରେ ପରିବର୍ତନ ଆସିଛି । “ଏବେ ଯେଉଁ ସଂସ୍କାର ହେଉଛି, ସେସବୁ ପ୍ରତିକ୍ରିୟାତ୍ମକ ସଂସ୍କାର ଅଟେ । ୧୯୯୧ର ସଂସ୍କାର ପରି, ଯାହା ଆମକୁ କାର୍ଯ୍ୟକାରୀ କରିବା ପାଇଁ ଦିଆ ଯାଇଥିଲା, ଏବେ ସେଭଳି କୌଣସି ବାଧ୍ୟବାଧକତା ନାହିଁ । ଆମର ଉଦ୍ଦେଶ୍ୟ ହେଉଛି ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ସନସ୍ତଙ୍କ ପାଇଁ ଉନ୍ନତ ଜୀବନ ସୁନିଶ୍ଚିତ କରିବା । ସରକାରଙ୍କର ସମସ୍ତ ସ୍ତରରେ ପରୋକ୍ଷରେ ଚାପ ଦେବା (ନଜିଂ) ଭଳି ଏକ ଉପାଦାନ ଅଣା ଯାଇଛି । ନଜିଂ କେବଳ ସରକାରଙ୍କ ଦ୍ୱାରା କରାଯାଇ ପାରିବ ନାହିଁ, ଉଦ୍ୟୋଗ ଗୁଡିକୁ ମଧ୍ୟ ସେଥିରେ ବଡ ଭୂମିକା ନିର୍ବାହ କରିବାକୁ ପଡିବ” ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି । ଅର୍ଥ ମନ୍ତ୍ରୀ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ ଅନୁସାରେ କାର୍ଯ୍ୟାନ୍ୱୟନର ମୂଲ୍ୟାଙ୍କନ ଢାଂଚାରେ କରାଯାଇଥିବା ପରିବର୍ତନ ଗୁଡିକର ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ୍ କହିଥିଲେ ଯେ, ଏହି ଆକଳନ ତଥ୍ୟ - ଆଧାରିତରୁ ଆରମ୍ଭ ହୋଇ ବହୁଭାଷୀ ପ୍ରାରୂପରେ ୧୦୦% ପ୍ରତିକ୍ରିୟାର ଆଧାରକୁ ନେଇ ବିକଶିତ ହୋଇଛି । ସେ କହିଥିଲେ ଯେ ଏହି ବିଆର୍ଏପି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ପରସ୍ପରର ସର୍ବୋତମ ପ୍ରଥା ଗୁଡିକରୁ ଶିଖିବାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଭାରତକୁ ସାରା ବିଶ୍ୱରେ ସବୁଠାରୁ ପସନ୍ଦଯୋଗ୍ୟ ନିବେଶ ସ୍ଥାନ ଭାବରେ ମୁଣ୍ଡ ଟେକିବା ପାଇଁ ଏକ ଏକୀକୃତ ଉଦ୍ଦେଶ୍ୟ ସହିତ ପ୍ରତ୍ୟେକ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶର ପରିବେଶରେ ସଂସ୍କାର ଆଣିବା ।
“ଯେତେବେଳେ ମାନନୀୟ ପ୍ରଧାନମନ୍ତ୍ରୀ ୨୦୧୪ରେ ବ୍ୟବସାୟକୁ ସୁଗମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ସେତେବେଳେ ଏହା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ଯେ, ଯଦି ଆମେ ନିଜର ତାଲିକାରେ ନିଜର ସ୍ଥାନ (ରାଙ୍କିଂ)ରେ ପରିବର୍ତନ ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ କାମ କରୁଛେ, ତେବେ ଆମକୁ ସେଥିରେ ସମସ୍ତ ହିତାଧିକାରୀଙ୍କୁ ସାମିଲ୍ କରାଇବା ଉଚିତ୍ ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ବୋର୍ଡକୁ ଆଣିବା ପାଇଁ ଆମର ପ୍ରୟାସ ରହିବ, ଯାହା ଫଳରେ ଲୋକମାନେ ବାସ୍ତବରେ ନିଜର ପାରିବେଶିକ ବ୍ୟବସ୍ଥାରେ ବ୍ୟବଧାନ ଏବଂ ପରିବର୍ତନକୁ ଅନୁଭବ କରିପାରିବେ, ଯେଉଁଥିରେ ଜୀବନ ସହଜ ଏବଂ ସୁଗମ ହେବ” ବୋଲି ଶ୍ରୀ ଗୋଏଲ୍ କହିଛନ୍ତି ।
୨୦୧୪ରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବେ ଫଳ ଦେବା ଆରମ୍ଭ କରି ଦେଇଛି କାରଣ ଆମେ ସମସ୍ତେ ଏକା ସାଙ୍ଗରେ ଆଗକୁ ବଢ଼ୁଛେ । ବ୍ୟବସାୟ କରିବାରେ ସୁଗମତା କିଛି ଅଂଚଳ, କିଛି ସହର ଏବଂ କିଛି ବ୍ୟବସାୟ ଭିତରେ ସୀମୀତ ହେବା ବଦଳରେ, ଆମେ ଏହାକୁ ପ୍ରତିଯୋଗିତାମୂଳକ ସଂଘୀୟ ଏବଂ ସହଯୋଗର ଭାବନା ମାଧ୍ୟମରେ ମଧ୍ୟ ସମ୍ପୂର୍ଣ୍ଣ ଦେଶରେ ପ୍ରତିଫଳିତ ହେଉଥିବା ଦେଖି ପାରୁଛେ” ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ କହିଥିଲେ ।
ଡିପିଆଇଆଇଟିର ସଚିବ ଶ୍ରୀ ଅନୁରାଗ ଜୈନ କହିଥଲେ ଯେ, ବିଭିନ୍ନ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ ରହିଥିବା ବ୍ୟବଧାନ ଏତେ କମ୍ ରହିଥିଲା ଯେ, ସେମାନଙ୍କୁ ତାଲିକାରେ ଭିନ୍ନ ଭିନ୍ନ ସ୍ଥାନ ଦେବାର ଅର୍ଥ କିଛି ନାହିଁ । କିନ୍ତୁ ସେମାନଙ୍କୁ ବିଭିନ୍ନ ଶ୍ରେଣୀରେ ରଖା ଯାଇଥିଲା ।
ବିଆର୍ପିଏ ୨୦୨୦ରେ ୧୫ ବ୍ୟବସାୟିକ ନିୟାମକ କ୍ଷେତ୍ର ଗୁଡିକ, ଯେମିତି ସୂଚନା ପର୍ଯ୍ୟନ୍ତ ପହଂଚିବା, ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍, ଶ୍ରମ, ପରିବେଶ, ଭୂମି ପ୍ରଶାସନ ଏବଂ ସମ୍ପତିର ହସ୍ତାନ୍ତରଣ, ଉପଯୋଗିତା ଅନୁମତି ଏବଂ ଅନ୍ୟାନ୍ୟକୁ ପରିସରଭୁକ୍ତ କରାଯାଇଥିବା ୩୦୧ ସଂସ୍କାର ପଏଂଟ ସାମିଲ୍ ଅଟେ । ସଂସ୍କାର ପ୍ରକ୍ରିୟାକୁ ଆଗକୁ ବଢ଼େଇବା ପାଇଁ ୧୧୮ଟି ସଂସ୍କାରକୁ ସାମିଲ୍ କରା ଯାଇଛି । ସଂସ୍କାର ଏଜେଣ୍ଡା/ କାର୍ଯ୍ୟସୂଚୀର ସୀମାକୁ ବିସ୍ତାର କରିବା ନିମନ୍ତେ ପ୍ରଥମ ଥର ବାଣିଜ୍ୟ ଅନୁମତି, ସ୍ୱାସ୍ଥ୍ୟସେବା, ଲିଗାଲ ମେଟ୍ରୋଲୋଜି, ସିନେମା ହଲ୍, ଆତିଥେୟତା, ଫାୟାର ଏନ୍ଓସି, ଟେଲିକମ୍, ମୁଭି ସୁଟିଂ ଏବଂ ପର୍ଯ୍ୟଟନ ଭଳି ୯ଟି କ୍ଷେତ୍ର ଗୁଡିକରେ ବ୍ୟାପୀ ହୋଇ ରହିଥିବା ୭୨ ପଏଂଟ ସହିତ ଆଂଚଳିକ ସଂସ୍କାର ଆରମ୍ଭ କରା ଯାଇଥିଲା ।
ଏହାର ବ୍ୟାପକ ଉଦ୍ଦେଶ୍ୟ ହେଉଛି ନିବେଶକଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା, ବ୍ୟବସାୟ ଅନୁକୂଳ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ ସଂସ୍କାର କର୍ମ ଯୋଜନାର କାର୍ଯ୍ୟନ୍ୱୟନ ପାଇଁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଆଧାର କରି ରାଜ୍ୟ ଗୁଡିକର ମୂଲ୍ୟାଙ୍କନ ପ୍ରଣାଳୀ ମାଧ୍ୟମରେ ସୁସ୍ଥ ପ୍ରତିଯୋଗିତାର ଏକ ଉପାଦାନ ଉପସ୍ଥାପନ କରି ସାରା ଦେଶରେ ବ୍ୟବହାୟକୁ ସୁଗମ କରିବା । ଗତ ବର୍ଷ ଗୁଡିକରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ତାଲିକାରେ ସ୍ଥାନ ଦିଆ ଯାଇ ଥିଲା, ଏହି ବର୍ଷ ସେମାନଙ୍କୁ ଚାରୋଟି ଶ୍ରେଣୀରେ ରଖା ଯାଇଛି, ଯଥା: ଟପ୍ ଆଚିଭର୍ସ, ଆଚିଭର୍ସ, ଆସ୍ପିରର୍ସ ଏବଂ ଏମର୍ଜିଂ ବିଜନେସ୍ ଇକୋସିଷ୍ଟମ୍ । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ଆକଳନ କରିବାର ଉଦ୍ଦେଶ୍ୟ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ କେବଳ ଏକ ପଦାନୁକ୍ରମ ପ୍ରସ୍ତୁତ କରିବା ନୁହେଁ, ଏମିତି ଏକ ସକ୍ଷମ ଡାଂଚା ପ୍ରସ୍ତୁତ କରିବା, ଯେଉଁଥିରେ ରାଜ୍ୟ/ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ମଧ୍ୟରେ ଶିକ୍ଷଣର ବଂଟନ କରା ଯାଇ ପାରିବ, ଯାହା ଫଳରେ ସାରା ଦେଶରେ ଭଲ ପ୍ରଥା ଗୁଡିକର ପ୍ରସାର କରିବ । ତୃଣମୂଳ ସ୍ତରରେ ବାସ୍ତବିକ ବ୍ୟବହାରକାରୀ / ପ୍ରତିକ୍ରୟା ପ୍ରଦାନକାରୀ ମାନଙ୍କ ଠାରୁ ପ୍ରାପ୍ତ ପ୍ରତିକ୍ରିୟାକୁ ବହୁତ ମହତ୍ୱ ପ୍ରଦାନ କରା ଯାଇଛି, ଯେଉଁମାନେ ସଂସ୍କାରର ପ୍ରଭାବଶାଳୀ କାର୍ଯ୍ୟନ୍ୱୟନ ସମ୍ପର୍କରେ ସେମାନଙ୍କର ପ୍ରତିକ୍ରୟା ଦେଇଛନ୍ତି ।
ଡିପିଆଇଆଇଟି ୨୦୧୪ରୁ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ ବ୍ୟବସାୟ ସଂସ୍କାର କର୍ମ ଯୋଜନା (ବିଆର୍ଏପି) ଅଭ୍ୟାସରେ ନିର୍ଦ୍ଧାରିତ ସଂସ୍କାର ଗୁଡିକର କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନକୁ ଆଧାରକୁ ନେଇ କରିଛି । ଏବେ ସୁଦ୍ଧା ୨୦୧୫, ୨୦୧୬, ୨୦୧୭ – ୧୮ ଏବଂ ୨୦୧୯ ନିମନ୍ତେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ଆକଳନ ପ୍ରକାଶ କରା ଯାଇ ସାରିଛି ।
ସଂସ୍କାରକୁ ଲାଗୁ କରିବା କ୍ଷେତ୍ରରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର କାର୍ଯ୍ୟକୁ ଉଲ୍ଲେଖ କରାଯିବା ପ୍ରସଂଶନୀୟ ଅଟେ ଏବଂ ସେହି ଭାବନା ସହିତ, ଡିପିଆଇଆଇଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଦ୍ୱାରା କରା ଯାଇଥିବା ଅନୁକରଣୀୟ ସଂସ୍କାର ପଦ୍ଧତିକୁ ଚିହ୍ନଟ କରିବା ଏବଂ ଚିହ୍ନଟ କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ବ୍ୟବସାୟିକ ପରିବେଶରେ ସଂସ୍କାର ଆଣିବା ପାଇଁ ବ୍ୟାପକ ଶ୍ରେଣୀ ବିଭାଜନ ଆଧାରରେ ବର୍ଗୀକୃତ କରା ଯାଇଛି ।
(All names in Alphabetical Order)
The States/UTs under the Top Achievers category in BRAP 2020 are:
Andhra Pradesh
Gujarat
Haryana
Karnataka
Punjab
Tamil Nadu
Telangana
The States/UTs under the Achievers category in BRAP 2020 are:
Himachal Pradesh
Madhya Pradesh
Maharashtra
Odisha
Uttarakhand
Uttar Pradesh
The States under the Aspirers category in BRAP 2020 are:
Assam
Chhattisgarh
Goa
Jharkhand
Kerala
Rajasthan
West Bengal
The States under the Emerging Business Ecosystems category in BRAP 2020 are:
Andaman & Nicobar
Bihar
Chandigarh
Daman & Diu, Dadra & Nagar Haveli
Delhi
Jammu & Kashmir
Manipur
Meghalaya
Nagaland
Puducherry
Tripura
*****
SSP
(Release ID: 1838302)
Visitor Counter : 264
Read this release in:
Bengali
,
Kannada
,
Malayalam
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Telugu