ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚତୁର୍ଦ୍ଦଶ ବ୍ରିକସ ଶିଖର ସମ୍ମିଳନୀ ୨୦୨୨ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ସମ୍ଭାଷଣ
Posted On:
23 JUN 2022 8:01PM by PIB Bhubaneshwar
ମହାମହୀମ ରାଷ୍ଟ୍ରପତି ସି,
ମହାମହୀମ ରାଷ୍ଟ୍ରପତି ରାମାଫୋସା,
ମହାମହୀମ ରାଷ୍ଟ୍ରପତି ବୋଲସୋନାରୋ,
ମହାମହୀମ ରାଷ୍ଟ୍ରପତି ପୁଟିନ,
ସର୍ବପ୍ରଥମେ, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତ ବି୍ରକସ ଦେଶରେ ହୋଇଥିବା ଚମକ୍ରାର ଆୟୋଜନ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ଟିମଗୁଡ଼ିକରୁ ମିଳିଥିବା ସହଯୋଗ ଲାଗି ମଧ୍ୟ ଧନ୍ୟବାଦ ବ୍ୟକ୍ତ କରିବାକୁ ଚାହୁଁଛି ।
ମହାମହୀମମାନେ,
ଆଜି ଲଗାତର ତୃତୀୟ ବର୍ଷ, ଆମେ କୋଭିଡ ମହାମାରୀ ଚ୍ୟାଲେଞ୍ଜ ମଧ୍ୟରେ ଭର୍ଚୁଆଲ ଭାବେ ଏକତି୍ରତ ହୋଇଛେ ।
ଯଦିଓ, ବିଶ୍ୱ ସ୍ତରରେ ମହାମାରୀ ପ୍ରକୋପ ପୂର୍ବ ତୁଳନାରେ ହ୍ରାସ ପାଇଛି, କିନ୍ତୁ ଏହାର ଅନେକ କୁପ୍ରଭାବ ଏବେ ବି ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଦେଖିବାକୁ ମିଳୁଛି ।
ବିଶ୍ୱ ଅର୍ଥ ବ୍ୟବସ୍ଥାର ଗଭର୍ଣ୍ଣାନ୍ସ ବାବଦରେ ଆମେ ବ୍ରିକସ ସଦସ୍ୟ ରାଷ୍ଟ୍ରମାନଙ୍କର ଦୃଷ୍ଟିକୋଣ ପ୍ରାୟତଃ ସମାନ ରହିଛି ।
ଏବଂ ଏଥିପାଇଁ ଆମର ପାରସ୍ପରିକ ସହଯୋଗ ବିଶ୍ୱ ସ୍ତରରେ କୋଭିଡ ପରବର୍ତ୍ତୀ ସୁଧାର ପାଇଁ ଉପଯୋଗୀ ଯୋଗଦାନ ଦେଇପାରିବ ।
ଗତବର୍ଷ ଆମେ ବ୍ରିକସରେ ଅନେକ ସଂସ୍ଥାଗତ ସୁଧାର ଆଣିଛେ, ଯାହାଦ୍ୱାରା ଏହି ସଂଗଠନର ପ୍ରଭାବ ବୃଦ୍ଧି ପାଇଛି । ଏହା ମଧ୍ୟ ଖୁସିର ବିଷୟ ଯେ ଆମର ‘ନୁ୍ୟ ଡେଭଲପମେଣ୍ଟ ବ୍ୟାଙ୍କ’ର ସଦସ୍ୟତାରେ ବୃଦ୍ଧି ହୋଇଛି ।
ଏଭଳି ଅନେକ କ୍ଷେତ୍ର ରହିଛି, ଯେଉଁଠି ଆମର ପାରସ୍ପରିକ ସହଯୋଗ ଦ୍ୱାରା ନାଗରିକଙ୍କ ଜୀବନକୁ ପ୍ରତ୍ୟକ୍ଷ ଫାଇଦା ମିଳିପାରୁଛି ।
ଯେମିତି କି ଭ୍ୟାକ୍ସିନ ଆରଆଣ୍ଡଡି ସେଣ୍ଟର ପ୍ରତିଷ୍ଠା, ବହିଃଶୁଳ୍କ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ, ଆପୋସ ଉପଗ୍ରହ ମଣ୍ଡଳର ସ୍ଥାପନା, ଫାର୍ମା ଉତ୍ପାଦଗୁଡ଼ିକର ପାରସ୍ପରିକ ସ୍ୱୀକୃତି, ଇତ୍ୟାଦି ।
ଏହିଭଳି ଭାବେ ପ୍ରୟୋଗାତ୍ମକ ପଦକ୍ଷେପ ବି୍ରକସକୁ ଏକ ଅନନ୍ୟ ଅନ୍ତର୍ଜାତୀୟ ସଂଗଠନ ବନାଇଛି, ଯାହାର ଫୋକସ କେବଳ ଆଲୋଚନା ମଧ୍ୟରେ ସୀମିତ ନାହିଁ ।
ବ୍ରିକସ ଯୁବ ଶିଖର ସମ୍ମିଳନୀ, ବ୍ରିକସ କ୍ରୀଡ଼ା, ଏବଂ ଆମର ସାଧାରଣ ନାଗରିକ ସଂଗଠନ ଓ ଥିଙ୍କ-ଟ୍ୟାଙ୍କଗୁଡ଼ିକ ମଧ୍ୟରେ ସମ୍ପର୍କ ବୃଦ୍ଧି କରି, ଆମେ ନିଜ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ମଧ୍ୟ ମଜଭୁତ କରିଛୁ ।
ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଜିର ଆଲୋଚନା ଆମ ବି୍ରକସ ସମ୍ପର୍କକୁ ଆହୁରି ସଶକ୍ତ ବନାଇବା ପାଇଁ ଅନେକ ପରାମର୍ଶ ବାହାର କରିବ ।
ଧନ୍ୟବାଦ ।
SR
(Release ID: 1836774)
Visitor Counter : 191
Read this release in:
Bengali
,
Marathi
,
Tamil
,
Manipuri
,
English
,
Gujarati
,
Hindi
,
Punjabi
,
Kannada
,
Urdu
,
Assamese
,
Telugu
,
Malayalam