କ୍ୟାବିନେଟ

ସାଂଘାଇ ସହଯୋଗ ପ୍ରତିଷ୍ଠାନର ସଦସ୍ୟ ରାଷ୍ଟ୍ରଙ୍କ ଅଧିକୃତ ସଂସ୍ଥାରେ ଯୁବ ସେବା କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

Posted On: 14 JUN 2022 4:10PM by PIB Bhubaneshwar

 ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍‌ସିଓ)ର ସଦସ୍ୟ ରାଷ୍ଟ୍ରମାନଙ୍କ ଅଧିକୃତ ସଂସ୍ଥାରେ ଯୁବ ବ୍ୟପାର କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ଏହି ଚୁକ୍ତିକୁ ଅନୁମୋଦନ ଲାଭ କରିଛି। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଏହି ଚୁକ୍ତି ବିଷୟରେ ଅବଗତ କରାଯାଇଥିଲା । ସେ ସବୁକଥା ବୁଝିବା ପରେ ଚୁକ୍ତିକୁ ମଞ୍ଜୁରୀ ମିଳିଛି ।

ସୂଚନାଯୋଗ୍ୟ ସେ ସାଂଘାଇ ସହଯୋଗ ପ୍ରତିଷ୍ଠାନର ସଦସ୍ୟମାନେ ନିଜ ନିଜର ଅଧିକୃତ ସଂସ୍ଥାରେ ଯୁବସେବା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବାକୁ ୨୦୨୧ ସେପ୍ଟେମ୍ବର ୯ତାରିଖରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହିତ କରିଥିଲେ । ତଦନୁସାରେ ଭାରତର କ୍ରୀଡା ଓ ଯୁବ ବ୍ୟାପାରମନ୍ତ୍ରୀ ଏ ସଂକ୍ରାନ୍ତ ଏକ ରାଜିନାମାରେ ଭାରତପକ୍ଷରୁ ସ୍ୱାକ୍ଷର କରିଥିଲେ । ଏସ୍‌ସିଓ ସଚିବାଳୟରେ ସରକାରୀ ଭାଷା ରସିଆନ ଓ ଚାଇନିଜ୍ ।

ଏହି ରାଜିନାମା ଅନୁସାରେ ଯେଉଁସବୁ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠା ହେବ ସେଗୁଡିକ ମଧ୍ୟରୁ ଯୁବ ଓ ସର୍ବସାଧାରଣ ଯୁବ ପ୍ରତିଷ୍ଠାନ ତଥା ସଂଗଠନ , ଦେଶର ଯୁବ ନୀତିର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଯୁବ ସହଯୋଗ ବୃଦ୍ଧି ଆଦି ଅନ୍ୟତମ । ଚୁକ୍ତି ଅନୁସାରେ ସଦସ୍ୟ ରାଷ୍ଟ୍ରମାନେ ଯୁବ ଆଦାନପ୍ରଦାନ, ତାଲିମ, ପରିଦର୍ଶନ, ବୈଜ୍ଞାନିକ ବିନିମୟ, ମିଳିତ ଗବେଷଣା, ବିଜ୍ଞାନଭିତିକ ପ୍ରକାଶନ ଆଦି କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କରିବେ । ଏସ୍‌ସିଓର ଯୁବ ପରିଷଦର କାର୍ଯ୍ୟକ୍ରମକୁ ସବୁ ସଦସ୍ୟ ରାଷ୍ଟ୍ର କାର୍ଯ୍ୟକାରୀ କରିବାକୁ ସହାୟତା ଓ ସହଯୋଗ ଯୋଗାଇବେ ।

ଏହି ଚୁକ୍ତିର ଲକ୍ଷ୍ୟ ହେଲା ଏସସିଓର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ସୁଦୃଢ କରି ନିଜର ଯୁବବର୍ଗଙ୍କ ମଧ୍ୟର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ବଢାଇବ ।

 

****

TKM/SLP



(Release ID: 1834056) Visitor Counter : 133