ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ନାଗାଲାଣ୍ଡ ଛାତ୍ରୀମାନଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଏକ ଭାରତ ଶ୍ରେଷ୍ଠ ଭାରତ ଉପକ୍ରମ ଅନ୍ତର୍ଗତ ଏହି ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି
ପ୍ରତିନିଧି ଦଳ ସହ ମନଖୋଲା ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟ ଯେପରିକି ଉତ୍ତର-ପୂର୍ବାଞ୍ଚଳକୁ ନେଇ ତାଙ୍କ ଦୃଷ୍ଟିକୋଣ, ନାଗାଲାଣ୍ଡରେ ତାଙ୍କ ଅଭିଜ୍ଞତା, ଯୋଗର ମହତ୍ତ୍ୱ ଆଦି ସମ୍ପର୍କରେ ଆଲୋଚନା କଲେ
प्रविष्टि तिथि:
09 JUN 2022 8:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ନିଜ ଲୋକକଲ୍ୟାଣ ମାର୍ଗ ବାସଭବନ ଠାରେ ନାଗାଲାଣ୍ଡରୁ ଆସିଥିବା ଏକ ମହିଳା ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତ ଉପକ୍ରମ ଅନ୍ତର୍ଗତ ଏହି ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି ।
ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ସେମାନେ ବିଭିନ୍ନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଏଥିରେ ଉତ୍ତର-ପୂର୍ବାଞ୍ଚଳକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ନାଗାଲାଣ୍ଡ ଅଭିଜ୍ଞତା, ଯୋଗର ମହତ୍ତ୍ୱ ଆଦି ବିଷୟ ସାମିଲ ଥିଲା ।
ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ, ଦିଲ୍ଲୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ ବେଳେ ଛାତ୍ରୀମାନଙ୍କ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ । ଦିଲ୍ଲୀ ରହଣି ବେଳେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ଜାତୀୟ ଯୁଦ୍ଧ ସ୍ମାରକ ପରିଦର୍ଶନ ପାଇଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳର ଏହି ବୈଠକ ଜାତୀୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ।
SR
(रिलीज़ आईडी: 1832823)
आगंतुक पटल : 205
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam