କ୍ୟାବିନେଟ
ନୋଭେଲ୍ ମ୍ୟାଗ୍ନେଟିକ୍ ଏବଂ ଟପୋଲୋଜିକାଲ୍ କ୍ୱାଣ୍ଟମ୍ ସାମଗ୍ରୀ ସଂକ୍ରାନ୍ତରେ ଭାରତର କୋଲକତା ସ୍ଥିତ ଏସ ଏନ ବୋଷ ନ୍ୟାସନାଲ ସେଣ୍ଟର ଫର ବେସିକ ସାଇନ୍ସ (ଏସଏନବିଏ୍ସିବିଏସ) ଏବଂ ଜର୍ମାନୀର ଡ୍ରେସଡେନ ସ୍ଥିତ ଲିବନିଜ-ଇନଷ୍ଟିଚ୍ୟୁଟ ଫର୍ ଫେଷ୍ଟକରପର୍-ଆଣ୍ଡ ୱର୍କଷ୍ଟୋଫର୍ସଚଙ୍ଗ ଡ୍ରେସଡେନ୍ ଇ.ଭି. (ଆଇଏଫ୍ଡବ୍ଲ୍ୟୁ ଡ୍ରେସଡେନ ଇ.ଭି) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମାକୁ କ୍ୟାବିନେଟ୍ ଅନୁମୋଦନ କରିଛି ।
Posted On:
08 JUN 2022 4:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୈଜ୍ଞାନିକ ସହଯୋଗ ପାଇଁ ଉଦ୍ଦିଷ୍ଟ ନୋଭେଲ୍ ମ୍ୟାଗ୍ନେଟିକ୍ ଏବଂ ଟପୋଲୋଜିକାଲ୍ କ୍ୱାଣ୍ଟମ୍ ସାମଗ୍ରୀ ସଂକ୍ରାନ୍ତରେ ଭାରତର କୋଲକତା ସ୍ଥିତ ଏସ ଏନ ବୋଷ ନ୍ୟାସନାଲ ସେଣ୍ଟର ଫର ବେସିକ ସାଇନ୍ସ (ଏସଏନବିଏନସିବିଏସ) ଏବଂ ଜର୍ମାନୀର ଡ୍ରେସଡେନ ସ୍ଥିତ ଲିବନିଜ-ଇନଷ୍ଟିଚ୍ୟୁଟ ଫର୍ ଫେଷ୍ଟକରପର୍-ଆଣ୍ଡ ୱର୍କଷ୍ଟୋଫର୍ସଚଙ୍ଗ ଡ୍ରେସଡେନ୍ ଇ.ଭି. (ଆଇଏଫ୍ଡବ୍ଲ୍ୟୁ ଡ୍ରେସଡେନ ଇ.ଭି) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମାକୁ ପ୍ରଶଂସା କରାଯାଇଛି ।
ଭବିଷ୍ୟତର କ୍ୱାଣ୍ଟମ୍ ଜ୍ଞାନକୌଶଳର ବିକାଶରେ ସେମାନଙ୍କର ସାମର୍ଥ୍ୟ ହେତୁ କ୍ୱାଣ୍ଟମ୍ ସାମଗ୍ରୀ ଉପରେ ଗବେଷଣା ବିଶ୍ୱ ବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି । ଏହି ମିଳିତ ଉଦ୍ୟୋଗର ଲକ୍ଷ୍ୟ ହେଉଛି ଇଣ୍ଡୋ-ଜର୍ମାନ ସହଯୋଗକୁ ବୃଦ୍ଧି କରିବା, ସୁଯୋଗ ପ୍ରଦାନ କରିବା ଏବଂ ଚୁମ୍ବକୀୟ ଏବଂ ଟପୋଲୋଜିକାଲ୍ କ୍ୱାଣ୍ଟମ୍ ସାମଗ୍ରୀ କ୍ଷେତ୍ରରେ ଜ୍ଞାନର ଅଗ୍ରଗତିକୁ ସୁଗମ କରିବା । ବିଶେଷକରି ସହଯୋଗରେ ପରୀକ୍ଷାମୂଳକ ଏବଂ କମ୍ପ୍ୟୁଟେସନାଲ ଉତ୍ସଗୁଡ଼ିକର ଅଂଶୀଦାର, ବୈଷୟିକ ଏବଂ ବୃତ୍ତିଗତ ସହଯୋଗର ବିନିମୟ ଏବଂ ସହଯୋଗୀ ଗବେଷଣା କରିବା ପାଇଁ ଅଧ୍ୟାପକ, ଗବେଷକମାନଙ୍କର ବିନିମୟ ଅନ୍ତର୍ଭୁକ୍ତ ହେବ । ପାରସ୍ପରିକତା, ସର୍ବୋତ୍ତମ ପ୍ରୟାସ, ପାରସ୍ପରିକ ଲାଭ ଏବଂ ନିୟମିତ ଆଲୋଚନା ଆଧାରରେ ଏହା ଆବଶ୍ୟକ ଜ୍ଞାନର ଆଧାର ସୃଷ୍ଟି କରିବ ବୋଲି ଆଶା କରାଯାଏ ।
ଏସଏନବିଏନ୍ସିବିଏସ ବିଷୟରେ:
ମୌଳିକ ବିଜ୍ଞାନ ପାଇଁ ଏସ ଏନ ବୋଷ ନ୍ୟାସନାଲ ସେଣ୍ଟର ଫର ବେସିକ ସାଇନ୍ସ (ଏସଏନବିଏନସିବିଏସ) ହେଉଛି ଏକ ସ୍ୱୟଂଶାସିତ ଗବେଷଣା ପ୍ରତିଷ୍ଠାନ ଯାହା ୧୯୮୬ ରେ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଏକ ପଞ୍ଜିକୃତ ସମିତି ଭାବରେ ପ୍ରତିଷ୍ଠିତ ହୋଇଥିଲା । ପ୍ରଫେସର ଏସ୍ ଏନ ବୋଷଙ୍କ ଜୀବନ ଏବଂ କାର୍ଯ୍ୟକୁ ସମ୍ମାନିତ କରିବା ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଯିଏ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନରେ ଜଣେ ବିରାଟ ବ୍ୟକ୍ତିତ୍ୱ ଥିଲେ ଏବଂ କ୍ୱାଣ୍ଟମ୍ ମେକାନିକ୍ସ ଏବଂ କ୍ୱାଣ୍ଟମ୍ ପରିସଂଖ୍ୟାନର ବିକାଶରେ ସେ କେତେକ ମୌଳିକ ଧାରଣା ଦେଇଥିଲେ । ବର୍ଷ ବର୍ଷ ଧରି, କେନ୍ଦ୍ର ମୌଳିକ ବିଜ୍ଞାନରେ ଗବେଷଣା ଏବଂ ବିକାଶ ପାଇଁ ଏକ ପ୍ରମୁଖ ଅନୁଷ୍ଠାନ ଭାବରେ ଉଭା କରିଛି, ବିଶେଷ ଭାବରେ ଶାରୀରିକ ବିଜ୍ଞାନ ଏବଂ ଆନୁସଙ୍ଗିକ ଶୃଙ୍ଖଳା, ପରୀକ୍ଷଣ, ତତ୍ତ୍ୱ ଏବଂ ଗଣନର ଶକ୍ତି ବ୍ୟବହାର କରୁଛି । ଏହି କେନ୍ଦ୍ରଟି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହ ଜଡିତ ଏବଂ ଉନ୍ନତ ମାନବ ସମ୍ବଳ ତାଲିମର ଏକ ପ୍ରମୁଖ କେନ୍ଦ୍ର ହୋଇଛି । ପିଏଚଡି ଏବଂ ପରିଦର୍ଶନପାଇଁ ଏହି କେନ୍ଦ୍ର ଏକ ଆବାସିକ ସୁବିଧା ସୁଯୋଗ ପ୍ରଦାନ କରିଥାଏ ।
ଆଇଏଫ୍ଡବ୍ଲ୍ୟୁ ବିଷୟରେ:
ଆଇଏଫ୍ଡବ୍ଲ୍ୟୁ ଏକ ଅଣ-ବିଶ୍ୱବିଦ୍ୟାଳୟ ଗବେଷଣା ପ୍ରତିଷ୍ଠାନ ଏବଂ ଲିବିନିଜ୍ ସଂଘର ସଦସ୍ୟ । ଆଇଏଫ୍ଡବ୍ଳ୍ୟୁ ଡ୍ରେସଡେନ୍ ଆଧୁନିକ ସାମଗ୍ରୀ ବିଜ୍ଞାନ ସହିତ ଜଡିତ ଏବଂ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ସାମଗ୍ରୀ ବିଜ୍ଞାନରେ ଅନୁସନ୍ଧାନକାରୀ ଗବେଷଣାକୁ ନୂତନ ସାମଗ୍ରୀ ଏବଂ ଉତ୍ପାଦର ବୈଷୟିକ ବିକାଶ ସହିତ ମିଶ୍ରଣ କରେ ।
ଆଇଏଫ୍ଡବ୍ଳ୍ୟୁ ରେ ଗବେଷଣା କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକ୍ଷମ ସାମଗ୍ରୀ ଉପରେ ଧ୍ୟାନ ଦେଇଥାଏ ଯାହାକି ପ୍ରୟୋଗର ଅନେକ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଧାରଣ କରିଥାଏ: ସୁପରକଣ୍ଡକ୍ଟିଂ ଏବଂ ଚୁମ୍ବକୀୟ ସାମଗ୍ରୀ, ଥିନ୍-ଫିଲ୍ମ ପ୍ରଣାଳୀ ଏବଂ ନାନୋଷ୍ଟ୍ରକଚର ଏବଂ କ୍ରିଷ୍ଟାଲାଇନ୍ ଏବଂ ଆମୋରଫସ୍ ସାମଗ୍ରୀ । ଅନୁଷ୍ଠାନର ପରବର୍ତ୍ତୀ ମିଶନ ହେଉଛି ଯୁବ ବୈଜ୍ଞାନିକ ମାନଙ୍କର ପଦୋନ୍ନତି ଏବଂ ବୈଷୟିକ କର୍ମଚାରୀଙ୍କ ତାଲିମ ସହିତ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁଷ୍ଠାନର ଆରଆଣ୍ଡଡି ବିଷୟରେ ଜାଣିବା ଓ ଅଭିଜ୍ଞତା ଯୋଗାଇବା ।
HS
(Release ID: 1832367)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam