ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

"ସୁସ୍ଥ ଭାରତର ୮ବର୍ଷ” ର ବିବରଣୀକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ହେଉଛି ନୂଆ ଭାରତର ପ୍ରତିଶ୍ରୁତି

“ଆଗାମୀ ବର୍ଷ ସେମାନଙ୍କର ହେବ ଯେଉଁମାନେ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିଛନ୍ତି”

ପୋଷ୍ଟ କରାଯିବା ଦିନାଙ୍କ: 08 JUN 2022 1:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଭାରତରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିବରଣୀ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଲୋକଙ୍କ ସୁସ୍ଥ ଜୀବନ ହେଉଛି ନୂଆ ଭାରତର ସଂକଳ୍ପ । ଆୟୁଷ୍ମାନ ଭାରତ ଠାରୁ ଜନ ଔଷଧି କେନ୍ଦ୍ର ପର୍ଯ୍ୟନ୍ତ ଏବଂ ଚିକିତ୍ସା ଭିତ୍ତିଭୂମି ଠାରୁ ଆରମ୍ଭ କରି ମାଗଣା ଟୀକାକରଣ ପର୍ଯ୍ୟନ୍ତ ଦେଶ ଯେଉଁ ପଥ ବାଛି ନେଇଛି ତାହା ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି ।  #8YearsOfHealthyIndia”

“ଆଗାମୀ ବର୍ଷ ସେହିମାନଙ୍କର ହେବ ଯେଉଁମାନେ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିଛନ୍ତି ।

ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଜବୁତ କରିବା ପାଇଁ ଆମ ସରକାର କରିଥିବା କାର୍ଯ୍ୟ ପାଇଁ ମୁଁ ଗର୍ବିତ ।   #8YearsOfHealthyIndia”

“ସ୍ୱାସ୍ଥ୍ୟସେବା ଆମର ପ୍ରମୁଖ ଲକ୍ଷ୍ୟ କ୍ଷେତ୍ର ମଧ୍ୟରେ ରହିଛି । ଗତ ୮ ବର୍ଷ ହେଲା ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଅଭିବୃଦ୍ଧି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ କରିବା ଏବଂ ଏହି କ୍ଷେତ୍ର ସହିତ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା । #8YearsOfHealthyIndia”



HS


(ରିଲିଜ ଆଡି: 1832215) ପରିଦର୍ଶକ କାଉଣ୍ଟର : 244