ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଶା ଫାଉଣ୍ଡେସନ ଦ୍ୱାରା ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ “ମୃତ୍ତିକା ସଂରକ୍ଷଣ”କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
Posted On:
05 JUN 2022 2:14PM by PIB Bhubaneshwar
ନମସ୍କାର!
ଆପଣ ସମସ୍ତଙ୍କୁ, ପୂରା ବିଶ୍ୱକୁ ବିଶ୍ୱ ପର୍ଯ୍ୟାବରଣ ଦିବସରେ ବହୁତ ବହୁତ ଶୁଭେଚ୍ଛା, ସଦଗୁରୁରୁ ଏବଂ ଇଶା ଫାଉଣ୍ଡେସନ ମଧ୍ୟ ଆଜି ଧନ୍ୟବାଦର ପାତ୍ର ଅଟେ । ମାର୍ଚ୍ଚରେ ତାଙ୍କ ସଂସ୍ଥା ସେଭ୍ ସଏଲ୍ ଅଭିଯାନର ଶୁଭାରମ୍ଭ କରିଥିଲେ । ୨୭ ଦେଶ ହୋଇ ତାଙ୍କ ଯାତ୍ରା ଆଜି ୭୫ତମ ଦିନରେ ଏଠାରେ ପହଂଚିଛି । ଆଜି ଯେତେବେଳେ ଦେଶ ନିଜର ଆଜାଦୀର ୭୫ତମ ବର୍ଷ ପାଳନ କରୁଛି, ଏହି ଅମୃତ କାଳରେ ନୂତନ ସଂକଳ୍ପ ନେଉଛି, ତେଣୁ ଏପରି ଜନ ଅଭିଯାନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥାଏ ।
ସାଥୀମାନେ,
ମୋତେ ସନ୍ତୋଷ ମିଳୁଛି ଯେ ଦେଶରେ ଗତ ୮ ବର୍ଷରୁ ଯେଉଁ ଯୋଜନାମାନ ଚାଲୁଛି, ଯେକୌଣସି କାର୍ଯ୍ୟକ୍ରମ ମଧ୍ୟ ଚାଲିଛି, ସବୁଥିରେ କୌଣସି ନା କୌଣସି ରୂପରେ ପର୍ଯ୍ୟାବରଣ ସଂରକ୍ଷଣର ଆଗ୍ରହ ରହିଛି । ସ୍ୱଚ୍ଛ ଭାରତ ମିଶନ ହେଉ କିମ୍ବା ୱେଷ୍ଟ ଟୁ ୱେଲଥ ସହିତ ଜଡ଼ିତ କାର୍ଯ୍ୟକ୍ରମ, ଅମୃତ ମିଶନ ଅନ୍ତର୍ଗତ ସହରରେ ଆଧୁନିକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟସର ନିର୍ମାଣ ହେଉ କିମ୍ବା ପୁଣି ଏକକ ବ୍ୟବହାର ପ୍ଲାଷ୍ଟିକରୁ ମୁକ୍ତିର ଅଭିଯାନ, କିମ୍ବା ନମାମି ଗଙ୍ଗେ ଅନ୍ତର୍ଗତ ସ୍ୱଚ୍ଛତାର ଅଭିଯାନ, ୱାନ ସନ ୱାନ ଗ୍ରିଡ- ସୋଲାର ଏନର୍ଜି ଉପରେ ଫୋସ ହେଉ କିମ୍ବା ଇଥେନାଲର ଉତ୍ପାଦନ ଏବଂ ବ୍ଲୋଡିଂ ଉଭୟ କ୍ଷେତ୍ରରେ ବୃଦ୍ଧି, ପର୍ଯ୍ୟାବରଣ ରକ୍ଷାରେ ଭାରତର ପ୍ରୟାସ ବହୁତ ବିସ୍ତୀର୍ଣ୍ଣତା ରହିଛି ଏବଂ ଭାରତ ଏହି ପ୍ରୟାସ ସେତେବେଳେ ଯାଏ କରୁଛି ଯେତେବେଳେ ବିଶ୍ୱର ଆଜି ଯେଉଁ ଜଳବାୟୁ ପାଇଁ ବିଶ୍ୱ ଚିନ୍ତିତ ଅଛି, ସେହି କ୍ଷତିର କାରଣ ଆମ ଲୋକମାନଙ୍କର ଭୂମିକା ନାହିଁ, ହିନ୍ଦୁସ୍ଥାନର ଭୂମିକା ନାହିଁ ।
ବିଶ୍ୱର ବଡ଼ ଏବଂ ଆଧୁନିକ ଦେଶ ନା କେବଳ ଭୂମିର ଅଧିକରୁ ଅଧିକ ସଂସାଧନର ପରିଶ୍ରମ କରୁଛି, ବରଂ ସବୁଠାରୁ ଅଧିକ କାର୍ବନ ଏମିଶନ ମଧ୍ୟ ତାଙ୍କ ଖାତାରେ ଯାଇଥାଏ । କାର୍ବନ ଏମିଶନର ଗ୍ଲୋବାଲ ସମଷ୍ଟି ପ୍ରତି ବ୍ୟକ୍ତିଙ୍କର ୪ ଟନର ଅଟେ । ଯାହାକି ଭାରତରେ ପ୍ରତି ବ୍ୟକ୍ତି କାର୍ବନ ଫୁଟପ୍ରିଣ୍ଟ ପ୍ରତିବର୍ଷ ଅଧା ଟନର ପାଖାପାଖି ରହିଛି । କେଉଁଠି ୪ ଟନ ଏବଂ କେଉଁଠି ଅଧା ଟନ । ଏହା ସତ୍ତ୍ୱେ ମଧ୍ୟ ଭାରତ ପର୍ଯ୍ୟାବରଣ ଦିଗରେ ଏକ ହୋଲିଷ୍ଟିକ ଆପ୍ରୋଚ ସହିତ ନା କେବଳ ଦେଶ ଭିତରେ, ବରଂ ବିଶ୍ୱ ସମୁଦାୟ ସହିତ ମଧ୍ୟ ଯୋଡ଼ି ହୋଇ କାମ କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତ କୋଆଲିଏସନ ଫର ଡିଜାଷ୍ଟର ରେସିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର (ସିଡିଆରଆଇ) ଏବଂ ଯେଭଳି ବର୍ତ୍ତମାନ ସଦଗୁରୁ ଜୀ ଏବେ କହିଲେ, “ଇଣ୍ଟରନ୍ୟାସନାଲ ସୋଲାର ଆଲିଆନ୍ସ, ଆଇଏସଏର ନିର୍ମାଣର ନେତୃତ୍ୱ ନେଇଥିଲେ, ଗତବର୍ଷ ଭାରତ ଏହା ମଧ୍ୟ ସଂକଳ୍ପ ନେଇଛି ଯେ ଭାରତବର୍ଷ ୨୦୭୦ ପର୍ଯ୍ୟନ୍ତ ନେଟ ଜିରେର ଲକ୍ଷ୍ୟ ହାସଲ କରିବ।”
ସାଥୀମାନେ,
ମାଟି କିମ୍ବା ଏହି ଭୂମି, ଆମ ପାଇଁ ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ ଅଟେ । ଆମେ ମାଟିକୁ ଗର୍ବର ସହିତ ଆମର ମଥାରେ ଲଗାଇ ଥାଉ । ଏଥିରେ ପଡ଼ି, ଖେଳି ଆମେ ବଡ଼ ହୋଇଥାଉ । ମାଟିର ସମ୍ମାନରେ କୌଣସି କମ ନାହିଁ । ମାଟିର ଗୁରୁତ୍ୱକୁ ବୁଝିବାରେ କୌଣସି କମ ନାହିଁ । କମ ଏହି କଥାକୁ ସ୍ୱୀକାର କରିବାରେ ଅଛି ଯେ ମାନବ ଜାତି ଯାହା କରୁଛି ତାହା ଦ୍ୱାରା ମାଟିର କେତେ କ୍ଷତି ହେଉଛି, ତାହାକୁ ବୁଝିବାକୁ ଏକ ଦୂରତା ରହିଯାଇଛି । ଏବଂ ବର୍ତ୍ତମାନ ସଦଗୁରୁ ଜୀ କହୁଥିଲେ ଯେ ସମସ୍ତେ ଜାଣିଛନ୍ତି ଯେ ସମସ୍ୟା କ’ଣ ଅଛି ।
ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ସିଲାବସରେ, ବହିରେ, ପାଠ୍ୟକ୍ରମରେ ଆମକୁ ଗୋଟିଏ ପାଠ ପଢ଼ା ଯାଉଥିଲା, ଗୁଜୁରାଟୀରେ ମୁଁ ପଢ଼ିଛି, ବାକିମାନେ ନିଜ ଭାଷାରେ ପଢ଼ିଥିବେ ବୋଧହୁଏ... କେଉଁଠାରେ ରାସ୍ତାରେ ଗୋଟିଏ ପଥର ପଡ଼ିଥିଲା, ଲୋକମାନେ ଯାଉଥିଲେ । କେହି କେହି ରାଗୁଥିଲେ, କେହି ତା’ ଉପରେ ଗୋଇଠା ମାରି ଦେଉଥିଲେ । ସମସ୍ତେ କହୁଥିଲେ ଯେ ଏଠାରେ କିଏ ପଥର ରଖିଲେ, କେଉଁଠୁ ଏ ପଥର ଆସିଲା, ଏହା ବୁଝୁ ନଥିଲେ, ଅନ୍ୟାନ୍ୟ । କିନ୍ତୁ କେହି ତାହାକୁ ଉଠାଇ ସାଇଡରେ ରଖୁ ନ ଥିଲେ । ଜଣେ ଭଦ୍ରଲୋକ ବାହାରିଲେ, ତାଙ୍କୁ ଲାଗିଲା ଯେ ଚାଲ ଭାଇ... ସଦଗୁରୁଙ୍କ ଭଳି କେହି ଆସି ଯାଇଛନ୍ତି ।
ଆମର ଏଠାରେ ଯୁଧିଷ୍ଠିର ଏବଂ ଦୁର୍ଯୋଧନଙ୍କ ଭେଟର ଯେତେବେଳେ ଚର୍ଚ୍ଚା ହୋଇଥାଏ ସେତେବେଳେ ଦୁର୍ଯୋଧନଙ୍କ ବିଷୟରେ ଯେତେବେଳେ କୁହାଯାଇଥାଏ ସେତେବେଳେ ଏହା କୁହାଯାଇଥାଏ ଯେ- “ଜାନାମ ଧର୍ମ ନ ଚ ମେଁ ପ୍ରବୃତ୍ତି ।”
ମୁଁ ଧର୍ମକୁ ଜାଣିଛି, କିନ୍ତୁ ମୋର ପ୍ରବୃତ୍ତି ନାହିଁ, ମୁଁ କହିପାରିବି ନାହିଁ, ତାହା ସତ୍ୟ ଅଟେ କ’ଣ ଅଟେ ମୋତେ ଜଣା ନାହିଁ, କିନ୍ତୁ ମୁଁ ସେହି ରାସ୍ତାରେ ଚାଲିପାରିବି ନାହିଁ । ଯେତେବେଳେ ସମାଜରେ ଏଭଳି ପ୍ରବୃତ୍ତି ବଢ଼ିଯାଇଥାଏ ସେତେବେଳେ ଏଭଳି ସଂକଟ ଆସିଥାଏ ପୁଣି ସାମୁହିକ ଅଭିଯାନ ଦ୍ୱାରା ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାସ୍ତା ଖୋଜିବାକୁ ପଡ଼ିଥାଏ ।
ମୋତେ ଖୁସି ଲାଗୁଛି ଯେ ଗତ ଆଠ ବର୍ଷ ମଧ୍ୟରେ ଦେଶ ମାଟିକୁ ଜୀବନ୍ତ କରି ରଖିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି, ମାଟିକୁ ବଂଚାଇବା ପାଇଁ ଆମେ ପାଞ୍ଚ ପ୍ରମୁଖ କଥା ଉପରେ ଫୋକସ ଦେଇଛୁ-
ପ୍ରଥମ- ମାଟିକୁ କେମିକାଲମୁକ୍ତ କରିବା, ଦ୍ୱିତୀୟରେ ମାଟିରେ ଯେଉଁ ଜୀବ ରହିଥାନ୍ତି, ଯାହାକୁ ବୈଷୟିକ ଭାଷାରେ ଆପଣମାନେ ସଏଲ ଅର୍ଗାନିକ ମାଟର କହିଥାନ୍ତି, ତାହାକୁ କିପରି ବଞ୍ଚାଇବା ଏବଂ ତୃତୀୟରେ- ମାଟିର ଉର୍ବରତାକୁ କିପରି ବଂଚାଇ ରଖିବା । ସେ ପର୍ଯ୍ୟନ୍ତ ଜଳର ଉପଲବ୍ଧତା କିପରି ବଢ଼ାଇବା । ଚତୁର୍ଥରେ- ଭୂଜଳ କମ ହେବା କାରଣରୁ ମାଟିରେ ଯେଉଁ କ୍ଷତି ହେଉଛି, ତାହାକୁ କିପରି ଦୂର କରିବା ଏବଂ ପଞ୍ଚମରେ ଜଙ୍ଗଲର ପରିସର କମ ହେବା କାରଣରୁ ମାଟିର ଯେଉଁ ଲଗାତାର କ୍ଷରଣ ହୋଇଥାଏ ତାହାକୁ କିପରି ରୋକିବା ।
ସାଥୀମାନେ,
ଏହି ସବୁ କଥାକୁ ଦୃଷ୍ଟିରେ ରଖି ଦେଶରେ ବିଗତ ବର୍ଷରେ ଯେଉଁ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଛି, ତାହା ହେଉଛି ଦେଶର କୃଷି ନୀତି । ପ୍ରଥମେ ଆମର ଦେଶର କୃଷକଙ୍କ ନିକଟରେ ଏହି ସୂଚନାର ଅଭାବ ଥିଲା କି ତାହାର ମାଟି କେଉଁ ପ୍ରକାରର ଅଟେ । ସେହି ମାଟିରେ କ’ଣ ଅଭାବ ରହିଛି, କେତେ ଅଭାବ ଅଛି । ଏହି ସମୟକୁ ଦୂର କରିବା ପାଇଁ ଦେଶ ଚାଷୀମାନଙ୍କ ସଏଲ ହେଲଥ କାର୍ଡ ଦେବାକୁ ବହୁତ ବଡ଼ ଅଭିଯାନ ଚଳାଇଲେ । ଯଦି ଆମେ କାହାକୁ ମଣିଷକୁ ହେଲଥ କାର୍ଡ ଦେବା ତେବେ ମଧ୍ୟ ଖବରକାଗଜରେ ହେଡଲାଇନ୍ସ ହୋଇଯିବ ଯେ ମୋଦି ସରକାର କିଛି ଭଲ କାମ କରିଛନ୍ତି । ଏହି ଦେଶ ଏପରି ଅଟେ ଯିଏ ସଏଲ ହେଲଥ କାର୍ଡ ଦେଉଛି କିନ୍ତୁ ଗଣମାଧ୍ୟମର ନଜର ବର୍ତ୍ତମାନ କମ ଅଛି ।
ସମଗ୍ର ଦେଶରେ ୨୨ କୋଟିରୁ ଅଧିକ ସଏଲ ହେଲଥ କାର୍ଡ ଚାଷୀମାନଙ୍କୁ ଦିଆଯାଇଛି । ଏବଂ କେବଳ କାର୍ଡ ଦିଆଯାଇ ନାହିଁ ବରଂ ସମଗ୍ର ଦେଶରେ ସଏଲ ଟେଷ୍ଟିଂ ସହିତ ଜଡ଼ିତ ଏକ ବହତୁ ବଡ଼ ନେଟୱର୍କ ମଧ୍ୟ ତିଆରି ହୋଇଛି। ଆଜି ଦେଶର କୋଟି କୋଟି ଚାଷୀ ସଏଲ ହେଲଥ କାର୍ଡରୁ ମିଳୁଥିବା ସୂଚନା ଉପରେ ଫର୍ଟିଲାଇଜର୍ସ ଏବଂ ମାଇକ୍ରୋ ନିଉଟ୍ରିଏଣ୍ଟସର ଉପଯୋଗ କରୁଛନ୍ତି । ଏହାଦ୍ୱାରା ଚାଷୀମାନଙ୍କର ବ୍ୟୟ ୮ରୁ ୧୦ ପ୍ରତିଶତ ସଂଚୟ ତ ହୋଇ ପାରୁଛି ଏବଂ ଉତ୍ପାଦନରେ ମଧ୍ୟ ୫-୬ ପ୍ରତିଶତ ବୃଦ୍ଧି ହେବା ଦେଖାଯାଇଛି । ଅର୍ଥାତ ଯେତେବେଳେ ମାଟି ସୁସ୍ଥ ହେଉଛି, ତେବେ ଉତ୍ପାଦନ ମଧ୍ୟ ବଢୁଛି ।
ମାଟିକୁ ଲାଭ ପହଂଚାଇବାରେ ୟୁରିଆର ଶତ ପ୍ରତିଶତ ନିମ୍ବ କୋଟିଙ୍ଗ ମଧ୍ୟ ବହୁତ ଲାଭ ଦେଇପାରିଛି । ମାଇକ୍ରୋ- ଇରିଗେସକୁ ଆଗକୁ ବଢ଼ାଇବା କାରଣରୁ, ଅଟଳ ଭୂ ଯୋଜନା କାରଣରୁ ଦେଶର ଅନେକ ରାଜ୍ୟରେ ମାଟିର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁଛି । ବେଳେବେଳେ କିଛି ଜିନିଷ ଆପଣ ମାନି ନିଅନ୍ତି କୌଣସି ଦେଢ଼-ଦୁଇ ବର୍ଷର ଛୁଆ ବେମାର ଥିବ, ଦେହ ଭଲ ହେଉ ନ ଥିବ, ଓଜନ ବଢୁ ନ ଥିବ, ଉଚ୍ଚତାରେ ମଧ୍ୟ କୌଣସି ଫରକ ଆସୁ ନଥିବ ଏବଂ ମା’କୁ କେହି କହେ ଯେ ଟିକିଏ ଏହା ବିଷୟରେ ଚିନ୍ତା କର ଏବଂ ତାହାକୁ କେଉଁଠି ଶୁଣିଛି କି ଭାଇ ସ୍ୱାସ୍ଥ୍ୟ ପାଇଁ ଦୁଧ ବିନା ଜିନିଷ ଭଲ ହୋଇଥାଏ ଏବଂ ମାନିନିଅ ସେ ପ୍ରତ୍ୟେକ ଦିନ ୧୦-୧୦ ଲିଟର କ୍ଷୀର ତାହାକୁ ସ୍ନାନ କରାଇବେ ତେବେ ତାହାର ସ୍ୱାସ୍ଥ୍ୟ ଠିକ ହେବ କ’ଣ? କିନ୍ତୁ କେହି ବୁଝିବା ମା ଏକ ଏକ ଚାମଚ, ଟିକେ ଟିକେ କ୍ଷୀର ତାକୁ ପିଆଇବେ, ଦିନରେ ଦୁଇଥର, ପାଞ୍ଚ ଥର, ସାତ ଥର, ଏକ-ଏକ ଚାମଚ, ତେବେ ଧୀରେ ଧୀରେ ଫରକ ଦେଖିବାକୁ ମିଳିବ ।
ଏହି ଫସଲ ମଧ୍ୟ ଏହିଭଳି ଅଟେ । ପୁରା ପାଣି ଭର୍ତ୍ତି କରି ଫସଲକୁ ବୁଡ଼ାଇଲେ ଫସଲ ଭଲ ହୋଇଥାଏ ଏମିତି ନୁହେଁ, ବୁନ୍ଦା ବୁନ୍ଦା ପାଣି ପିଇବାକୁ ଦେଲେ ତେବେ ଫସଲ ଅଧିକ ଭଲ ହୋଇଥାଏ; ପର ଡ୍ରପ ମୋର କ୍ରପ । ଅପାଠୁଆ ମା’ ମଧ୍ୟ ନିଜ ଛୁଆକୁ ଦଶ ଲିଟର କ୍ଷୀରରେ ଗାଧୋଇ ଦେଇ ନ ଥାଏ, କିନ୍ତୁ ପଢ଼ା ଲେଖା ଜାଣିଥିବା ଆମ ଲୋକମାନେ ପୁରା କ୍ଷେତ ପାଣିରେ ଭରି ଦେଇଥାନ୍ତି, ଛାଡ଼ନ୍ତୁ ଏହି ସବୁ ଜିନିଷଗୁଡ଼ିକରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବା ଦରକାର ।
ଆମେ କ୍ୟାଚ ଦ ରେନ ଭଳି ଅଭିଯାନଗୁଡ଼ିକ ମାଧ୍ୟମରେ ଜଳ ସଂରକ୍ଷଣ ଦ୍ୱାରା ଦେଶର ପ୍ରତ୍ୟେକଙ୍କୁ ଯୋଡ଼ିବାର ପ୍ରୟାସ କରୁଛୁ । ଚଳିତ ବର୍ଷ ମାର୍ଚ୍ଚରେ ଦେଶରେ ୧୩ ବଡ଼ ନଦୀମାନଙ୍କର ସଂରକ୍ଷଣର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ପାଣିର ପ୍ରଦୂଷଣକୁ କମ କରିବା ସହିତ ନଦୀମାନଙ୍କର କୂଳରେ ବଣ ଲଗାଇବା କାମ ମଧ୍ୟ କରାଯାଇଛି । ଏବଂ ଅନୁମାନ ହେଉଛି ଯେ ଏହାଦ୍ୱାରା ଭାରତର ଜଙ୍ଗଲ ଅଧିନରେ ୭୪୦୦ ସ୍କୋୟାର କିଲୋମିଟରରୁ ଅଧିକ ବୃଦ୍ଧି ପାଇବ । ଗତ ଆଠ ବର୍ଷରେେ ଭାରତ ନିଜର ଯେଉଁ ଜଙ୍ଗଲ ଅଧିନରେ ୨୦ ହଜାର ସ୍କୋୟାର କିଲୋମିଟରରୁ ଅଧିକ ବଢ଼ାଇଛନ୍ତି ସେଥିରେ ଏହା ଆହୁରି ସାହାଯ୍ୟ କରିବ ।
ସାଥୀମାନେ,
ଭାରତ ଆଜି ବାୟୋଡାଇଭର୍ସିଟି ଏବଂ ୱାଇଲ୍ଡଲାଇଫ ସହିତ ଜଡ଼ିତ ଯେଉଁ ନୀତି ଉପରେ ଚାଲୁଛି ସେଥିରେ ବନ୍ୟଜୀବମାନଙ୍କ ସଂଖ୍ୟାରେ ମଧ୍ୟ ରେକର୍ଡ ବୃଦ୍ଧି ପାଇଛି । ଆଜି ସେ ବାଘ ହେଉ, ସିଂହ ହେଉ, ଲିଓପାର୍ଡ ହେଉ କିମ୍ବା ହାତୀ, ସମସ୍ତଙ୍କର ସଂଖ୍ୟା ଦେଶରେ ବୃଦ୍ଧି ଘଟୁଛି ।
ସାଥୀମାନେ,
ଦେଶରେ ଏହା ମଧ୍ୟ ପ୍ରଥମ ଥର ହୋଇଛି, ଯେତେବେଳେ ଆମର ଗାଁ ଏବଂ ସହରମାନଙ୍କୁ ସ୍ୱଚ୍ଛ କରିବାରେ, ଇନ୍ଧନରେ ଆତ୍ମନିର୍ଭରତା, ଚାଷୀଙ୍କର ଅତିରିକ୍ତ ଆୟ ଏବଂ ମାଟିର ସ୍ୱାସ୍ଥ୍ୟର ଅଭିଯାନକୁ ଆମେ ଏକ ସହିତ ଯୋଡ଼ିଛୁ, ଗୋବରଧନ ଯୋଜନା ଏଭଳି ଏକ ପ୍ରୟାସ ଏବଂ ଯେତେବେଳେ ମୁଁ ଗୋବର ଧନ କହୁଛି, କିଛି ଧର୍ମନିରପେକ୍ଷ ଲୋକ ପ୍ରଶ୍ନ ଉଠାଇବେ କି ଇଏ କେଉଁ ଗୋବର ଧନ ନେଇ ଆସିଲେ, ସେ ଚିନ୍ତାରେ ପଡ଼ିଯିବବେ । ଏହି ଗୋବର ଧନ ଯୋଜନା ଅନ୍ତର୍ଗତ ବାୟୋ ଗ୍ୟାସ ପ୍ଲାଣ୍ଟରୁ ଗୋବର ଏବଂ କ୍ଷେତରୁ ବାହାରୁଥିବା ଅନ୍ୟ ଆବର୍ଜନାକୁ ଶକ୍ତିରେ ପରିବର୍ତ୍ତନ କରାଯାଉଛି । କେବେ ଆପଣମାନେ କାଶୀ-ବିଶ୍ୱନାଥର ଦର୍ଶନ ପାଇଁ ଯିବାବେଳେ ସେଠାରେ ଏକ ଗୋବର ଧନର ମଧ୍ୟ ପ୍ଲାଣ୍ଟ କିଛି କିଲୋମିଟର ଦୂରରେ ଲଗାଯାଇଛି, ନିଶ୍ଚିତ ଦେଖିକି ଆସିବେ । ସେଥିରେ ଯେଉଁ ଜୈବିକ ଖତ ତିଆରି ହୋଇଥାଏ, ସେହି ଖତ କାମରେ ଆସୁଛି । ମାଟି ଉପରେ ଅତିରିକ୍ତ ଚାପ ନ ପକାଇ ଆମେ ପର୍ଯ୍ୟାପ୍ତ ଉତ୍ପାଦନ କରିପାରିବୁ, ଏଥିପାଇଁ ଗତ ୭-୮ ବର୍ଷରେ ୧୬୦୦ରୁ ଅଧିକ ନୂତନ କିସମର ବୀଜ ମଧ୍ୟ ଚାଷୀଙ୍କୁ ଉପଲବ୍ଧ କରାଯାଉଛି ।
ସାଥୀମାନେ,
ପ୍ରାକୃତିକ ଚାଷରେ ମଧ୍ୟ ଆମର ଆଜିର ଆହ୍ୱାନଗୁଡ଼ିକ ପାଇଁ ଏକ ବହୁତ ବଡ଼ ସମାଧାନ ଅଟେ । ଚଳିତବର୍ଷ ବଜେଟରେ ଆମେ ନିଶ୍ଚିତ କରିଛୁ ଯେ ଗଙ୍ଗା କୂଳରେ ବସିଥିବା ଗାଁଗୁଡ଼ିକରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବୁ, ପ୍ରାକୃତିକ ଚାଷର ଏକ ବିଶାଳ କରିଡର ନିର୍ମାଣ କରିବୁ । ଆମ ଦେଶରେ ଇଣ୍ଡଷ୍ଟ୍ରିଆଲ କରିଡର ଆମେ ଶୁଣିଛୁ, ଡିଫେନ୍ସ କରିଡର ଆମେ ଶୁଣିଛୁ, ଆମେ ଏକ ନୂତନ କରିଡର ପ୍ରାରମ୍ଭ କରିଛୁ ଗଙ୍ଗା କୂଳରେ, କୃଷି କରିଡରର, ପ୍ରାକୃତିକ ଚାଷର । ଏହାଦ୍ୱାରା ଆମର କ୍ଷେତ ରାସାୟନିକ ମୁକ୍ତ ହେବ, ନମାମି ଗଙ୍ଗେ ଅଭିଯାନକୁ ମଧ୍ୟ ନୂଆ ଶକ୍ତି ମିଳିବ । ଭାରତ, ବର୍ଷ ୨୦୨୩ ପର୍ଯ୍ୟନ୍ତ ୨୬ ମିଲିଅନ ହେକ୍ଟର ଅନୁପଯୋଗୀ ଜମିକୁ ରିଷ୍ଟୋର କରିବାର ଲକ୍ଷ୍ୟ ଉପରେ ମଧ୍ୟ କମ କରାଯାଉଛି ।
ସାଥୀମାନେ,
ପର୍ଯ୍ୟାବରଣର ସୁରକ୍ଷା ପାଇଁ ଆଜି ଭାରତ ନୂତନ ଇନୋଭେସନ, ପ୍ରୋ-ଏନଭାରମେଣ୍ଟ ଟେକ୍ନୋଲୋଜୀ ଉପରେ ଗ୍ରାମଗତ ଭାବେ ଜୋର ଦେଉଛି । ଆପଣ ସମସ୍ତେ ଏହା ଜାଣିଛନ୍ତି ଯେ ପ୍ରଦୂଷଣ କମ କରିବା ପାଇଁ ଆମେ ବିଏସ-୫ ନର୍ମରେ ଆସିନାହୁଁ ବରଂ ବିଏସ-୪ରୁ ସିଧା ବିଏସ-୬ରେ ଆମେ ଲମ୍ଫ ପ୍ରଦାନ କରିଛୁ । ଆମେ ଯେଉଁ ସମଗ୍ର ଦେଶରେ ଏଲଇଡି ବଲବ ଦେବା ପାଇଁ ଉଜାଲା ଯୋଜନା ଚଳାଇଲୁ, ସେହି କାରଣରୁ ବାର୍ଷିକ ପାଖାପାଖି ୪୦ ମିଲିଅନ ଟନ କାର୍ବନ ଏମିଶନ କମ ହେଉଛି । କେବଳ ଲଟ୍ଟୁ ପରିବର୍ତ୍ତନ ହେଲେ ଘରେ... ଯଦି ସମସ୍ତେ ଏକତ୍ରିତ ହୋଇପାରିବା, ସମସ୍ତଙ୍କର ପ୍ରୟାସ କେତେ ବଡ଼ ପରିଣାମ ଆଣୁଛି ।
ଭାରତ ଫସିଲ ଫୁଏଲ୍ସ ଉପରେ ଆମ ନିର୍ଭରତାକୁ ମଧ୍ୟ ଅତି କମ କରିବାର ପ୍ରୟାସ କରୁଛି । ଆମର ଶକ୍ତି ଆବଶ୍ୟକତା, ରିନ୍ୱେବୁଲ ସୋର୍ସେସ ଦ୍ୱାରା ପୂରା ହେଉ, ଏଥିପାଇଁ ଆମେ ଶୀଘ୍ରତାର ସହ ବଡ଼ ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛୁ । ଆମେ ଆମର ଇନଷ୍ଟଲଡ ପାୱାର ଜେନେରେସନ କାପାସିଟିର ୪୦ ପ୍ରତିଶତ ନନ୍ ଫସିଲ ଫୁଏଲ ବେସଡ ସୋର୍ସେସରୁ ହାସଲ କରିବାର ଲକ୍ଷ୍ୟ ନିଶ୍ଚିତ କରିଥିଲୁ । ଏହି ଲକ୍ଷ୍ୟ ଭାରତ ନିଶ୍ଚିତ କରିବା ସମୟର ୯ ବର୍ଷ ପୂର୍ବରୁ ହିଁ ହାସଲ କରିଲା । ଆଜି ଆମର ସୋଲାର ଏନର୍ଜି କାପାସିଟି ପାଖାପାଖି ୧୮ ଗୁଣା ବଢ଼ିଯାଇଛି । ହାଇଡ୍ରୋଜେନ ମିଶନ ହେଉ କିମ୍ବା ସର୍କୁଲାର ପଲିସିର ବିଷୟ ହେଉ, ଏହା ପରିବେଶ ରକ୍ଷାରେ ଆମର ପ୍ରତିବଦ୍ଧତାର ପ୍ରମାଣ ଅଟେ। ଆମେ ପୁରୁଣା ଗାଡ଼ିମାନଙ୍କର ସ୍କ୍ରେପ ପଲିସି ଆଣିଛୁ, ସେହି ସ୍କ୍ରେପ୍ ପଲିସି ଉପରେ ନିଜସ୍ୱ ଭାବରେ ଏକ ବହୁତ ବଡ଼ କାର୍ଯ୍ୟ ହେବାକୁ ଯାଉଛି ।
ସାଥୀମାନେ,
ଆମର ଏହି ପ୍ରୟାସଗୁଡ଼ିକ ମଧ୍ୟରେ ଆଜି ପରିବେଶ ଦିବସ ଦିନରେ ଭାରତ ଆଉଏକ ଉପଲବ୍ଧି ହାସଲ କରିଛି । ଏବଂ ଏହା ଆମର ସୌଭାଗ୍ୟ ଅଟେ ଯେ ଖୁସି ଖବର ଦେବା ପାଇଁ ଆଜି ମୋତେ ଉଚିତ ମଂଚ ମିଳିଯାଇଛି । ଭାରତର ପରମ୍ପରା ରହିଛି ଯେ, ଯେଉଁ ଯାତ୍ରା କରିକି ଆସିଥାଏ, ତାହାକୁ ଛୁଇଁବା କ୍ଷଣି ଅଧା ପୂଣ୍ୟ ଆପଣଙ୍କୁ ମିଳିଯାଇଥାଏ । ଏହି ଖୁସି ଖବର ମୁଁ ଆଜି ନିଶ୍ଚିତ ଶୁଣାଇବି ଦେଶକୁ ଏବଂ ବିଶ୍ୱର ଲୋକମାନଙ୍କୁ ମଧ୍ୟ ଆନନ୍ଦ ଲାଗିବ... ହଁ କିଛି ଲୋକ ଆନନ୍ଦ ହିଁ ନେଇପାରିବେ । ଆଜି ଭାରତ ପେଟ୍ରୋଲରେ ୧୦ ପ୍ରତିଶତ ଇଥେନାଲ ୱେଲଣ୍ଡିଙ୍ଗର ଲକ୍ଷ୍ୟକୁ ପ୍ରାପ୍ତ କରିସାରିଛି ।
ଆପଣମାନେ ଏହା ଶୁଣି ମଧ୍ୟ ଗର୍ବ ଅନୁଭବ କରିବେ ଯେ ଭାରତ ଏହି ଲକ୍ଷ୍ୟ ଉପରେ ନିଶ୍ଚିତ ସମୟରୁ ୫ ମାସ ପୂର୍ବରୁ ପହଂଚିଯାଇଛି । ଏହି ଉପଲବ୍ଧି କେତେ ବଡ଼, ଏହାର ଅନୁମାନ ଆପଣମାନେ ଏଥିରୁ ଲଗାଇପାରିବେ କି ବର୍ଷ ୨୦୧୪ରେ ଭାରତରେ କେବଳ ଦେଢ଼ ପ୍ରତିଶତ ଇଥେନାଲର ପେଟ୍ରୋଲରେ ୱେଲଣ୍ଡିଙ୍ଗ ହେଉଥିଲା ।
ଏହି ଲକ୍ଷ୍ୟରେ ପହଂଚିବା କାରଣରୁ ଭାରତକୁ ତିନୋଟଇ ସିଧାସଳଖ ଲାଭ ହୋଇଛି । ପ୍ରଥମତଃ ଏହାଦ୍ୱାରା ପାଖାପାଖି ୨୭ ଲକ୍ଷ ଟନ କାର୍ବନ ଏମିଶନ କମ ହୋଇଛି, ଦ୍ୱିତୀୟରେ ଭାରତକୁ ୪୧ ହଜାର କୋଟି ଟଙ୍କାରୁ ଅଧିକ ବିଦେଶୀ ମୁଦ୍ରାର ସଂଚୟ ହୋଇପାରିଛି ଏବଂ ତୃତୀୟ ମହତ୍ତ୍ୱପୂର୍ଣ୍ଣ ଲାଭ ହେଉଛି ଯେ ଦେଶର ଚାଷୀଙ୍କୁ ଇଥେନାଲ ୱେଲଣ୍ଡିଙ୍ଗ ବଢ଼ିବା କାରଣରୁ ୮ ବର୍ଷରେ ୪୦ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ଆୟ ହୋଇଛି । ମୁଁ ଦେଶର ଲୋକମାନଙ୍କୁ, ଦେଶର ଚାଷୀମାନଙ୍କୁ, ଦେଶର ଅଏଲ କମ୍ପାନୀମାନଙ୍କୁ ଏହି ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଉଛି ।
ସାଥୀମାନେ,
ଦେଶ ଆଜି ଯେଉଁ ପିଏମ ନାସନାଲ ଗତିଶକ୍ତି ମାଷ୍ଟର ପ୍ଲାନ ଉପରେ କାର୍ଯ୍ୟ କରୁଛି, ସେ ମଧ୍ୟ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନିର୍ବାହ କରିବ । ଗତିଶକ୍ତି କାରଣରୁ ଦେଶରେ ଲଜିଷ୍ଟିକ୍ସ ସିଷ୍ଟମ ଆଧୁନିକ ହେବ, ଟ୍ରାନ୍ସପୋର୍ଟ ସିଷ୍ଟମ ମଜବୁତ ହେବ । ଏଥିରୁ ପ୍ରଦୂଷଣ କମିବାରେ ବହୁତ ସାହାଯ୍ୟ ମିଳିବ । ଦେଶରେ ମଲ୍ଟିମୋଡାଲ ସଂଯୋଗୀକରଣ ହେଉ, ଶହେରୁ ଅଧିକ ନୂତନ ୱାଟର ୱେ ପାଇଁ କାମ ହେଉ, ସେ ସମସ୍ତ ପରିବେଶର ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ଶେଷ କରିବାରେ ଭାରତକୁ ସହଯୋଗ କରିବ ।
ସାଥୀମାନେ,
ଭାରତର ଏହି ପ୍ରୟାସଗୁଡ଼ିକ, ଏହି ଅଭିଯାନର ଆଉ ଏକ ପକ୍ଷ ଅଟେ, ଯାହାର ଚର୍ଚ୍ଚା ବହୁତ କମ ହୋଇଥାଏ, ଏହି ପକ୍ଷ ହେଉଛି ଗ୍ରୀନ ଜବ୍ସ । ଭାରତ ଯେଉଁ ପ୍ରକାରରେ ପରିବେଶ ହିତରେ ନିଷ୍ପତ୍ତି ନେଉଛି, ତାହାକୁ ସେହିଭଳି ଭାବରେ ଶୀଘ୍ରତାର ସହ ଲାଗୁ କରୁଛି, ସେ ବହୁ ସଂଖ୍ୟାରେ ଗ୍ରୀନ ଜବ୍ସର ଅବସର ମଧ୍ୟ ତିଆରି କରୁଛନ୍ତି । ଏହା ମଧ୍ୟ ଏକ ଅଧ୍ୟୟନର ବିଷୟ ଅଟେ ଯେ ଯାହା ସମ୍ପର୍କରେ ମଧ୍ୟ ଚିନ୍ତା କରିବାକୁ ହେବ ।
ସାଥୀମାନେ,
ପରିବେଶର ସୁରକ୍ଷା ପାଇଁ, ଧରିତ୍ରୀର ସୁରକ୍ଷା ପାଇଁ, ମାଟିର ସୁରକ୍ଷା ପାଇଁ ଜନସଚେତନତା ଯେତିକି ଅଧିକ ବଢ଼ିବ, ସେତିକି ଭଲ ପରିଣାମ ମିଳିବ । ମୋ ଦେଶ ଏବଂ ଦେଶର ସମସ୍ତ ସରକାରଙ୍କ ଠାରୁ, ସମସ୍ତ ସ୍ଥାନୀୟ ସମୁଦାୟଙ୍କ ଠାରୁ, ସମସ୍ତ ସ୍ୱୟଂସେବା ସଂସ୍ଥାମାନଙ୍କ ଠାରୁ ଅନୁରୋଧ କରିବି ଯେ ଆପଣ ପ୍ରୟାସଗୁଡ଼ିକ ସ୍କୁଲ - କଲେଜଗୁଡ଼ିକୁ ସଂଯୋଗ କରନ୍ତୁ, ଏନଏସଏସ, ଏନସିସିକୁ ସଂଯୋଗ କରନ୍ତୁ ।
ଆଜାଦୀର ଅମୃତ ମହୋତ୍ସବରେ ଜଳ ସଂରକ୍ଷଣ ସହିତ ଜଡ଼ିତ ଆଉ ଏକ ଅନୁରୋଧ କରିବାକୁ ଚାହିଁବି । ଆସନ୍ତା ବର୍ଷ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଜିଲ୍ଲାରେ, ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ ଅମୃତ ସରୋବରର ନିର୍ମାଣ କାର୍ଯ୍ୟ ଆଜି ଦେଶରେ କାର୍ଯ୍ୟ ଜାରି ରହିଛି । ୫୦ ହଜାରରୁ ଅଧିକ ଅମୃତ ସରୋବର ଆଗାମୀ ପିଢ଼ି ପାଇଁ ୱାଟର ସିକୁରିଟି ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହି ଅମୃତ ସରୋବର, ନିଜର ଆଖ-ପାଖ ମାଟିର ଆର୍ଦ୍ରତା ବୃଦ୍ଧି ପାଇବ, ୱାଟର ଲେବଲକୁ ତଳକୁ ଯିବାରେ ରୋକିବ ଏବଂ ଏଥିରୁ ବାୟୋଡୟବର୍ସିଟି ବଢ଼ିବ, ଏହା ଉପରେ ନିଶ୍ଚିତ ଭାବରେ ବିଚାର ଆମେ ସମସ୍ତେ ଏକ ନାଗରିକ ଭାବରେ କରିବା ।
ସାଥୀମାନେ,
ପରିବେଶର ସୁରକ୍ଷା ଏବଂ ଦ୍ରୁତ ବିକାଶ, ସମସ୍ତଙ୍କର ପ୍ରୟାସ ଯୋଗୁ ହିଁ ସମ୍ଭବ ହୋଇଥାଏ । ଏଥିରେ ଆମର ଜୀବନଶୈଳୀର କ’ଣ ଭୂମିକା ହେବ । ଆମକୁ କିପରି ଏହାକୁ ପରିବର୍ତ୍ତନ କରିବାକୁ ହେବ, ଏହାକୁ ନେଇ ମୁଁ ଆଜି ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ କଥା ହେବାକୁ ଯାଉଛି, ବିସ୍ତୃତ ଭାବରେ କହିବାକୁ ଯାଉଛି, କାରଣ ସେହି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋର କାର୍ଯ୍ୟକ୍ରମ ଅଛି, ଲାଇଫଷ୍ଟାଇଲ ଫର ଏନଭାରମେଣ୍ଟ, ମିଶନ ଲାଇଫ, ଏହି ଶତାବ୍ଦୀର ଚିତ୍ର । ଏହି ଶତାବ୍ଦୀରେ ଧରିତ୍ରୀର ଭାଗ୍ୟ ବଦଳାଇବା ବାଲା ଏକ ମିଶନର ଆରମ୍ଭ । ଏହି ପି-୩ ଅର୍ଥାତ ପ୍ରୋ-ପ୍ଲାଣ୍ଟ-ପିପୁଲ ମୁଭମେଣ୍ଟ ହେବ । ଆଜି ସନ୍ଧ୍ୟାରେ ଲାଇଫଷ୍ଟାଇଲ ଫର ଦ ଏନଭାରମେଣ୍ଟର ଗ୍ଲୋବାଲ କଲ୍ ଫର ଆକ୍ସନର ଶୁଭାରମ୍ଭ ହେଉଛି । ମୋର ଅନୁରୋଧ ଯେ ପରିବେଶର ରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିବେ, ଏଥିରେ ନିଶ୍ଚିତ ଯୋଡ଼ି ରହିବେ, ନ ହେଲେ ଆମେ ଏସି ମଧ୍ୟ ଚଳାଇବା ଏବଂ ରେଜେଇ ମଧ୍ୟ ଘୋଡ଼ିହେବା ଏବଂ ପୁଣି ପରିବେଶର ସେମିନାରରେ ଭଲ ଭାବରେ ଭାଷଣ ମଧ୍ୟ ଦେବା ।
ସାଥୀମାନେ,
ଆପଣମାନେ ସମସ୍ତେ ମାନବତାର ବହୁତ ବଡ଼ ସେବା କରୁଛନ୍ତି, ଆପଣଙ୍କୁ ସିଦ୍ଧି ମିଳୁ, ସଦଗୁରୁ ଜୀ ଯେଉଁ ଲମ୍ବା ଅର୍ଥାତ ପରିଶ୍ରମର ଯାତ୍ରା ହେଉ, ବାଇକରେ, ସେମିତି ତାଙ୍କର ପିଲାବେଳରୁ ଦୁଃଖ ରହିଛି, ହେଲେ କିନ୍ତୁ ପୁଣି ମଧ୍ୟ କାମ ବଡ଼ କଠିନ ହୋଇଥାଏ । କାରଣ ମୁଁ ଯେତେବେଳେ ଯାତ୍ରାକୁ ଅର୍ଗାନାଇଜ କରୁଥିଲି ଏବଂ ମୁଁ କହୁଥିଲି ମୋର ପାର୍ଟିରେ ଗୋଟିଏ ଯାତ୍ରା ଚାଲିବ । ଅର୍ଥ ପାଞ୍ଚ-ଦଶ ବର୍ଷ, ବୟସ କମ କରିଦେବା, ଏତିକି କଷ୍ଟ କରିବାକୁ ପଡ଼ିଥାଏ । ସଦଗୁରୁ ଜୀ ଯାତ୍ରାକୁ, ନିଜକୁ ନିଜେ ବହୁତ ବଡ଼ କାମ କରିଥିଲେ ଏବଂ ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଦୁନିଆକୁ ମାଟି ପ୍ରତି ସ୍ନେହ ତ ଜନ୍ମ ନେଇ ହିଁ ଥିବ, କିନ୍ତୁ ଭାରତର ମାଟିର ଶକ୍ତିର ପରିଚୟ ମଧ୍ୟ ମିଳିଥିବ ।
ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା!
NS/MB
(Release ID: 1831585)
Visitor Counter : 184
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam