ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଶା ପାଉଣ୍ଡେସନ ପକ୍ଷରୁ “ମାଟି ବଞ୍ଚାଅ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
“ଗତ ଆଠବର୍ଷର ମୁଖ୍ୟ କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଉପରେ ଏକ ଆଗ୍ରହ ବହନ କରେ”
“ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମାଟି ବଞ୍ଚାଅ’ଆନ୍ଦୋଳନରେ ଯୋଗ ଦେଇଛନ୍ତି”
“ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା ଯଥା କିଞ୍ଚତ ହେଲେ ମଧ୍ୟ ଭାରତ ଏକ ଦୀର୍ଘ ମିଆଦି ଭିତିରେ ଆନ୍ତର୍ଜାତିକ ଗୋଷ୍ଠୀରେ ମିଶି ପରିବେଶର ସୁରକ୍ଷା କରୁଛି”
“ମୃତ୍ତିକା ସଂରକ୍ଷଣ ନିମନ୍ତେ ଭାରତରେ ଏକ ପାଞ୍ଚ-ସୂତ୍ରୀ କାର୍ଯ୍ୟକ୍ରମ ରହିଛି”
“ଜୈବ ବିବିଧତା ଓ ବନ୍ୟପ୍ରାଣୀ ସଂକ୍ରାନ୍ତରେ ଆଜି ଭାରତ ଯେଉଁ ନୀତିର ଅନୁସରଣ କରୁଛି ଏହା ଫଳରେ ବନ୍ୟପ୍ରାଣୀ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି”
“ ଭାରତ ଆଜି ଶତକଡା ୧୦ଭାଗ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଛି ପାଞ୍ଚବର୍ଷ ଆଗରୁ”
“୨୦୧୪ରେ ଇଥାନଲ ମିଶ୍ରଣ ଥିଲା ଶତକଡା ୧. ୫ଭାଗ”
“ଶତକଡା ୧୦ଭାଗ ଇଥାନଲ ମିଶ୍ରଣ ଯୋଗୁଁ ୨୭ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବା ସହ ୪୧ହଜାର କୋଟି ବୈଦେଶିକ ମୁଦ୍ରା ସଂଚୟ ହେବା ସହ ଆମ ଚାଷୀମାନଙ୍କର ୪୦ହଜାର୬୦୦ କୋଟି ଟଙ୍କା ଲାଭ ହୋଇଛି”
Posted On:
05 JUN 2022 12:25PM by PIB Bhubaneshwar
ପ୍ରଥମରୁ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ଜଣାଇଥିଲେ । “ମାଟି ବଞ୍ଚାଅ” ଆନ୍ଦୋଳନ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବର ସଂକଳ୍ପ ନେଇଛି, ସେତେବେଳେ ଏଭଳି ଆନ୍ଦୋଳନ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଥିଲେ ।
ଗତ ଆଠବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ କାର୍ଯ୍ୟକ୍ରମଗୁଡିକ ପରିବେଶ ସୁରକ୍ଷାକୁ ଆଖିଆଗରେ ରଖି ଆରମ୍ଭ କରାଯାଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିଥିଲେ । ସ୍ୱଚ୍ଛଭାରତ ମିଶନ, ସମ୍ପଦ ନଷ୍ଟ କରୁଥିବା ସମ୍ପର୍କୀତ କାର୍ଯ୍ୟକ୍ରମ, ଏକକ ପ୍ଳାଷ୍ଟିକ ବ୍ୟବହାର ହ୍ରାସ, ଗୋଟିଏ ସୂର୍ଯ୍ୟ ଗୋଟିଏ ପୃଥିବୀ ବା ଇଥାନଲ ମିଶ୍ରଣ ଭଳି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷାର ଉଦାହରଣ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତରେ ପରିବେଶ ସୁରକ୍ଷା ଉଦ୍ୟମ ବହୁମୁଖୀ ବୋଲି କହିଥିଲେ । ଭାରତର ଭୂମିକା ଜଳବାୟୁ ସୁରକ୍ଷା ଦିଗରେ ଖୁବ୍ ମାମୁଲି ହୋଇଥିବାରୁ ଭାରତ ଏଭଳି ଉଦ୍ୟମ କରୁଛି । ବୃହତ୍ ଆଧୁନିକ ଦେଶଗୁଡିକ ପୃଥିବୀର ଅମୂଲ୍ୟ ସମ୍ପଦ କେବଳ ଲୁଟ କରୁନାହାନ୍ତି ବରଂ ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ସେମାନଙ୍କ ଦ୍ୱାରା ହିଁ ହେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱରେ ବ୍ୟକ୍ତି ପିଛା ବାର୍ଷିକ ହାରାହାରି ଅଙ୍ଗାରକାମ୍ଳ ନିର୍ଗମନ ଚାରିଟନ ହୋଇଥିବାବେଳେ ଭାରତରେ ବ୍ୟକ୍ତି ପିଛା ଏହା ୦.୫ଟନ୍ । ଭାରତ ଦୀର୍ଘମିଆଦି ଭିତିରେ ଆନ୍ତର୍ଜାତିକ ଗୋଷ୍ଠୀ ସହ ମିଶି ପରିବେଶ ସୁରକ୍ଷା ପାଇଁ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି, ଆନ୍ତର୍ଜାତିକ ସୌର ଚୁକ୍ତି ଇତ୍ୟାଦି କରିଛି । ୨୦୭୦ ସୁଦ୍ଧା ଭାରତର ଲକ୍ଷ୍ୟ ନେଟ ଜିରୋ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାଟିର ସୁରକ୍ଷା ପାଇଁ ଆମେ ପାଞ୍ଚଟି ଜିନିଷ ଉପରେ ଧ୍ୟାନ ଦେଉଛୁ । ପ୍ରଥମ ହେଲା ମାଟିକୁ କିପରି ରାସାୟନିକ ପ୍ରକ୍ରୀୟାରୁ ମୁକ୍ତ କରାହେବ । ଦ୍ୱିତୀୟ ହେଲା ମାଟିରେ ଥିବା ଜୈବିକ ପଦାର୍ଥ କିପରି ରକ୍ଷା କରାଯିବ ବା ବୈଷୟିକ ଦୃଷ୍ଟିର ଏହା ମାଟି ଜୈବିକ ବିଷୟ ବୋଲି କୁହାଯାଏ । ତୃତୀୟରରେ ମାଟିର ଆର୍ଦ୍ରତା ରକ୍ଷା ଓ ଏଥିରେ ଜଳୀୟ ଅଂଶ କିପରି ରହିବ ଏହା ଦେଖିବା । ଚତୁର୍ଥରେ ଭୂତଳ ଜଳ ହ୍ରାସ ଯୋଗୁଁ ମାଟିରୁ ହେଉଥିବା କ୍ଷତିକୁ ସୁଧାରିବା । ଏବଂ ପଞ୍ଚମରେ ଜଙ୍ଗଲ କ୍ଷୟ ଯୋଗୁଁ ନିରବଚ୍ଛିନ୍ନ ମୃତ୍ତିକା କ୍ଷୟ କିପରି ରୋକିବା ।
ସେ କହିଥିଲେ ଯେ ମାଟି ସମସ୍ୟାର ସମାଧାନ ନିମନ୍ତେ କୃଷି କ୍ଷେତ୍ରରେ ମୁଖ୍ୟ କାର୍ଯ୍ୟ କରାଯାଉଛି । ଆଗରୁ ଆମ ଚାଷୀମାନେ ମାଟିର କିସମ, ଅଭାବ ଓ ସେଥିରେ ଥିବା ଜଳୀୟ ଅଂଶ ପରିମାଣ ନେଇ ଜାଣିପାରୁ ନ ଥିଲେ । ସେ ସମସ୍ୟାରୁ ମୁକ୍ତି ପାଇବା ଲାଗି ଏକ ବିଶାଳ ଅଭିଯାନ ଜରିଆରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେଶରେ ଦେବା ପାଇଁ ସ୍ଥିର ହେଲା ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜନସାଧାରଣଙ୍କ ସହ ଜଳ ସଂରକ୍ଷଣ ବା କ୍ୟାଚ ଦି ରେନ ଅଭିଯାନ ଜରିଆରେ ଯୋଗାଯୋଗରେ ଅଛନ୍ତି । ଚଳିତବର୍ଷ ମାର୍ଚ୍ଚ ମାସରେ ହିଁ ଦେଶର ୧୩ଟି ବଡ ନଦୀରେ ଜଳ ସଂରକ୍ଷଣ କିପରି ହେବ ସେଥିପାଇଁ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ନଦୀରେ ପ୍ରଦୂଷଣ ମାତ୍ରା ହ୍ରାସ ସହ କୂଳରେ ଗଛ ଲଗାଇବା ପାଇଁ କାର୍ଯ୍ୟ ଚାଲିଛି । ଆକଳନ ଅନୁସାରେ ଏହା ଦ୍ୱାରା ୭୪୦୦ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ସହ ଦେଶର ଜଙ୍ଗଲ ସୀମା ୨୦ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇବ ଯାହାକି ଗତ ଆଠବର୍ଷ ମଧ୍ୟରେ ହାସଲ କରାଯାଇପାରିଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତ ଆଜି ଅନୁସରଣ କରୁଥିବା ଜୈବ ବିବିଧତା ଓ ବନ୍ୟପ୍ରାଣୀ ନୀତି ଯୋଗୁଁ ବନ୍ୟପ୍ରାଣୀ ସଂଖ୍ୟାରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି । ଆଜି ସେ ବାଘ, ସିଂହ, କଲାରାପତରିଆ ବା ହାତୀ ସମସ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରଥମ ଥର ପାଇଁ ସ୍ୱଚ୍ଛତା ଓ ଜାଳେଣିରେ ଆତ୍ମନିର୍ଭରଶୀଳତା ପାଇଁ ପଦକ୍ଷେପ ନିଆଯାଇଛି । ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସଂଯୋଗ କରାଯାଇଛି । ସେ ଏହି ପରିପ୍ରେକ୍ଷୀରେ ଗୋବର୍ଦ୍ଧନ ଯୋଜନାର ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ କୃଷିରେ ଆମର କେତେକ ବଡ ବଡ ସମସ୍ୟାର ସମାଧାନ ନିହିତ ରହିଛି। ସେ କହିଥିଲେ ଯେ ଚଳିତବର୍ଷ ବଜେଟରେ ପ୍ରାକୃତିକ କୃଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଗଙ୍ଗାନଦୀ କୂଳରେ ଥିବା ଗ୍ରାମଗୁଡିକୁ ବଛାଯାଇଛି ଯାହା ପ୍ରାକୃତିକ କୃଷିର ଏକ ବିସ୍ତୃତ ପଥ ସୃଷ୍ଟି କରିପାରିବ । ଏହା ଆମର ଚାଷ ଜମିଗୁଡିକୁ ରାସାୟନିକ ପଦାର୍ଥରୁ ମୁକ୍ତ କରିବା ସହ ନମାନି ଗଙ୍ଗେ ପ୍ରକଳ୍ପ ମଧ୍ୟ ନୂତନ ଶକ୍ତି ପାଇବ । ଭାରତ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ଜମିର ପୁନରୁଦ୍ଧାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । ସେ ବିଏସଭିଆଇ ନୀତି ଓ ଏଲଇଡି ବଲ୍ବ ଅଭିଯାନ ସମ୍ପର୍କରେ ମଧ୍ୟ କହିଥିଲେ ।
ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ ଭାରତ ଆମର ଶକ୍ତି ଉତ୍ପାଦନ ସାମର୍ଥ୍ୟର ଶତକଡା ୪୦ଭାଗ ଅଣ ଜୀବାଶ୍ମ ଇନ୍ଧନ ଜରିଆରେ ପାଉଥିବାବେଳେ ଏଥିରେ ନଅବର୍ଷ ଆଗରେ ରହିଛି ।ସୌରଶକ୍ତି ସାମର୍ଥ୍ୟ ୧୮ଗୁଣ ବୃଦ୍ଧି ପାଇଛି ଓ ଉଦ୍ଯାନ ମିଶନ ଓ ଚକ୍ରୀୟ ଅର୍ଥନୀତି ସମ୍ପର୍କୀ ନୀତି ପରିବେଶ ସୁରକ୍ଷା ପ୍ରତି ଆମର ଅଙ୍ଗୀକାରବଦ୍ଧତାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଶତକଡା ୧୦ଭାଗ ଇଥାନଲ ମିଶ୍ରଣ ଲକ୍ଷ୍ୟ ନିର୍ଦ୍ଧାରିତ ସମୟର ପାଞ୍ଚମାସ ଆଗରୁ ହାସଲ କରିଛି ।ଏହାର ବ୍ୟାପକତା ନେଇ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହାରେ ଇଥାନଲ ମିଶ୍ରଣ ମାତ୍ର ୧. ୫ ପ୍ରତିଶତ ଥିଲା । ଏହି ଲକ୍ଷ୍ୟ ହାସଲ ଦ୍ୱାରା ତିନିଟି ସୁବିଧା ମିଳିବ ବୋଲି ସେ କହିଥିଲେ । ପ୍ରଥମ ଏହା ଦ୍ୱାରା ୨୭ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଉଦ୍ଗୀରଣ ହ୍ରାସ ହେବ । ଦ୍ୱିତୀୟତଃ ଏହା ଦ୍ୱାରା ୪୧ହଜାର କୋଟି ବୈଦେଶିକ ମୁଦ୍ରା ସଞ୍ଚୟହେବ ଓ ତୃତୀୟରେ ଇଥାନଲ ମିଶ୍ରଣ ଯୋଗୁଁ ଚାଷୀମାନେ ଗତ ଆଠବର୍ଷରେ ୪୦ହଜାର ୬ଶହ କୋଟି ଟଙ୍କାର ଲାଭ ପାଇଛନ୍ତି । ପ୍ରଧାନମନ୍ତ୍ରୀ ସେଥିପାଇଁ ଦେଶର ଜନସାଧାରଣ କୃଷକ ଓ ତେଲ କମ୍ପାନୀଗୁଡିକୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଜାତୀୟ ଗତି ଶକ୍ତି ମାଷ୍ଟର ପ୍ଲାନ ଯୋଗୁଁ ଲଜିଷ୍ଟିକ୍ ଓ ପରିବହନ ପଦ୍ଧତି ଶକ୍ତିଶାଳୀ ହେବା ସହ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ୧୦୦ରୁ ଅଧିକ ଜଳପଥରେ ବହୁମୁଖୀ ସଂଯୋଗକରଣ ଯୋଗୁଁ ମଧ୍ୟ ପ୍ରଦୂଷଣ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଦର୍ଶକଙ୍କ ଧ୍ୟାନ ସବୁଜ କର୍ମସଂସ୍ଥାନ ଉପରକୁ ଆକର୍ଷିତ କରିଥିଲେ । ଭାରତର ପରିବେଶ ସଂରକ୍ଷଣ ଉନ୍ନତ ହୋଇଥିବାରୁ ବହୁ ପରିମାଣରେ ସବୁଜ କର୍ମସଂସ୍ଥାନ ବା ଗ୍ରୀନ ଜବ ପ୍ରତି ସୁଯୋଗ ସୃଷ୍ଟି ହେଉଛି ବୋଲି ସେ କହିଥିଲେ । ପରିବେଶ ଓ ମାଟି ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ସହ ସେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମ୍ରିତ ସରୋବର ନିର୍ମାଣ ନେଇ ଜନସାଧାରଣଙ୍କୁ ଧ୍ୟାନ ଆକର୍ଷଣ କରିଥିଲେ ।
“ମାଟି ବଞ୍ଚାଅ ଆନ୍ଦୋଳନ’ ଏକ ବୈଶ୍ୱିକ ଆନ୍ଦୋଳନ ଓ ମାଟିର ସ୍ୱାସ୍ଥ୍ୟ ବିଲୟ ନେଇ ସଚେତନତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏହି ଆନ୍ଦୋଳନ ମାର୍ଚ୍ଚ ୨୦୨୨ରେ ସଦ୍ଗୁରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେ ୨୭ଟି ଦେଶ ମୋଟର ସାଇକେଲରେ ଭ୍ରମଣ କରି ସଚେତନତା ସୃଷ୍ଟି କରିଥିଲେ । ଏହି ୧୦୦ଦିନ ଯାତ୍ରାର ୭୫ଦିନ ଜୁନ ୫ତାରିଖରେ ସମ୍ପୂର୍ଣ୍ଣ ହେଉଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ମାଟିର ସ୍ୱାସ୍ଥ୍ୟ ବିକାଶରେ ଦେଶର ଅଙ୍ଗୀକାରବଦ୍ଧତାକୁ ଆହୁରି ଶକ୍ତି ଦେବ ।
*****
SM/SLP
(Release ID: 1831347)
Visitor Counter : 264
Read this release in:
Assamese
,
Telugu
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam