ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘୮ ବର୍ଷର ସୁଶାସନ’ର ମୁଖ୍ୟାଂଶ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 04 JUN 2022 2:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଗତ ୮ ବର୍ଷ ମଧ୍ୟରେ ଦେଶ ଶାସନରେ ହୋଇଥିବା ବିଭିନ୍ନ ଉପକ୍ରମ ଓ ସଂସ୍କାର ସମ୍ପର୍କରେ ନିଜ ଓ୍ୱେବସାଇଟ (narendramodi.in) ଓ ମାଇଁଗଭରୁ ବିଭିନ୍ନ ନିବନ୍ଧ ଏବଂ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି । ଏସବୁ ନିବନ୍ଧ ଓ ଟ୍ୱିଟ ଶୃଙ୍ଖଳ ଆତ୍ମନିର୍ଭର ଭାରତର ବିଭିନ୍ନ ଦିଗ, ଶାସନର ଜନକୈନ୍ଦ୍ରିକ ଓ ମାନବୀୟ ଦୃଷ୍ଟିକୋଣ, ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଓ ଦରିଦ୍ର ହିତୈଶୀ ଶାସନକୁ ପ୍ରୋତ୍ସାହନ ଦେବା ଉଦ୍ୟମ ସହ ସମ୍ବନ୍ଧିତ । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

“୧୩୦ କୋଟି ଭାରତୀୟ ଭାରତକୁ ଆତ୍ମନିର୍ଭର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆତ୍ମନିର୍ଭରତା ସମ୍ପର୍କରେ ଆମର ପ୍ରୟାସ ବୈଶିକ ସମୃଦ୍ଧିରେ ଯୋଗଦାନ ଲକ୍ଷ୍ୟରେ ପ୍ରେରିତ । #8YearsOfSushasan” 

“ଆମ ସରକାର ପ୍ରତ୍ୟେକ ଭାରତୀୟଙ୍କ ଯତ୍ନ ନେବା ସହ ସେମାନଙ୍କ ପାଇଁ ଚିନ୍ତିତ ଥାଏ । ଆମେ ଜନକୈନ୍ଦ୍ରିକ ଓ ମାନବୀୟ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ । #8YearsOfSushasan”   

“ନମୋ ଆପରେ ଥିବା ଏହି ନିବନ୍ଧରେ ସ୍ୱଦେଶୀକରଣକୁ ଗୁରୁତ୍ୱ ଦେବା, ପ୍ରତିରକ୍ଷା କରିଡର ନିର୍ମାଣ, ପ୍ରତିରକ୍ଷା ରପ୍ତାନୀ ବୃଦ୍ଧି ଦେବା ସହ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଅନେକଗୁଡିଏ ସଂସ୍କାର ସମ୍ପର୍କରେ ବର୍ଣ୍ଣିତ ହୋଇଛି । #8YearsOfSushasan”  

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ର ଦ୍ୱାରା ପ୍ରେରିତ ହୋଇ ଆମ ସରକାର ଜନ-ସମର୍ଥକ ଶାସନକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପ୍ରୟାସ କରିଛି, ଯାହା ଗରିବ, ଯୁବ ପିଢି, କୃଷକ, ମହିଳା ଓ ବଞ୍ଚିତ ସମୁଦାୟଙ୍କ ସହାୟତା କରୁଛି ।#8YearsOfSushasan”      



<> <><>

 

SR



(Release ID: 1831200) Visitor Counter : 153