ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମ ଦେଶ ଗଠନ କରିଥିବା ମହାନ ବ୍ୟକ୍ତିମାନଙ୍କୁ ଭାରତ କିପରି ମନେ ରଖିଛି ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଏକ ପ୍ରବନ୍ଧ ସେୟାର କରିଛନ୍ତି
ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ସରକାରଙ୍କ କାର୍ଯ୍ୟ ଉପରେ ମାଇ ଗଭ୍ ଟୁଇଟ୍କୁ ମଧ୍ୟ ସେୟାର କରିଛନ୍ତି
प्रविष्टि तिथि:
02 JUN 2022 1:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନମୋ ଆପର ବିକାଶ ଯାତ୍ରା ବିଭାଗର ଏକ ପ୍ରବନ୍ଧ ସେୟାର କରିଛନ୍ତି ଯାହା ଆମ ଦେଶ ଗଠନ କରିଥିବା ମହାନ ବ୍ୟକ୍ତିମାନଙ୍କୁ ଭାରତ କିପରି ସ୍ମରଣ କରୁଛି ତାହାର ଝଲକ ପ୍ରଦାନ କରୁଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହି ବର୍ଷ ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛୁ ଯାହାକି ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏକ ଉତ୍ସବ । ନମୋ ଆପର ବିକାଶ ଯାତ୍ରା ବିଭାଗରେ ଏହି ପ୍ରବନ୍ଧ ଆମ ଦେଶ ଗଠନ କରିଥିବା ମହାନ ବ୍ୟକ୍ତିମାନଙ୍କୁ କିପରି ସ୍ମରଣ କରୁଛି ତାହାର ଝଲକ ଦିଏ ।”
#8YearsOfPreservingCulture"
ଭାରତର ଗୌରବମୟ ସଂସ୍କୃତିର ସଂରକ୍ଷଣ ପାଇଁ ସରକାରଙ୍କ କାର୍ଯ୍ୟକୁ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ ମାଇ ଗଭଙ୍କ ଏକ ଟ୍ୱିଟ୍ ସୂତ୍ରକୁ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଆମେ ଆମର ଗୌରବମୟ ସଂସ୍କୃତି ପାଇଁ ଅତ୍ୟଧିକ ଗର୍ବିତ ଏବଂ ଏହାର ସଂରକ୍ଷଣ ତଥା ଉତ୍ସବ ପାଳନ ପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇ ଆମେ ଆନନ୍ଦିତ ।” #8YearsOfPreservingCulture"
HS
(रिलीज़ आईडी: 1830633)
आगंतुक पटल : 158
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam