ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ୱାଡ଼ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଉଦଘାଟନୀ ଭାଷଣ

Posted On: 24 MAY 2022 8:57AM by PIB Bhubaneshwar

ମହାନୁଭବ ଗଣ,

ପ୍ରଧାନମନ୍ତ୍ରୀ କୋଶିଦା, ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲଭେନିଜ୍ ଏବଂ ରାଷ୍ଟ୍ରପତି ବାଇଡେନ । ପ୍ରଧାନମନ୍ତ୍ରୀ କୋଶିଦା, ଆପଣଙ୍କ ଦ୍ୱାରା ପ୍ରଦତ୍ତ ଭବ୍ୟ ଆତିଥ୍ୟ ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆଜି ଟୋକିଓରେ ବନ୍ଧୁ ରାଷ୍ଟ୍ରମାନଙ୍କ ଗହଣରେ ଉପସ୍ଥିତ ହେବା ମୋ ପାଇଁ ବହୁତ ଖୁସି ଖବର ।

ମୁଁ ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲଭେନିଜଙ୍କୁ ଆପଣଙ୍କର ନିର୍ବାଚନ ବିଜୟ ନିମନ୍ତେ ବହୁତ ବହୁତ ବଧେଇ ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି ।

ଶପଥ ନେବାର ମାତ୍ର ୨୪ ଘଣ୍ଟା ଭିତରେ ଆମ ଗହଣରେ ଉପସ୍ଥିତ ହେବା, କ୍ୱାଡ଼ ବନ୍ଧୁତାର ଶକ୍ତି ଏବଂ ଏଥିପ୍ରତି ଆପଣମାନଙ୍କ ପ୍ରତିବଦ୍ଧତାକୁ ସୂଚୀତ କରେ ।

ମହାନୁଭବ ଗଣ,

ଏତେ କମ୍ ସମୟ ଭିତରେ କ୍ୱାଡ଼ ସମୂହ ବିଶ୍ୱସ୍ତରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିପାରିଛି ।

ଆଜି କ୍ୱାଡ଼ର ପରିସର ବ୍ୟାପକ ହୋଇପାରିଛି ଏବଂ ଏହାର ସ୍ୱରୂପ ପ୍ରଭାବୀ ହୋଇଯାଇଛି ।

ଆମର ପାରସ୍ପରିକ ବିଶ୍ୱାସ, ଆମର ପ୍ରତିବଦ୍ଧତା, ଲୋକତାନ୍ତ୍ରିକଶକ୍ତିକୁ ନୂତନ ଶକ୍ତି ଏବଂ ଉତ୍ସାହ ଯୋଗାଉଛି ।

କ୍ୱାଡ଼ ସ୍ତରରେ ଆମର ପାରସ୍ପରିକ ସହଯୋଗ ମାଧ୍ୟମରେ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି, ଯାହା ଆମ ସମସ୍ତଙ୍କର ବାସ୍ତବ ଉଦ୍ଦେଶ୍ୟ ।

କୋଭିଡ଼ – ୧୯ର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଆମେ ପ୍ରତିଷେଧକ ଟିକାଯୋଗାଣ, ଜଳବାୟୁ ପରିବର୍ତ୍ତନ, ଯୋଗାଣ ଚେନ୍ ସହନଶୀଳତା, ବିପର୍ଯ୍ୟୟ ମୁକାବିଲା ଏବଂ ଆର୍ଥିକ ସହଯୋଗ ଭଳି ଅନେକ କ୍ଷେତ୍ରରେ ପାରସ୍ପରିକ ସମନ୍ୱୟ ବୃଦ୍ଧି ପାଇଛି ।

ଏହା ଫଳରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ସୁନିଶ୍ଚିତ ହେବାରେ ଲାଗିଛି ।

କ୍ୱାଡ଼ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମନ୍ତେ ଏକ ଗଠନମୂଳକ କାର୍ଯ୍ୟସୂଚୀ ନେଇ ଆଗକୁ ଅଗ୍ରସର ହେଉଛି ।

ଏହା ଫଳରେ କ୍ୱାଡ଼ର ଛବି ଏକ “ସୁଫଳ ପାଇଁ ଶକ୍ତି” ରୂପରେ ଆହୁରି ସୁଦୃଢ଼ ହେବାରେ ଲାଗିଛି ।

ବହୁତ ବହୁତ ଧନ୍ୟବାଦ ।

 

SS/MB



(Release ID: 1827922) Visitor Counter : 112