ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଝଡପବନ ଓ ବଜ୍ରପାତ ଯୋଗୁଁ ବିହାରର ଅନେକ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 20 MAY 2022 11:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ଅନେକ ଜିଲ୍ଲାରେ ଝଡପବନ଼ ଓ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ଲାଗି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ଯତ୍ନର ସହ କରୁଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ବଜ୍ରପାତ ଏବଂ ଝଡପବନ ଘଟଣାରେ ବିହାରର ଅନେକ ଜିଲ୍ଲାରେ ଲୋକେ ପ୍ରାଣ ହରାଇବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ଏହି କ୍ଷତି ସହିବା ପାଇଁ ଭଗବାନ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦିଅନ୍ତୁ । ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ତତ୍ପରତାର ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ।”

HS


(Release ID: 1827143) Visitor Counter : 121