ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଇ ୧୯ ତାରିଖରେ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଆନୁକୂଲ୍ୟରେ ଆୟୋଜିତ ‘ଯୁବ ଶିବିର 'କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
Posted On:
18 MAY 2022 7:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୯ ମଇ ୨୦୨୨ ପୂର୍ବାହ୍ନ ୧୦.୩୦ରେ ଭଦୋଦରାର କରେଲିବାଗ ଠାରେ ଆୟୋଜିତ "ଯୁବ ଶିବିର” କୁ ସମ୍ବୋଧିତ କରିବେ । କୁଣ୍ଡଳଧାମର ଶ୍ରୀ ସ୍ୱାମୀନାରାୟଣ ମନ୍ଦିର, ଏବଂ ଭଦୋଦରାର କରେଲିବାଗର ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଏହି ଶିବିର ଆୟୋଜନ କରୁଛନ୍ତି ।
ସାମାଜିକ ସେବା ତଥା ରାଷ୍ଟ୍ର ର୍ନିମାଣ ଦିଗରେ ଅଧିକରୁ ଅଧିକ ଯୁବକଙ୍କୁ ଜଡିତ କରିବାକୁ ଏହି ଶିବିର ଲକ୍ଷ୍ୟ ରଖିଛି । ଏକ ଭାରତ ଶ୍ରେଷ୍ଠ ଭାରତ, ଆତ୍ମନିର୍ଭର ଭାରତ, ସ୍ୱଚ୍ଛ ଭାରତ ଇତ୍ୟାଦି ପଦକ୍ଷେପ ମାଧ୍ୟମରେ ଯୁବକମାନଙ୍କ ସହଯୋଗରେ ଏକ ନୂତନ ଭାରତ ଗଢିବା ପାଇଁ ଏହା ମଧ୍ୟ ଲକ୍ଷ୍ୟ ରଖିଛି ।
HS
(Release ID: 1826531)
Visitor Counter : 134
Read this release in:
Assamese
,
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam