ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱକୁ ସୁସ୍ଥ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ନିମନ୍ତେ ନର୍ସମାନଙ୍କୁ ପ୍ରଶଂସା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
12 MAY 2022 10:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ବିଶ୍ୱକୁ ସୁସ୍ଥ ରଖିବା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ନିମନ୍ତେ ନର୍ସମାନଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି:
‘‘ନର୍ସମାନେ ବିଶ୍ୱକୁ ସୁସ୍ଥ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସେମାନଙ୍କ ସମର୍ପଣ ଓ ସମବେଦନା ଅନୁକରଣୀୟ । ଅନ୍ତର୍ଜାତୀୟ ନର୍ସ ଦିବସ ଏଭଳି ଏକ ଦିନ, ଯେବେ ଆମେ ନିଜ ନର୍ସିଙ୍ଗ୍ କର୍ମଚାରୀମାନଙ୍କ ଉକ୍ରୃଷ୍ଟ କାର୍ଯ୍ୟ, ଏମିତି କି ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଉତ୍ତମ କାର୍ଯ୍ୟ ନିମନ୍ତେ ସେମାନଙ୍କ ପ୍ରତି ବାରମ୍ବାର କୃତଜ୍ଞ ବ୍ୟକ୍ତ କରିଥାଉ ।’’
SR
(ରିଲିଜ ଆଡି: 1824667)
ପରିଦର୍ଶକ କାଉଣ୍ଟର : 215
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam