ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 10 MAY 2022 1:25PM by PIB Bhubaneshwar

ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ପଣ୍ଡିତ ଶିବକୁମାର ଶର୍ମା ଜୀଙ୍କ ବିୟୋଗ ଆମ ସାଂସ୍କୃତିକ ଜଗତକୁ କ୍ଷତିଗ୍ରସ୍ତ କରିଛି । ସେ ସନ୍ତୁରକୁ ବିଶ୍ୱସ୍ତରରେ ଲୋକପ୍ରିୟ କରିଥିଲେ । ତାଙ୍କ ସଙ୍ଗୀତ ଆଗାମୀ ପୀଢିକୁ ମନ୍ତ୍ରମୁଗ୍ଧ କରି ଚାଲିଥିବ । ତାଙ୍କ ସହ ହୋଇଥିବା ଆଲୋଚନା ମନେ ପଡୁଛି । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।” 

SR


(रिलीज़ आईडी: 1824324) आगंतुक पटल : 135
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam