ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଡିଆରଆଇ ପ୍ରୟାସରେ ଜଳବାୟୁ ପରିବର୍ତ୍ତନ ହେତୁ ଦ୍ୱୀପପୁଞ୍ଜ ରାଜ୍ୟଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ଉପରେ ଆଲୋକପାତ ପାଇଁ ମାଡାଗାସ୍କରର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 05 MAY 2022 6:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଡାଗାସ୍କରର ରାଷ୍ଟ୍ରପତି ମାନ୍ୟବର ଆଣ୍ଡ୍ରି ନିରିନା ରାଜୋଏଲିନାଙ୍କୁ ମିଳିତ ଉଦ୍ୟମରେ ଜଳବାୟୁ ଏବଂ ବିପର୍ଯ୍ୟୟ ସହନଶୀଳ ପାଇଁ ଭାରତର ନେତୃତ୍ୱକୁ ସ୍ୱୀକାର କରିଥିବାରୁ  ଧନ୍ୟବାଦ ଜଣାଇଛନ୍ତି ।

ମାଡାଗାସ୍କରର ରାଷ୍ଟ୍ରପତିଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଧନ୍ୟବାଦ ରାଷ୍ଟ୍ରପତି ରାଜୋଏଲିନା । ଜଳବାୟୁ ପରିବର୍ତ୍ତନ ହେତୁ ଦ୍ୱୀପପୁଞ୍ଜ ରାଜ୍ୟଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ଲାଗି ସହନଶୀଳ ଭିତ୍ତିଭୂମି ସୃଷ୍ଟି ପାଇଁ ସିଡିଆରଆଇ ପଦକ୍ଷେପ ଅଧୀନରେ ଆମର ପ୍ରୟାସର ଏକ ପ୍ରମୁଖ ଲକ୍ଷ୍ୟ ଅଟେ ।”

HS



(Release ID: 1823096) Visitor Counter : 122