ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋପେନ ହେଗେନଠାରେ ଭାରତ -ଡେନମାର୍କ ବ୍ୟାବସାୟିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

Posted On: 03 MAY 2022 8:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ ମେଟେ ଫେଡେରିକସେନ ଓ ଡେନମାର୍କର ଯୁବରାଜ ଫ୍ରେଡରିକ ଙ୍କ ସହ ଡେନିସ ଶିଳ୍ପ ମହାସଂଘଠାରେ ଆୟୋଜିତ ଭାରତ-ଡେନମାର୍କ ବ୍ୟାବସାୟିକ ମଞ୍ଚରେ ଯୋଗଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଦୁଇ ଦେଶର ଆର୍ଥକ କୌଶଳ ଭାଗିଦାରିତା ଉପରେ ଗୁରୁତ୍ୱ ଆରୋପ କରିବା ସହ ଭାରତରେ ସବୁଜ ପ୍ରଯୁକ୍ତି, କୋଲ୍ଡଚେନ, ବର୍ଜ୍ୟରୁ ସମ୍ପଦ, ଜାହାଜ ଓ ବନ୍ଦର ଇତ୍ୟାଦି କ୍ଷେତ୍ରରେ ବିପୁଳ ସମ୍ଭାବନା ଥିବା ସୁଯୋଗର ସଦୁପଯୋଗ ପାଇଁ ଡେନିସ କମ୍ପାନୀମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ସେ ଭାରତର ବନ୍ଧୁଭାବାପନ୍ନ ବ୍ୟାବସାୟିକ ମନୋବୃତ୍ତିର ଆଲୋକପାତ କରିବା ସହ ଉଭୟ ଦେଶର ବ୍ୟାବସାୟିକ ସଂସ୍ଥା ସହଭାଗୀ ସୁଯୋଗ ନେବାକୁ ଉତ୍ସାହିତ କରିଥିଲେ ।

ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡରିକସେନ ବ୍ୟବସାୟୀ ଗୋଷ୍ଠୀକୁ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କର ସେତୁ ତିଆରି ଉପରେ ଆଲୋକପାତ କରିଥିଲେ ।

 ଉଭୟ ଦେଶ ମଧ୍ୟରେ ବ୍ୟାବସାୟିକ ସହଯୋଗ କ୍ଷେତ୍ରଗୁଡିକ ହେଲା

  • ସବୁଜ ପ୍ରଯୁକ୍ତି, ଅଭିନବୀକରଣ ଓ ଡିଜିଟାଇଜେସନ
  • ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ଓ ଅକ୍ଷୟ ଶକ୍ତି
  • ଜଳ, ପରିବେଶ ଏବଂ କୃଷି
  • ଭିତ୍ତିଭୂମି, ପରିବହନ ଓ ସେବା

ନିମ୍ନଲିଖିତ ବ୍ୟବସାୟୀ ନେୃତବୃନ୍ଦ ବ୍ୟବସାୟ ମଂଚରେ ଅଂଶଗ୍ରହଣ କରିଥିଲେ  ।

  • -ଶ୍ରୀ ସଞ୍ଜୀବ ବଜାଜା, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ବଜାଜ ଫିନସର୍ଭ ଲିମିଟେଡ
  • -ଶ୍ରୀ ବାବା ଏମ୍‌, କଲ୍ୟାଣୀ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଭାରତ ଫୋର୍ଜ
  • ଶ୍ରୀ ମହେନ୍ଦ୍ର ସିଂଘୀ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ
  • ଶ୍ରୀ ରିଜୁଆନ ସୁମର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ, ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ ଲିମିଟେଡ
  • ଶ୍ରୀ ଦର୍ଶନ ହୀରା ନନ୍ଦାନୀ, ଅଧ୍ୟକ୍ଷ ହୀରା ନନ୍ଦାନୀ ଗ୍ରୁପ
  • ଶ୍ରୀ ପୁନୀତ ଛତୱାଲ, ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଭାରତୀୟ ହୋଟେଲ କମ୍ପାନୀ ଲିମିଟେଡ

-ଶ୍ରୀ ଦୀପକ ବାଗଲା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା  ନିର୍ଦ୍ଦେଶକ, ଇନଭେଷ୍ଟ ଇଣ୍ଡିଆ

  • ଶ୍ରୀ ରିତେଶ ଅଗ୍ରୱାଲ, ପ୍ରତିଷ୍ଠାତା ଓ ସିଇଓ, ଓୟୋ ରୁମ୍‌ସ୍‌
  • ଶ୍ରୀ ସଲିଲ ସିଂଘଲ, ଅଧ୍ୟକ୍ଷ  ଏମିରେଟର, ପି ଆଇ ଇଣ୍ଡଷ୍ଟ୍ରି 
  • ସୁମନ୍ତ ସିହ୍ନା ଅଧ୍ୟକ୍ଷ ଓ ଏମ୍‌ଡି, ରିନ୍ୟୁ ପାୱାର
  • ଶ୍ରୀ ଦିନେଶ ଖରା, ଅଧ୍ୟକ୍ଷ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ
  • ଶ୍ରୀ ସି.ପି. ଗୁରନାନୀ, ଏମ୍‌ଡି ଆଣ୍ଡ ସିଇଓ, ଟେକ ମହିନ୍ଦ୍ରା ଲିମିଟେଡ
  • ଶ୍ରୀ ତୁଲସୀ ତନ୍ତୀ, ସୁଜଲନ ଓ ଏନର୍ଜୀ ଲିମିଟେଡ

 

ଡେନିସ ବ୍ୟାବସାୟିକ ପ୍ରତିନିଧିଗଣ

 

  • ନିଏଲ ଆଜେଜେର, ମାଲିକ, ଏଭିକ
  • ପିଟର ପାଲିରୋଜ, ସିଇଓ, ବେଟର
  • ସିସ୍ ଟି ହାର୍ଟ, ସିଇଓ କାଲ୍‌ସବର୍ଗ
  • ଜାକୋବ ବାରୁଏଲ ପଲସେନ ପରିଚାଳନା ଭାଗିଦାର କୋପେନହେଗନ ଭିତ୍ତିଭୂମି ପାର୍ଟନର୍ସ
  • -ଜୁକା ପେରେଟୋଲା, ଅଧ୍ୟକ୍ଷ ଉଙଡଓ ଆଣ୍ଡ ସିମେନ୍ସ ୱିଣ୍ଡି ପାୱାର
  • ଜୋରସେନ ମାଡସ  କ୍ଳାଭସେନ, ମାଲିକ ଡାନଫସ
  • ଥମାସ ପ୍ଲେନବର୍ଗ, ଅଧ୍ୟକ୍ଷ ଡିଏସଭି- କିମ୍ ରେଜବେ ହାନସେନଅଧ୍ୟକ୍ଷ ଗ୍ରୁପ ପୋଜ
  • ରୋଲାଁବାନ, ସିଇଓ, ହାଲଡୋର ଟୋପସେ
  • ଲାର ପିଟରସନ, ସିଇଓ, ହେମ୍ପଲେ
  • ନିଏଲ ମେଡିଗାର୍ଡ, ଅଧ୍ୟକ୍ଷ ଆଇଏସ୍‌ଏସ୍‌
  • ଅଲିଭର ଫଟଟାନ, ସିଇଓ, ଏଲଏମ୍ ୱିଣ୍ଡ ପାୱାର ବ୍ଲେଡସ୍‌
  • ଜାଁ ପିଟର ସେଓଲ, ସିଓଇ ରାମବୋଲ
  • ଜାଁ ବିରଗର ସନ, ସିିଇସ, ରକ୍‌ଭଲ
  • ମାଡସ ନିପର, ସିଇଓ, ଲିଷ୍ଟେଡ 

****

 

 

 

SM/ SLP



(Release ID: 1822750) Visitor Counter : 171