ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସମ୍ପର୍କରେ ପ୍ରେସ ବିଜ୍ଞପ୍ତି

Posted On: 02 MAY 2022 7:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ମହାମହିମ ମିଃ ଓଲାଫ ସ୍କୋଲ୍‌ଜ୍‌ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି) ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ଏବଂ ସଂଘୀୟ ଚାନ୍ସେଲରଙ୍କ କାର୍ଯ୍ୟାଳୟ ଠାରେ ମହାମହିମ ଚାନ୍ସେଲର ସ୍କୋଲ୍‌ଜ୍‌ ତାଙ୍କୁ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ । ଏହାପରେ ଦୁଇ ନେତା ପରସ୍ପର ସହ ସିଧାସଳଖ ଆଲୋଚନା କରିଥିଲେ । ପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହୋଇଥିଲା ।

ଦୁଇ ଦେଶର ମଧ୍ୟରେ ରହିଥିବା ସାମଗ୍ରିକ ରଣନୈତିକ ଭାଗିଦାରୀ ଅଧୀନରେ ଦ୍ବିପାକ୍ଷିକ ସହଯୋଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।

 

******

P.S.



(Release ID: 1822156) Visitor Counter : 158