ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଆୟୁଷ୍ମାନ ଭାରତ ସାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ସଫଳତା
Posted On:
28 APR 2022 12:16PM by PIB Bhubaneshwar
ଦେଶର ନାଗରିକମାନଙ୍କୁ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛନ୍ତି । ଚଳିତ ଅପ୍ରେଲ ମାସର ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ ଇ-ସଞ୍ଜିବନୀ କାର୍ଯ୍ୟକ୍ରମ ଅଧିନରେ ୩.୫ ଲକ୍ଷ ଟେଲି ପରାମର୍ଶ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ ହୋଇଛି । ଦିନିକିଆ ସଫଳତା କ୍ଷେତ୍ରରେ ଏହା ସର୍ବାଧିକ ସଂଖ୍ୟାର ରେକର୍ଡ । ପୂର୍ବରୁ ଗୋଟିଏ ଦିନରେ ତିନିଲକ୍ଷ ଟେଲି ପରାମର୍ଶର ରେକର୍ଡ ଥିଲା । ଏହି ରେକର୍ଡ ବାଦ ଏହି ଦୁଇଦିନରେ ୭୬ ଲକ୍ଷ ବାହ୍ୟ ରୋଗୀଙ୍କୁ ମଧ୍ୟ ଇ-ସଞ୍ଜିବନୀ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଇଛି ।
ଇ-ସଞ୍ଜିବନୀର ସଫଳତା ବୈଷିକ କୌଶଳର ଏକ ନମୁନା ମାତ୍ର । ସମଗ୍ର ଦେଶରେ ପ୍ରାୟ ଲକ୍ଷେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀ ପରାମର୍ଶ ହେଉଛି ଏବଂ ୨୫ଠଠ ସ୍ଥାନରେ ଟେଲି ମେଡିସିନ ପରାମର୍ଶ କାର୍ଯ୍ୟକ୍ରମ ଇ-ସଞ୍ଜିବନୀ ପୋର୍ଟାଲରେ ହେଉଛି । ଟେଲି ପରାମର୍ଶ ମାଧ୍ୟମରେ ଉତ୍ତମମାନର ସ୍ୱାସ୍ଥ୍ୟ ସେବା କେନ୍ଦ୍ର ସରକାରଙ୍କ ଅନ୍ତ୍ୟୋଦୟ ପରିକଳ୍ପନା ସାକାର ଦିଗରେ ଏକ ବଡ଼ ପଦକ୍ଷେପ । ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଥିବା ରୋଗୀମାନଙ୍କ ପାଇଁ ଟେଲି ପରାମର୍ଶ ବରଦାନ ସଦୃଶ ହୋଇଛି ।
ଇ-ସଞ୍ଜିବନୀ ଟେଲି ମେଡିସିନ କାର୍ଯ୍ୟକ୍ରମ ଆମ ଦେଶରେ ସମଗ୍ର ବିଶ୍ୱରେ ପ୍ରଥମ । ଏହାର ଦୁଇଟି ଦିଗ ରହିଛି- ପ୍ରଥମରେ ଗ୍ରାମାଞ୍ଚଳ ତଥା ସହରରୁ ବିଚ୍ଛିନ୍ନ ହୋଇ ରହିଥିବା ଅଞ୍ଚଳରେ ସାଧାରଣ ତଥା ବିଶେଷଜ୍ଞ ଚିକିତ୍ସକଙ୍କ ଡାକ୍ତର ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯାଇପାରୁଛି । ଡାକ୍ତରଙ୍କ ଠାରୁ ଡାକ୍ତରଙ୍କ ଟେଲି ମେଡିସିନ ସେବା ଚକ ଏବଂ ଅର (ହବ୍ ଏଣ୍ଡ ସ୍ପୋକ) ମଡେଲରେ କାର୍ଯ୍ୟ କରେ ।
ଇ-ସଞ୍ଜିବନୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକ ଚକର ହବ୍ ବା କେନ୍ଦ୍ର ଭଳି ରହି ତା’ ଚାରିପଟେ ଥିବା ଅର ବା ସ୍ପୋକଗୁଡ଼ିକୁ ସଂଯୋଗ କରିଥାଏ ।
ପାରା ମେଡିକାଲ କର୍ମୀ, ସାଧାରଣ ଚିକିତ୍ସକ, ଡାକ୍ତରଖାନା, ମେଡିକାଲ କଲେଜ ଆଦିକୁ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକ ହିତାଧିକାରୀ ରୋଗୀମାନଙ୍କ ସହିତ ଯୋଡ଼ିଥାଏ ।
ପରାମର୍ଶ ଶେଷରେ ଇ-ପ୍ରେସକ୍ରିପସନ ଔଷଧ ସେବନ ପାଇଁ ପ୍ରସ୍ତୁତ ହୋଇଥାଏ । ବୈଷୟିକ ଜ୍ଞାନ ଏବଂ କୌଶଳ ବ୍ୟବହାର କରି ସର୍ବାଧିକ ଲୋକଙ୍କର ସେବା ପାଇଁ ଇ-ସଞ୍ଜିବନୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ବ୍ୟବସ୍ଥାକୁ ପ୍ରଚଳନ କରାଯାଇଛି ।
ବର୍ତ୍ତମାନ ୮ଠ ହଜାର ସ୍ଥାନରେ ଇ-ସଞ୍ଜିବନୀ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି । ପ୍ରତିଦିନ ୨.୭ଠ ଲକ୍ଷ ଡାକ୍ତର ଏବଂ ବିଶେଷଜ୍ଞ ଦେଶର ଦୂରଦୂରାନ୍ତର ରୋଗୀମାନଙ୍କୁ ଡାକ୍ତରଙ୍କ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ଟେଲି ମେଡିସିନ ସେବା ଯୋଗାଇ ଦେଉଛନ୍ତି ।
ଦ୍ୱିତୀୟରେ ଇ-ସଞ୍ଜିବନୀ ଓ.ପି.ଡି. (ବାହ୍ୟରୋଗୀ) ବ୍ୟବସ୍ଥା ମାଧ୍ୟରେ ରୋଗୀଙ୍କ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ଟେଲି ମେଡିସିନ ସେବା ରୋଗୀଙ୍କ ଘର ନିକଟରେ ଯୋଗାଇ ଦିଆଯାଇ ପାରୁଛି । ସମଗ୍ର ଦେଶରେ ଲୋକ ଏହି ବ୍ୟବସ୍ଥାର ସ୍ୱାସ୍ଥ୍ୟ ସେବାକୁ ଆଦରର ସହ ଗ୍ରହଣ କରୁଛନ୍ତି । ଆଣ୍ଡ୍ରଏଡ ଏବଂ ଅନ୍ୟ ସ୍ମାର୍ଟ ଫୋନଗୁଡ଼ିକ ମାଧ୍ୟମରେ ଏହି ସେବାର ଆପ୍ ସୁବିଧା ରହିଛି ଏବଂ ୩ ନିୟୁତରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରି ସାରିଲେଣି ।
SSD/MB
(Release ID: 1821181)
Visitor Counter : 187