ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ଅନୁବାଦ

Posted On: 22 APR 2022 3:40PM by PIB Bhubaneshwar

ମହାମହିମ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ସମ୍ମାନନୀୟ ପ୍ରତିନିଧିଗଣ

ଆମର ଗଣମାଧ୍ୟମ ବନ୍ଧୁଗଣ

 ନମସ୍କାର !

ପ୍ରଥମେ  ମୁଁ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଓ ଭାରତକୁ ଆସିଥିବା ତାଙ୍କ ପ୍ରତିନିଧିମଣ୍ଡଳୀକୁ ହାର୍ଦ୍ଦିକ ସ୍ୱାଗତ କରୁଛି।

ପ୍ରଧାନମନ୍ତ୍ରୀଭାବେ ଭାରତକୁ ଏହା ତଙ୍କର ପ୍ରଥମ ଗସ୍ତ ହୋଇପାରେ, ମାତ୍ର ଜଣେ ପୁରୁଣା ବନ୍ଧୁଭାବେ ଭାରତକୁ ଖୁବ ଭଲଭାବେ ଜାଣନ୍ତି । ବିଗତ କେତେ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନସନ୍ ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ସମ୍ପର୍କ ମଜବୁତ କରିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ଗସ୍ତ ଏକ ଐତିହାସିକ କ୍ଷଣ । ଗତକାଲି ସମଗ୍ର ଭାରତବର୍ଷ ଆପଣ ସାବରମତୀ ଆଶ୍ରମରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତ ଗସ୍ତ ଆରମ୍ଭ କରିବା ଦେଖିଛନ୍ତି ।

ବନ୍ଧୁଗଣ

ଗତବର୍ଷ ଆମେ ଦୁଇଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ସମ୍ପର୍କ ସ୍ଥାପନ କଲୁ । ଚଳିତ ଦଶନ୍ଧିରେ ଆମର ବନ୍ଧୁତ୍ୱକୁ ଦିଗ୍‌ଦର୍ଶନ ଦେବା ନିମନ୍ତେ ଆମେ ୨୦୩୦ ପର୍ଯ୍ୟନ୍ତ ଅଭିଳଷିତ ରୋଡ ମ୍ୟାପ ମଧ୍ୟ ଜାରି କରିଛୁ । ଆଜି ଆମର ଆଲୋଚନାରେ ଆମେ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ସହ ଭବିଷ୍ୟତ ପାଇଁ ମଧ୍ୟ କେତେକ ଲକ୍ଷ୍ୟଧାର୍ଯ୍ୟ କରିଛୁ ।

ଦୁଇ ଦେଶର ବିଶେଷଜ୍ଞ ଦଳ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ କାର୍ଯ୍ୟ କରୁଛନ୍ତି । ଏହି ରାଜିନାମାରେ ଖୁବ୍ ଭଲ ଅଗ୍ରଗତି ହୋଇଛି । ଚଳିତବର୍ଷ ଶେଷ ସୁଦ୍ଧା ଆମେ ଏହି ମୁକ୍ତ ବାଣିଜ୍ୟିକ ରାଜିନାମା (FTA) ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ ୟୁଏଇ ଓ ଅଷ୍ଟ୍ରେଲିଆ ସହ ଗତ କିଛି ମାସ ମଧ୍ୟରେ ମୁକ୍ତ ବାଣିଜ୍ୟିକ ରାଜିନାମା କାର୍ଯ୍ୟକାରୀ କରିଛି । ସେହି ଢଙ୍ଗରେ ତଥା ଅଙ୍ଗୀକାରବଦ୍ଧତା ସହ ଆମେ ଯୁକ୍ତରାଜ୍ୟ ସହ ମଧ୍ୟ FTA ନେଇ ସେଭଳି ଆଗେଇବୁ ।

ଆମେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛୁ । ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ, ପ୍ରଯୁକ୍ତି ପରିପାଟୀ ଓ ବିକାଶ ଭଳି ଆତ୍ମ ନିର୍ଭର ଭାରତର ପ୍ରତ୍ୟେକ ଦିଗରେ ଆମେ ଯୁକ୍ତରାଜ୍ୟର ସମର୍ଥନକୁ ସ୍ୱାଗତ କରୁ ।

ବନ୍ଧୁଗଣ

ଆମେ ଭାରତରେ ଚାଲିଥିବା ବିସ୍ତୃତ ସଂସ୍କାର, ଯେପରିକି ଆମର ଭିତ୍ତିଭୂମି, ଆଧୁନିକୀକରଣ ଯୋଜନା ଓ ଜାତୀୟ ଭିତ୍ତିଭୂମି ପାଇଁ ପ୍ରୋତ୍ସାହନ ସମ୍ପର୍କରେ ମଧ୍ୟ ଆଲୋନା କରିଥିଲୁ । ଆମେ ଯୁକ୍ତରାଜ୍ୟ କମ୍ପାନୀଗୁଡିକ ଦ୍ୱାରା ଭାରତରେ ଅଧିକ ପୁ୍‌ଞ୍ଜିନିବେଶକୁ ସ୍ୱାଗତ କରୁଛୁ । ଏହାର ଭଲ ଉଦାହରଣ ହେଉଛି ଆମେ ଗତକାଲି ଗୁଜରାଟର ହାଲୋଲରେ ଦେଖିଲୁ ।

୧୬ଲକ୍ଷ ଭାରତୀୟ ବଂଶୋଦ୍ଭବ ଯୁକ୍ତରାଜ୍ୟରେ ବସବାସ କରୁଛନ୍ତି ଓ ସେମାନଙ୍କ ସମାଜ ଓ ଅର୍ଥନୀତରି ପ୍ରତ୍ୟେକ କ୍ଷେତ୍ରରେ ସକାରତ୍ମକ ଅବଦାନ ରହିଛି । ସେମାନଙ୍କ ସଫଳତା ପାଇଁ ଆମେ ଗର୍ବିତ । ଆମେ ଏ ସମ୍ପର୍କର ସେତୁକୁ ଆହୁରି ମଜବୁତ କରିବାକୁ ଚାହୁଁଛୁ । ଏ ଦିଗରେ ପ୍ରଧାନମନ୍ତ୍ରୀ ଜନସନ୍‌ଙ୍କ  ମଧ୍ୟ ଢେର ଅବଦାନ ରହିଛି । ମୁଁ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଗ୍ଲାସଗୋରେ ଅନୁଷ୍ଠିତ କୋପ-26ରେ ନିଆଯାଉଥିବା ସଂକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଆମର ଅଙ୍ଗୀକାରବଦ୍ଧତା ପ୍ରକାଶ କରୁଛୁ ।        

ଆଜି ଆମେ ଆମର ଜଳବାୟୁ ଓ ଶକ୍ତି ଅଂଶୀଦାରୀତାକୁ ଆହୁରି ନିବିଡ କରିବାକୁ ସ୍ଥିର କରିଛୁ । ଭାରତୀୟ ଜାତୀୟ ଉଦ୍‌ଯାନ ଅଭିଯାନରେ ଯୋଗଦେବାକୁ ଆମେ ଯୁକ୍ତରାଜ୍ୟକୁ ନିମନ୍ତ୍ରଣ କରିଚୁ । ମୁଁ ନିଷ୍ଠାପରଭାବେ ଆମେ ଆମର ରଣନୀତିକ ପ୍ରଯୁକ୍ତିଗତ କଥାବାର୍ତ୍ତା ପାଇଁ ଚାହୁଁଛୁ ।

ବନ୍ଧୁଗଣ,

ଆଜି ଆମ ମଧ୍ୟରେ ହୋଇଥିବା ବୈଶ୍ୱିକ ଅଭିନବୀକରଣ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଆମର ଅନ୍ୟ ଦେଶ ସହ ବିକାଶମୂଳକ ଭାଗିଦାରିତାକୁ ସୁଦୃଢ କରିବ । ଏହା ଅଧୀନରେ ଭାରତ ଓ ଯୁକ୍ତରାଜ୍ୟ ମିଳିତ ଭାବେ ଶହେ ନିୟୁତ ପାଉଣ୍ଡ ମେଡ ଇନ୍ ଇଣ୍ଡିଆ ଅଭିନବୀକରଣ ସାମଗ୍ରୀ ବିନିମୟ ତୃତୀୟପକ୍ଷ ରାଷ୍ଟ୍ର ସହ କରିବେ । ଏହା ଆମକୁ ସ୍ଥାୟୀ ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ସହ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲାରେ ସାହାଯ୍ୟ କରିବ । ଷ୍ଟାର୍ଟଅପ୍ ଓ ଏମଏସ୍‌ଏମ୍‌ଇ କ୍ଷେତ୍ରରେ ନୂତନ ବଜାର ଅନୁସନ୍ଧାନରେ ଏହା ଆମ ପାଇଁ ବେଶ ସହାୟକ ହେବ ।

ବନ୍ଧୁଗଣ

ଆମେ ଆମର ଆଞ୍ଚଳିକ ଓ ବୈଶ୍ୱିକ କ୍ଷେତ୍ରରେ ସଂଗଠିତ ଅନେକ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା କରିଛୁ। ଆମେ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ, ଅବାଧ ଓ ଆଇନଭିତ୍ତିକ ପରିବେଶ ନିମନ୍ତେ ଗୁରୁତ୍ୱ ଆରୋପ କରିଛୁ । ଭାରତ ଯୁକ୍ତରାଜ୍ୟର ଭାରତ-ପ୍ରଶାନ୍ତ ମହାସାଗରୀୟ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ ।

ୟୁକ୍ରେନ ସମସ୍ୟାର ସମାଧାନ ନିମନ୍ତେ ଆମେ ଆମ ତୁରନ୍ତ ଯୁଦ୍ଧବିରତି ଓ କୂଟନୀତିଜ୍ଞ କଥାବାର୍ତ୍ତା ଉପରେ ଗୁରୁତ୍ୱଆରୋପ କରୁଛୁ । ଆମେ ମଧ୍ୟ ପ୍ରତ୍ୟେକ ଦେଶର ଆଞ୍ଚଳିକ ସଂହତି  ଓ ସାର୍ବଭୌମତ୍ୱକୁ ସମ୍ମାନ କରିଛୁ ।

 ଆମେ ଆଫଗାନୀସ୍ଥାନରେ ଏକ ଶାନ୍ତିପ୍ରିୟ, ମଜବୁତ ଓ ପ୍ରତିନିଧିମୂଳକ ସରକାରକୁ ସମର୍ଥନ କରୁ । ଏହା ମଧ୍ୟ ଆବଶ୍ୟକ ଯେ ଆଫଗାନ ଭୂଖଣ୍ଡ ଅନ୍ୟ ଦେଶକୁ ଆତଙ୍କବାଦ ପ୍ରସାର ପାଇଁ କାର୍ଯ୍ୟ କରିବା ଅନୁଚିତ ।

ମହାମହିମ

ଆପଣ ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ସମ୍ପର୍କ ମଜବୁତ କରିବା ପାଇଁ ସବୁବେଳେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଆମେ ଆପଣଙ୍କୁ ପ୍ରଶଂସା କରୁଛୁ ।

ପୁଣି ଥରେ ଆପଣ ଓ ଆପଣଙ୍କ ଭାରତ ଆସିଥିବା ପ୍ରତିନିଧିଦଳକୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ

-ଅଶେଷ ଧନ୍ୟବାଦ-      

 

*****

SM/SLP



(Release ID: 1819957) Visitor Counter : 136