ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 APR 2022 9:07AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ବିଣାପାଣି ମହାନ୍ତି ଓଡିଆ ସାହିତ୍ୟରେ ବିଶେଷ କରି  ଗଳ୍ପ ସାହିତ୍ୟ ପାଇଁ ସ୍ମରଣୀୟ ଅବଦାନ ରଖିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଶିଷ୍ଟ ଲେଖିକା ବୀଣାପାଣି ମହାନ୍ତି ଜୀଙ୍କର ଦେହାନ୍ତରେ ସେ ଦୁଃଖ ପ୍ରକାଶ କରିଛନ୍ତି । ସେ ଓଡିଆ ସାହିତ୍ୟରେ ବିଶେଷ ଭାବରେ ଗଳ୍ପ ସାହିତ୍ୟ ପାଇଁ ମହତ୍ୱପୂର୍ଣ ଅବଦାନ ଦେଇଛନ୍ତି । ତାଙ୍କର ରଚନା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି ଏବଂ ବହୁ ଲୋକପ୍ରିୟତା ହାସଲ କରିଛି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1819694) ପରିଦର୍ଶକ କାଉଣ୍ଟର : 217