ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଓଡିଆ ସଂଗୀତକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 APR 2022 9:19AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଓଡିଆ ସଂଗୀତକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଓଡିଆ ସଂସ୍କୃତି ଏବଂ ସଙ୍ଗୀତକୁ ତାଙ୍କର ଅନବଦ୍ୟ ଅବଦାନ ପାଇଁ ପ୍ରଫୁଲ୍ଲ କର ଜୀଙ୍କୁ ସ୍ମରଣ କରାଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଶ୍ରୀ ପ୍ରଫୁଲ୍ଲ କର ଜୀଙ୍କର ପରଲୋକରେ ଦୁଃଖିତ । ଓଡିଆ ସଂସ୍କୃତି ଏବଂ ସଙ୍ଗୀତକୁ ତାଙ୍କର ଅନବଦ୍ୟ ଅବଦାନ ପାଇଁ ସେ ସର୍ବଦା ମନେରହିବେ । ସେ ବହୁମୁଖୀ ବ୍ୟକ୍ତିତ୍ୱର ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କ ସୃଜନଶୀଳତା ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍‍ ଶାନ୍ତି ।”

HS


(ରିଲିଜ ଆଡି: 1817713) ପରିଦର୍ଶକ କାଉଣ୍ଟର : 253