ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାମ ନବମୀ ଅବସରରେ ଜୁନାଗଡର ଗାଥିଲା ଠାରେ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 APR 2022 4:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ ଏପ୍ରିଲ, ୨୦୨୨ ରେ ଗୁଜରାଟର ଜୁନାଗଡର ଗାଥିଲା ସ୍ଥିତ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ।
୨୦୦୮ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମନ୍ଦିରର ଉଦଘାଟନ କରିଥିଲେ । ୨୦୦୮ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ମନ୍ଦିର ଟ୍ରଷ୍ଟ ଏହାର କାର୍ଯ୍ୟ ପରିସରକୁ ବିଭିନ୍ନ ସାମାଜିକ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ସମ୍ପ୍ରସାରିତ କରିଛି ଯେପରିକି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରୋଗୀଙ୍କ ପାଇଁ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ଏବଂ ମାଗଣା ଆୟୁର୍ବେଦିକ ଔଷଧ ଯୋଗାଣ ଇତ୍ୟାଦି ।
ଉମିୟା ମାଙ୍କୁ କାଦଭା ପାଟିଦାରଙ୍କ ବଂଶ-ଦେବତା ବା କୁଳଦେବୀ ଭାବରେ ବିବେଚନା କରାଯାଏ ।
HS
(ରିଲିଜ ଆଡି: 1815282)
ପରିଦର୍ଶକ କାଉଣ୍ଟର : 236
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam