ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଂସଦରେ ୟୁକ୍ରେନ ସମସ୍ୟା ଓ ଅପରେସନ ଗଙ୍ଗାକୁ  ନେଇ ସୁସ୍ଥ ବାତାବରଣ ମଧ୍ୟରେ ଆଲୋଚନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 06 APR 2022 8:30PM by PIB Bhubaneshwar

ଗତ କିଛିଦିନ ମଧ୍ୟରେ ୟୁକ୍ରେ ସମସ୍ୟା ଓ ଅପରେସନ ଗଙ୍ଗାକୁ ନେଇ ସଂସଦରେ ହୋଇଥିବା ସୁସ୍ଥ ବାତାବରଣ ଆଲୋଚନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ନିଜ ନିଜ ମତାମତ ଦେଇ ଯେଉଁମାନେ ଆଲେଚାନାକୁ ରୁଦ୍ଦିମନ୍ତ କରିଛନ୍ତି ସେହି ସଂସଦ ସଦସ୍ୟମାନଙ୍କୁ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତିପ୍ରତିକୂଳ ପରିସ୍ଥିତିରେ ଆମର ନାଗରିମାନଙ୍କ ନିରାପତ୍ତା ପ୍ରତି ଯତ୍ନବାନ ହେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।

କେତେକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ :

“ଗତ କିଛିଦିନ ମଧ୍ୟରେ ସଂସଦରେ ୟୁକ୍ରେନ ପରିସ୍ଥିତି ଓ ଆମ ନାଗରିକମାନଙ୍କୁ ଅପରେସନ ଗଙ୍ଗା ଜରିଆରେ ଦେଶକୁ ଆଣିବା ନେଇ ଏକ ସୁସ୍ଥ ବାତାବରଣ ମଧ୍ୟରେ ଆଲୋଚନାମାନ ହୋଇଯାଇଛି । ଯେଉଁ ସମସ୍ତ ସହକର୍ମୀ ସାଂସଦ ସେମାନଙ୍କ ମତାମତ ଜରିଆରେ ଆଲୋଚନାକୁ ସମୃଦ୍ଧ କରିଛନ୍ତି ମୁଁ ସେମାନଙ୍କ ନିକଟରେ କୃତଜ୍ଞ”

“ସମୃଦ୍ଧ ଓ ଗଠନମୂଳକ ଆଲୋଚନା ବିଦେଶ ନୀତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧର ସୂଚନା ଦେଇଥାଏ । ଏହା ବିଶ୍ୱସ୍ତରରେ ଭାରତରେ ମର୍ଯ୍ୟାଦା ଉଚ୍ଚରେ ରଖେ ।”

“ଆମର ନିଜର ନାଗରିକମାନଙ୍କ ନିରାପତ୍ତା ଓ ଭଲ ଦେଖିବା ଆମର ସମୂହ ଦାୟିତ୍ୱ ହୋଇଥିବାବେଳେ, ଭାରତ ସରକାର ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଯେପରି କେହି ହେଲେ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ସୁନିଶ୍ଚିତ କରୁଛନ୍ତି ।”

 

*****

SM /SLP



(Release ID: 1815083) Visitor Counter : 134