ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜୁରାଟର ଅମ୍ବାଜୀ ତୀର୍ଥଧାମରେ ଶବ୍ଦ ଏବଂ ଆଲୋକର ପ୍ରଦର୍ଶନୀରେ ଭାଗ ନେବାକୁ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
08 APR 2022 1:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭକ୍ତମାନଙ୍କୁ ଗୁଜୁରାଟର ଅମ୍ବାଜୀ ତୀର୍ଥଧାମରେ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନୀରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ୫୧ ଟି ଶକ୍ତିପୀଠ ପରିକ୍ରମା ମହୋତ୍ସବ ଆଜି ସନ୍ଧ୍ର୍ୟା ୭ ଟାରୁ ଆରମ୍ଭ ହେଉଛି । ଶବ୍ଦ ଏବଂ ଆଲୋକ ପ୍ରଦର୍ଶନୀରେ ଆମର ପୁରାଣମାନ ପ୍ରଦର୍ଶିତ ହେବ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୁଜୁରାଟର ଅମ୍ବାଜୀ ତୀର୍ଥଧାମରେ ଭକ୍ତମାନଙ୍କ ପାଇଁ ଏକ ଶୁଭ ସମୟ ଆସିଛି । ଆଜି ସନ୍ଧ୍ୟା ୭ ଟାରୁ ଏଠାରେ ୫୧ ଟି ଶକ୍ତିପୀଠର ପରିକ୍ରମା ମହୋତ୍ସବ ଆରମ୍ଭ ହେଉଛି, ଯେଉଁଥିରେ ଆମର ପୁରାଣର ଆକର୍ଷଣୀୟ ଉପସ୍ଥାପନା ସହିତ ଜଡିତ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନୀ ମଧ୍ୟ ରହିଛି । ମୁଁ ଅନୁରୋଧ କରୁଛି ଆପଣ ସମସ୍ତେ ଏହି ମହାନ୍ ଅନୁଷ୍ଠାନର ଅଂଶୀଦାର ହୁଅନ୍ତୁ ।”
HS
(Release ID: 1814914)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam