ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟର ଅମ୍ବାଜୀ ତୀର୍ଥଧାମରେ ଶବ୍ଦ ଏବଂ ଆଲୋକର ପ୍ରଦର୍ଶନୀରେ ଭାଗ ନେବାକୁ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2022 1:59PM by PIB Bhubaneswar

 

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭକ୍ତମାନଙ୍କୁ ଗୁଜୁରାଟର ଅମ୍ବାଜୀ ତୀର୍ଥଧାମରେ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନୀରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ୫୧ ଟି ଶକ୍ତିପୀଠ ପରିକ୍ରମା ମହୋତ୍ସବ ଆଜି ସନ୍ଧ୍ର‌୍ୟା ୭ ଟାରୁ ଆରମ୍ଭ ହେଉଛି । ଶବ୍ଦ ଏବଂ ଆଲୋକ ପ୍ରଦର୍ଶନୀରେ ଆମର ପୁରାଣମାନ ପ୍ରଦର୍ଶିତ ହେବ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗୁଜୁରାଟର ଅମ୍ବାଜୀ ତୀର୍ଥଧାମରେ ଭକ୍ତମାନଙ୍କ ପାଇଁ ଏକ ଶୁଭ ସମୟ ଆସିଛି । ଆଜି ସନ୍ଧ୍ୟା ୭ ଟାରୁ ଏଠାରେ ୫୧ ଟି ଶକ୍ତିପୀଠର ପରିକ୍ରମା ମହୋତ୍ସବ ଆରମ୍ଭ ହେଉଛି, ଯେଉଁଥିରେ ଆମର ପୁରାଣର ଆକର୍ଷଣୀୟ ଉପସ୍ଥାପନା ସହିତ ଜଡିତ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନୀ ମଧ୍ୟ ରହିଛି । ମୁଁ ଅନୁରୋଧ କରୁଛି ଆପଣ ସମସ୍ତେ ଏହି ମହାନ୍ ଅନୁଷ୍ଠାନର ଅଂଶୀଦାର ହୁଅନ୍ତୁ ।”

HS

 


(ରିଲିଜ ଆଡି: 1814914) ପରିଦର୍ଶକ କାଉଣ୍ଟର : 182