ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

  ଭାରତର ଜାତୀୟ ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ଆଇନ ଶୃଙ୍ଖଳା ସଂକ୍ରାନ୍ତରେ ମିଥ୍ୟା ସୂଚନା ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ ବନ୍ଦ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ




ପ୍ରଥମ ଥର ପାଇଁ ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ୧୮ଟି ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ୍‌ କରାଗଲା

ପାକିସ୍ତାନରୁ ପରିଚାଳିତ ୪ଟି ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ବ୍ଲକ୍‌ ହେଲା

ଲୋକପ୍ରିୟ ଟିଭି ନ୍ୟୁଜ୍‌ ଚ୍ୟାନେଲ ଏବଂ ନକଲି ଥମ୍ବନେଲ୍‌ ବ୍ୟବହାର କରି ଦର୍ଶକମାନଙ୍କୁ ବିଭ୍ରାନ୍ତ କରୁଥିଲେ ଏସବୁ ୟୁଟ୍ୟୁବ୍‌ ଚ୍ୟାନେଲ

୩ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ୍‌ ୱେବସାଇଟ୍‌କୁ ମଧ୍ୟ ବ୍ଲକ୍‌ କରାଗଲା

Posted On: 05 APR 2022 2:18PM by PIB Bhubaneshwar

 

 

ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ, ୩ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ସମାଚାର ୱେବସାଇଟ୍‌କୁ ବ୍ଲକ୍‌ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଆଇଟି ନିୟମାବଳୀ ୨୦୨୧ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବ୍ଲକ୍‌ ହୋଇଥିବା ୟୁଟ୍ୟୁବ୍‌ ଚ୍ୟାନେଲକୁ ପାଖାପାଖି ୨୬୦ କୋଟି ଦର୍ଶକ ଦେଖିଥିଲେ । ଏଗୁଡ଼ିକୁ ମିଛ ଖବର ପ୍ରସାରଣ ପାଇଁ ଉପଯୋଗ କରାଯାଉଥିଲା। ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ଖବର ପ୍ରସାରଣ କରାଯାଇ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା।

 

ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରଥମ ଥର ପାଇଁ ଭାରତରୁ ପରିଚାଳିତ ୟୁଟ୍ୟୁବ ନ୍ୟୁଜ୍‌ (ସମାଚାର) ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ବର୍ଷ ପେବୃଆରୀରେ ଆଇଟି ନିୟମାବଳୀ, ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆ ଆଦେଶରେ ଭାରତରୁ ପରିଚାଳିତ ହେଉଥିବା ୧୮ଟି ଏବଂ ପାକିସ୍ତାନରୁ ପରିଚାଳିତ ହେଉଥିବା ୪ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି ।

 

ବିଷୟବସ୍ତୁର ବିଶ୍ଳେଷଣ

ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଛ ଖବର ପ୍ରସାରିତ ହେଉଥିଲା । ପାକିସ୍ତାନରୁ ସଂଯୋଜିତ ଢଙ୍ଗରେ ପରିଚାଳିତ ହେଉଥିବା ଏକାଧିକ ସୋସିଆଲ ମିଡିଆଗୁଡ଼ିକରୁ ଭାରତ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରାଯାଉଥିଲା ଯାହାକି ଏସବୁ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ହେଉଥିଲା। ଏହି କାରଣରୁ ଏସବୁ ଚ୍ୟାନେଲକୁ ବ୍ଲକ୍‌ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ୟୁକ୍ରେନ ପ୍ରସଙ୍ଗ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଭାରତରେ ପରିଚାଳିତ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ଅନେକ ମିଛ ବିଷୟବସ୍ତୁ ପ୍ରସାରଣ କରାଯାଉଥିବା ବିଶ୍ଳେଷଣରୁ ଜଣାପଡ଼ିଛି ।

 

ଅପରାଧିକ ଉଦ୍ଦେଶ୍ୟ

ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ କେତେକ ଟିଭି ନ୍ୟୁଜ୍‌ ଚ୍ୟାନେଲର ନକଲି ଟେମ୍ପଲେଟ୍‌ ଏବଂ ଲୋଗୋ ବ୍ୟବହାର କରୁଥିଲେ । ଏପରିକି ମିଛ ଖବରକୁ ସତ ବୋଲି ପ୍ରମାଣିତ କରିବା ଲାଗି ନ୍ୟୁଜ୍‌ ଉପସ୍ଥାପକ (ଆଙ୍କର୍‌)ମାନଙ୍କର ଫଟୋ ମଧ୍ୟ ବ୍ୟବହାର କରୁଥିଲେ। ନକଲି ଥମ୍ବନେଲ ବ୍ୟବହାର କରିବା ସହିତ ଥମ୍ବନେଲ୍‌ ଓ ଟାଇଟଲକୁ ବାରମ୍ବାର ପରିବର୍ତ୍ତନ କରାଯାଇ ଏସବୁ ମିଛ ଖବରକୁ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ (ଭାଇରାଲ୍‌) କରିବା ପାଇଁ ଉଦ୍ୟମ କରାଯାଉଥିଲା। କେତେକ କ୍ଷେତ୍ରରେ, ଭାରତ-ବିରୋଧୀ ମିଛ ଖବରର ଉତ୍ସ ପାକିସ୍ତାନରୁ ହିଁ ସୃଷ୍ଟି ହେଉଥିବା ତଦନ୍ତରୁ ଜଣାପଡ଼ିଛି ।

ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ଜାତୀୟ ସୁରକ୍ଷା, ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ସାର୍ବଜନୀନ ଆଇନ ଶୃଙ୍ଖଳା ବ୍ୟବସ୍ଥା ଆଦିକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରୁଥିବା ୭୮ଟି ୟୁଟ୍ୟୁବ ନ୍ୟୁଜ୍‌ ଚ୍ୟାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି ।

ପ୍ରାମାଣିକ, ବିଶ୍ବସନୀୟ ଏବଂ ନିରାପଦ ଅନଲାଇନ୍‌ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ । ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବ, ଜାତୀୟ ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ପ୍ରତି  ବିପଦ ସୃଷ୍ଟି କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

 

 

Details of Social Media Accounts and Website Blocked

YouTube channels

Sl. No

YouTube Channel Name

Media Statistics

Indian YouTube channels

1.

ARP News

Subscribers:

Total Views: 4,40,68,652

2.

AOP News

Subscribers: NA

Total Views: 74,04,673

3.

LDC News

Subscribers: 4,72,000

Total Views:6,46,96,730

4.

SarkariBabu

Subscribers: 2,44,000

Total Views: 4,40,14,435

5.

SS ZONE Hindi

Subscribers: N.A

Total Views:5,28,17,274

6.

Smart News

Subscribers: NA

Total Views: 13,07,34,161

7.

News23Hindi

Subscribers: NA

Total Views: 18,72,35,234

8.

Online Khabar

Subscribers: NA

Total Views: 4,16,00,442

9.

DP news

 

Subscribers: NA

Total Views: 11,99,224

10.

PKB News

 

Subscribers: NA

Total Views: 2,97,71,721

11.

KisanTak

Subscribers: NA

Total Views: 36,54,327

12.

Borana News

Subscribers: NA

Total Views: 2,46,53,931

13.

Sarkari News Update

Subscribers: NA

Total Views: 2,05,05,161

14.

Bharat Mausam

Subscribers: 2,95,000

Total Views: 7,04,14,480

15.

RJ ZONE 6

Subscribers: NA

Total Views: 12,44,07,625

16.

Exam Report

Subscribers: NA

Total Views: 3,43,72,553

17.

Digi Gurukul

Subscribers: NA

Total Views: 10,95,22,595

18.

दिनभरकीखबरें

Subscribers: NA

Total Views: 23,69,305

Pakistan based YouTube channels

19.

DuniyaMeryAagy

Subscribers: 4,28,000

Total Views: 11,29,96,047

20.

Ghulam NabiMadni

Total Views: 37,90,109

21.

HAQEEQAT TV

Subscribers: 40,90,000

Total Views: 1,46,84,10,797

22.

HAQEEQAT TV 2.0

Subscribers: 3,03,000

Total Views: 37,542,059

 

 

 

 

 

Website

 

Sl .No

Website

  1.  

Dunya Mere Aagy

 

Twitter accounts (All Pakistan based)

 

Sl .No

Twitter Account

No. of followers

  1.  

Ghulam NabiMadni

5,553

  1.  

DunyaMeryAagy

4,063

  1.  

Haqeeqat TV

323,800

 

Facebook account

 

Sl .No

Facebook Account

No. of followers

  1.  

DunyaMeryAagy

2,416

 

****

 

 

********

P.S.



(Release ID: 1813689) Visitor Counter : 345